ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା ଓ ଗ୍ରାମୀଣ ତାଲିମ କେନ୍ଦ୍ର ପରିଚାଳକମାନଙ୍କ ବୈଠକ

ଭୁବନେଶ୍ୱର : ତା 16 ଜୁଲାଇ 2024 ଦିନ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ଭୁବନେଶ୍ୱର ଠାରେ ଏକ ଗ୍ରାହକ ସେବା ପଏଣ୍ଟ (CSP) / ବ୍ୟାଙ୍କ ସମ୍ବାଦଦାତା (BC) / ଗ୍ରାମୀଣ ସ୍ବରୋଜଗାର ତାଲିମ ସଂସ୍ଥା (RSETI) ନିର୍ଦ୍ଦେଶକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଗୋଲାକ ବିହାରୀ ପଣ୍ଡା, ଅଧ୍ୟକ୍ଷ ସଂଯୋଜକ – ଡିଏଫଏସ୍, ଶ୍ରୀ ପର୍ମୋଦ କୁମାର ବନସଲ, ମହା ପ୍ରବନ୍ଧକ (ଆର୍ଥିକ ଅନ୍ତର୍ଭୂକ୍ତିକରଣ), ଷ୍ଟେଟ ବ୍ଯାଙ୍କ କର୍ପୋରେଟ ସେଣ୍ଟର ମୁମ୍ବାଇ ଏବଂ ଷ୍ଟେଟ ବ୍ଯାଙ୍କର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମହାପ୍ରବନ୍ଧକ ଶ୍ରୀ ଦୀନେଶ ପରୁଥି ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ 80ରୁ ଊର୍ଦ୍ଧ୍ଵ CSPs ,BCs ଓRSETI ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ |ଶ୍ରୀ ପରୁଥି ଏହି ଅବସରରେ ଆର୍ଥିକ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହନ ଦେବା ଏବଂ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ସାମିଲ କରାଇବାରେ ଗ୍ରାହକ ସେବା କେନ୍ଦ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ |

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *