ବଲାଙ୍ଗୀର ଜିଲ୍ଳାରେ ସାମ୍‌-ଏସ୍‌ଏଏମ୍ ଆହ୍ୱାନଗୁଡିକୁ ଗୁରୁତ୍ୱ ଦେବା ପାଇଁ ମିଡିଆ ରାଉଣ୍ଡ୍ ଟେବୁଲ୍

ବଲାଙ୍ଗୀର,ପ୍ରବାହ ନ୍ୟୁଜ୍‌ : ୟୁନିସେଫ୍ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ(ଡିଏସ୍‌ଡବ୍ଲୁ) ମିଳିତ ଭାବରେ ଅପପୁଷ୍ଟିର ମୁକାବିଲା ପାଇଁ ବଲାଙ୍ଗୀରରେ ଏକ ମିଡିଆ ରାଉଣ୍ଡ ଟେବୁଲ୍ ର ଆୟୋଜନ କରାଯାଇଥିଲା। ଏହି ରାଉଣ୍ଡ ଟେବୁଲ୍‌ରେ ବଲାଙ୍ଗୀର ଅଞ୍ଚଳରେ ଅତିଶୟ ଅପପୃଷ୍ଟି (ସାମ୍‌-ଏସ୍‌ଏଏମ୍‌)ର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଏବଂ ଅସୁରକ୍ଷିତ ଜନସାଧାରଣଙ୍କ ପାଇଁ ସଚେତନତା ସୃଷ୍ଟି ପ୍ରୋଜେକ୍ଟ୍ ର ଫଳାଫଳକୁ ଉନ୍ନତ କରିବା ପାଇଁ ବିଭିନ୍ନ କ୍ଷେତ୍ରର ସହଯୋଗ ଏବଂ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରାଯାଇଥିଲା।
ବଲାଙ୍ଗୀର ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ (ଡିଏସ୍‌ଡବ୍ଲୁଓ) ଶ୍ରୀମତି ସୁଷମା ମହାପାତ୍ର, ଅପପୃଷ୍ଟି ମୁକାବିଲା ପାଇଁ ଜିଲ୍ଲାରେ ଦେଖାଦେଇଥିବା ସମସ୍ୟା ଏବଂ ପ୍ରଭାବଶାଳୀ ସାମ୍‌-ଏସ୍‌ଏଏମ୍ ପରିଚାଳନା ପାଇଁ ଏହି ଅଞ୍ଚଳର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଶୁ ଓ ମା’ମାନଙ୍କୁ ଜରୁରୀ ପୋଷଣ ସେବା ଯୋଗାଇବାରେ ଅଙ୍ଗନବାଡି କର୍ମୀ ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିିଥିଲେ, “ଅପପୃଷ୍ଟି ଏକ ଚିନ୍ତାର ବିଷୟ ହୋଇ ରହିଛି। କିନ୍ତୁ ଆମ ଦକ୍ଷତା ଉପରେ ଆମର ବିଶ୍ୱାସ ଅଛି ଯେ ସ୍ଥାନୀୟ ସଂଗଠନ, ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହଯୋଗରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିପାରିବା। ଏହି ସମସ୍ୟାଗୁଡିକର ସମାଧାନ ପାଇଁ ସମ୍ପ୍ରଦାୟର ଯୋଗଦାନ ପ୍ରମୁଖ ଭୂମିକା ଗ୍ରହଣ କରେ, ଏବଂ ତୃଣମୂଳ ସ୍ତରର ପ୍ରୟାସକୁ ମଜବୁତ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ସେ କହିଥିଲେ”।
ୟୁନିସେଫ୍ ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ, ଅପପୁଷ୍ଟି ଏବଂ ସାମ୍‌-ଏସ୍‌ଏଏମ୍ ପରିଚାଳନାର ସମୀକ୍ଷା କରି କହିଥିଲେ, “ବଲାଙ୍ଗୀରରେ ପାୟ ୪୦% ପିଲାଙ୍କର ବୟସ ଅନୁଯାୟୀ ଉଚ୍ଚତା କମ୍ ଏବଂ ୧୫% ପିଲାଙ୍କର ବୟସ ଅନୁଯାୟୀ ଓଜନ କମ୍‌। ସ୍ୱାସ୍ଥ୍ୟ ସେବା, ପରିମଳ ଏବଂ ଶିକ୍ଷାକୁ ଅର୍ନ୍ତଭୁର୍କ୍ତ କରି ସାମ୍‌-ଏସ୍‌ଏଏମ୍ ପରିଚାଳନା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଆବଶ୍ୟକ। ପ୍ରଭାବଶାଳୀ ସାମ୍‌-ଏସ୍‌ଏଏମ୍ ପରିଚାଳନା କେବଳ ଜୀବନ ରକ୍ଷା କରେ ନାହିଁ ବରଂ ପିଲାମାନଙ୍କ ଦୀର୍ଘସ୍ଥାୟୀ ସୁସ୍ଥତା ଏବଂ ଜ୍ଞାନର ବିକାଶରେ ମଧ୍ୟ ସହାୟକ ବୋଲି ସେ ମତ ପ୍ରଦାନ କରିଥିଲେ”। ସେ ଏହା ମଧ୍ୟ କହିଥିଲେ ଯେ, ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣି, ଅପପୃଷ୍ଟିର ବ୍ୟାପକ ମୁକାବିଲା ପାଇଁ ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମର କଭରେଜ୍‌ର ପ୍ରୟାସକୁ ପ୍ରୋତ୍ସାହିତ କରିବ। “ପିଲାମାନଙ୍କୁ ପ୍ରଭାବିତ କରୁଥିବା କାରଣଗୁଡିକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଶକ୍ତି ରହିଛି ବୋଲି ସେ କହିଥିଲେ”।

