୧୫ ଜଣ ମହିଳା ମାଷ୍ଟର ଟ୍ରେନର ଓ ସେଂଟର ହେଡଙ୍କ ସ୍ନାତକ ଉପାଧି ପ୍ରଦାନ

ମୟୂରଭଂଜ, ଓଡ଼ିଶା,(ପ୍ରବାହ ନ୍ୟୁଜ୍) : ମାର୍ଚ୍ଚ୩,୨୦୨୪: ଭାରତୀୟ ହସ୍ତତନ୍ତ ଉଦ୍ୟୋଗ ପାଇଁ ପନ୍ଦର ଜଣ ମହିଳା ବୁଣାକାର ମଉନା ଧାୱାନିଙ୍କ ତନ୍ତସାଥୀ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମରୁ ସ୍ନାତକ ହାସଲ କରିଛନ୍ତି । ଏହା ସାରା ଓଡ଼ିଶାର ଉଦଳା ଓ ମୟୂରଭଂଜ ଜିବି ନଗର ବ୍ଲକରେ ମାଷ୍ଟର ଟ୍ରେନର ଓ ସେଂଟର ହେଡ ଭାବରେ ସେମାନଙ୍କୁ ପ୍ରମୁଖ ଉପାଧି ପ୍ରଦାନ କରିଛି । ଆଜି ସମାଜରେ ଏହି ସବୁ ପ୍ରଶିକ୍ଷିତ ମହିଳାମାନେ ନିଜର ସଶକ୍ତିକରଣ ବଳରେ ରହିଥିବା ପ୍ରତିବନ୍ଧକକୁ ଭାଙ୍ଗି ପାରିଛନ୍ତି ।
ଭଣ୍ଡାଗାଁରୁ ମାନସୀ ପାତ୍ର ପାଠ୍ୟକ୍ରମରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଓ ମନୱା ଧାୱାନି ଫାଉଣ୍ଡେସନ ଅଧିନରେ ତାଲିମପ୍ରାପ୍ତ ଗୋଷ୍ଠୀର ମହିଳା ନିର୍ଦ୍ଦେଶକ ମଣ୍ଡଳୀ ଦ୍ୱାରା ପରିଚାଳିତ ଏକ ସ୍ୱୟଂ ଶାସିତ ସଂସ୍ଥା ତନ୍ତଗାଥା ମହିଳା ବୁଣାକାର ଉତ୍ପାଦକ ସଂଘର ଡେପୁଟି ସିଇିଓ ହେବାକୁ ଯାଉଛନ୍ତି । ଖୁସି ପ୍ରକାଶ କରି ମାନସୀ କହିଛନ୍ତିଯେ ଆଜି ମୁଁ ଆମ ମହିଳା ଉଦ୍ୟୋଗରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି । ମୋର ସ୍ୱୀକୃତି ହେଉଛି ଅନ୍ୟମାନଙ୍କ ପାଇଁ ପ୍ରେରଣା । ନୂଆ ଶକ୍ତି ଓ ଚିନ୍ତାଧାରା ଯାହା ଆମର ହସ୍ତତନ୍ତ ପରଂପରାକୁ ଫେରାଇ ଆଣିବାରେ ସାହାଯ୍ୟ କରିବ ।
ଓଡ଼ିଶାର ହ୍ୟାଣ୍ଡଲୁମ ଉଦ୍ୟୋଗରେ ଗଭୀର ଅସମାନତାକୁ ଦୂର କରି ମଉନା ଧାୱାନି ୫୦ଟି ଗ୍ରାମ ଓ ୧୨ଟି କେନ୍ଦ୍ରରେ ୫୦୦ରୁ ଅଧିକ ମହିଳାଙ୍କୁ ଏକତ୍ର କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ପାଂଚ ବର୍ଷର ଯାତ୍ରା ୨୦୧୯ରେ ଆରମ୍ଭ ହୋଇଥିଲା, ସ୍ୱଦେଶୀ ଝୋଟ ଓ କପା ବ୍ୟବହାର କରି ହ୍ୟାଣ୍ଡଲୁମ ବୁଣା, ପ୍ରାକୃତିକ ରଙ୍ଗ, ହାତବୁଣା, ଏମ୍ବ୍ରୋଡେରୀ ଓ ଟେଲରିଂ କାର୍ଯ୍ୟ ସହ ଜଡ଼ିତ ହୋଇଥିଲା । ଆଜି ଏହା ବସ୍ତ୍ର ଶିଳ୍ପରେ ଏକ ବିପ୍ଲବ ଆଣିବାକୁ ଯାଉଛି ।
ଜୁନ ୨୦୨୩ରେ ଆରମ୍ଭ ହୋଇଥିବା ତନ୍ତ ସାଥୀ ହେଉଛି ଏକ ୬୦୦ ଘଂଟା କାର୍ଯ୍ୟକ୍ରମ ଓ