ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ପ୍ରେତ୍ସାହନରେ ସୁଫୀବାଦୀ ଭୂମିକା :ଏମ୍‌ଡି ସଲିମ୍‌


ସୁଫୀବାଦ, ଇସଲାମ ଧର୍ମର ଏପରି ଏକ ପରମ୍ପରା ଯାହାର ଅନ୍ତର୍ଗତ ବ୍ୟକ୍ତିଗତ ଆଧ୍ୟାତ୍ମିକ ବିକାଶ ଓ ଧର୍ମ ବିଶ୍ୱାସର ଗଭୀର ବୋଧ ଉପରେ ଗୁରୁତ୍ୱାରୋପ କରାଯାଇଥାଏ । ଭାରତରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ବିବଧତା ମଧ୍ୟରେ ଏକତାକୁ ପ୍ରସାରିତ କରିବା ପାଇଁ ସୁଫୀବାଦ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଅଟେ । ସୁଫୀବାଦ ଏହାର ଅନୁଗାମୀମାନଙ୍କୁ ଶାନ୍ତି ଓ ଏକତାର ଦୂତ ହେବା ପାଇଁ ପ୍ରେରିତ କରିଥାଏ ।


ସୁଫୀବାଦର ମୂଳ ସିଦ୍ଧାନ୍ତ ହେଲା ଈଶ୍ୱର ଏକ ଓ ସମଗ୍ର ମାବନ ଜାତି ଗୋଟିଏ । ଏହା ସହ ସୁଫୀ ଦର୍ଶନର ଅନ୍ୟ ସୁଦ୍ଧାନ୍ତ ଗୁଡ଼ିକ ହେଲା ସମ୍ମାନ, ସହିଷ୍ଣୁତା ଓ ବିବିଧତାର ଗ୍ରହଣୀୟତା । ସୁଫୀ ମାନଙ୍କର ବିଶ୍ୱାସ ହେଲା, ଧର୍ମ, ବର୍ଣ୍ଣ ଓ ଜାତି ନିବିଶେଷରେ ସମସ୍ତ ମଣିଷମାନେ ସମାନ ଅଟନ୍ତି । ଏହି ପରିପ୍ରେକ୍ଷୀରେ ଏକ ପ୍ରସିଦ୍ଧ ସୁଫୀ ଉକ୍ତିକୁ ଉଲ୍ଲେଖ କରାଯାଇପାରେ, ସୁଫୀ ସମସ୍ତ ମଣିଷଙ୍କ ସାଥୀ, କାରଣ ଜଣେ ସର୍ବଦା ଅନ୍ୟମାନଙ୍କୁ ଦୟା ଓ କରୁଣା ଦୃଷ୍ଟିରେ ଦେଖିଥାଏ । କରୁଣା ଓ ଉତ୍ତମ ବୁଝାମଣା ସୁଫୀବାଦରେ ଅନ୍ତର୍ନିହିତ, ଯାହା ସମୂଦାୟମାନଙ୍କ ମଧ୍ୟରେ ଏକତା ଓ ସୌହାର୍ଦ୍ଦ୍ୟର ମାର୍ଗ ପ୍ରଶସ୍ତ କରିବାରେ ସହାୟକ ହୋଇପାରିଛି । ସୁଫୀମାନଙ୍କ ଗଭୀର ବିଶ୍ୱାସ ହେଲା ୟେ ପ୍ରେମ ଦ୍ୱାରା ବିଭିନ୍ନ ସମୂଦାୟ ମଧ୍ୟରେ ଥିବା ଦ୍ୱେଶକୁ ଦୂର କରାଯାଇପାରିବ ।