ବଲାଙ୍ଗୀରରେ ଅପପୃଷ୍ଟି ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆହ୍ୱାନର ସମାଧାନ କରିବା ପାଇଁ ବିସ୍ତୃତ ଆଲୋଚନା ଏବଂ ପ୍ରଶ୍ନ-ଉତ୍ତର ଅଧିବେଶନରେ ଅଂଶଗ୍ରହଣକାରୀମାନଙ୍କୁ ଅନ୍ତର୍ନିହିତ ମତ ଆଦାନ ପ୍ରଦାନ କରିବାର ସୁଯୋଗ ମଧ୍ୟ ପ୍ରଦାନ କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ସଚେତନତା ବୃଦ୍ଧି ପାଇଁ ସହଯୋଗର ହାତ ବଢେଇବା ଗୁରୁତ୍ୱାରୋପ ସହିତ ସର୍ବସାଧାରଣଙ୍କ ଆଲୋଚନାରେ ସାମ୍‌-ଏସ୍‌ଏଏମ୍ କୁ ପ୍ରାଥମିକତା ଦେବା ପାଇଁ ଧ୍ୟାନ ବଜାୟ ରଖିବାକୁ ସଂକଳ୍ପ ନେଇଥିଲେ।
ଗଣମାଧ୍ୟମ ରାଉଣ୍ଡ ଟେବୁଲ୍ ଭବିଷ୍ୟତର ପଦକ୍ଷେପ ପାଇଁ ଭିତ୍ତିପ୍ରସ୍ଥର ପ୍ରଦାନ କରଥିଲା, ଯାହାକି ବଲାଙ୍ଗୀରରେ ଶିଶୁ ଏବଂ ମା’ମାନଙ୍କ ନିକଟରେ ନିରନ୍ତର ଭାବରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ତମ ଫଳାଫଳ ଆଣିବାରେ ବହୁ କ୍ଷେତ୍ରର ଗୁରୁତ୍ୱର୍ଣ୍ଣ ଭାଗିଦାରିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

Leave a Reply

Your email address will not be published. Required fields are marked *