ଏହା ସହ ସୁଫୀମାନେ ବିଶ୍ୱାସ କରନ୍ତି ଯେ, ପ୍ରତ୍ୟେକ ମଣିଷର ଈଶ୍ୱର ପ୍ରାପ୍ତିର ମାର୍ଗ ଭିନ୍ନ ଅଟେ, ତେଣୁ ବ୍ୟକ୍ତି ଉପରେ କୌଣସି ପ୍ରକାର ଧାର୍ମିକ ବିଶ୍ୱାସ ଥୋପିବାର ଆବଶ୍ୟକତା ନାହିଁ । ସୁଫୀବାଦ ଭାରତର ବିଭିନ୍ନ ଧର୍ମ ବିଶ୍ୱାସମାନଙ୍କରେ ରହିଥିବା ରୀତିନୀତି ମଧ୍ୟରେ ଭିନ୍ନତାକୁ ସ୍ୱୀକୃତି ତଥା ସମ୍ମାନ ପ୍ରଦର୍ଶନ କରିଥାଏ । ସୁଫୀବାଦ ଶାନ୍ତି ଓ ଅହିସା ସ୍ଥାପନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଅଛି । ସୁଫୀମାନଙ୍କର ବିଶ୍ୱାସ ହେଲା ପ୍ରକୃତ ଆଧ୍ୟାତ୍ମିକ ପ୍ରଗତି କେବଳ ଶାନ୍ତିପୂର୍ଣ୍ଣ ଉପାୟରେ ସମ୍ଭବ, ତେଣୁ ଲକ୍ଷ୍ୟ ହାସଲ କରିବା ପାଇଁ କୌଣସି ହିଂସାତ୍ମକ ପନ୍ଥାକୁ ସୁଫୀବାଦ ବିରୋଧ କରିଥାଏ । ସଉଫୀବାଦା ଏହି ବାର୍ତ୍ତା ବିଭିନ୍ନ ସବୁଦାୟ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଅନେକ ସହାୟକ ହୋଇଥିଲା । ସୁଫୀବାଦର ଅନେକ ସନ୍ଥ ଓ ବିଦ୍ୱାନମାନେ ନିଜକୁ ସର୍ବଦା କଟ୍ଟରଦାର ଓ ଚରମପନ୍ଥୀରୁ ଦୂରେଇ ରଖିଥିଲେ, କାରଣ ତାଙ୍କ ଅନୁସାରେ ଧର୍ମ ନୁହେଁ ବର ବ୍ୟକ୍ତିର ଚରମ ଇଚ୍ଛା ହିଁ ତାହାକୁ ଅନ୍ୟର ଜୀବନ ପ୍ରତି କ୍ଷତି ପହଞ୍ଚାଇବା ପାଇଁ ପ୍ରେରିତ କରିଥାଏ । ସୁଫୀମାନଙ୍କ ନରମପନ୍ଥୀ ମନୋଭାବ ବିବିଧ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କୁ ସେମାନଙ୍କ ପ୍ରତି ଆକୃଷ୍ଟ କରି ମଣିଷ ଜୀବନ ଓ ଅସ୍ତିତ୍ୱ ପ୍ରତି ଏକ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରିଥିଲା ।


ଖ୍ୱାଜା ମଇଉଦ୍ଦିନ୍ ବିସ୍ତି ଓ ନିଜାମୁଦ୍ଦିନ ଆଉଲିଆଙ୍କ ଭଳି ସୁଫୀ ସନ୍ଥମାନେ ବିଭିନ୍ନ ଧର୍ମ ବିଶ୍ୱାସମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପନ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସୁଫୀ ସନ୍ଥମାନେ ସର୍ବଦା ପରସ୍ପର ଧର୍ମ ମଧ୍ୟରେ ସହିଷ୍ଣୁତା ଓ ବିବିଧତାକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଶିକ୍ଷା ଦେଉଥିଲେ । ସୁଫୀ ପରମ୍ପରରାରେ ସମାଜ ସେବା ସହିତ ଧର୍ମ ନିର୍ବିଶେଷରେ ବ୍ୟକ୍ତି ଓ ସମୂଦାୟର ମଙ୍ଗଳ ପାଇଁ କାର୍ଯ୍ୟ କରାଯାଇଥାଏ । ଖାନକାହୁ ଓ ଦରଗାହ ଭଳି ସୁଫୀ ଅନୁଷ୍ଠାନ ଗୁଡ଼ିକ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସେବା ପ୍ରଦାନ କରିପା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି ।


ଯଦିଓ ସାମାଜିକ ସୌହାର୍ଦ୍ଦ୍ୟ ଓ ବିଭିଧତା ମଧ୍ୟରେ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ସୁଫୀବାଦର ଗୌରବମୟ ଇତିହାସ ଅଛି, କିନ୍ତୁ ବର୍ତ୍ତମାନ ସମୟରେ କେତେକ ସଂଗଠନ ସୁଫୀ ପରମ୍ପରାକୁ ବଦନାମ୍ କରିବା ପାଇଁ ଚେଷ୍ଟା କରୁଛନ୍ତି । କାରଣ ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଲା ରାଜନୈତିକ ଓ ସାମ୍ପ୍ରଦାୟିକ ରଙ୍ଗ ଦେଇ ସୁଫୀ ଦରଗାହ ଗୁଡ଼ିକୁ ଅକ୍ତିଆର କରିବା । କିନ୍ତୁ ଏହିପରି ରାଜନୈତିକ ଉଦ୍ଦେଶ୍ୟ ନୀହିତ ସଂଗଠନମାନଙ୍କ ପଦକ୍ଷେପ କେବେହେଲେ ସଫଳ ହୋଇପାରିବ ନାହିଁ, କାରଣ ଭାରତର ଜନସାଧାରଣ ସୁଫୀମାନଙ୍କ ଶିକ୍ଷାକୁ ହୃଦୟରୁ ବିଶ୍ୱାସ କରନ୍ତି, କାରଣ ଏହା କରୁଣା, ଦୟା, କ୍ଷମାକୁ ଗୁରୁତ୍ୱାରୋପ କରିଥାଏ, ଯାହା ବିଭିନ୍ନ ସମୁଦାୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଏକାନ୍ତ ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *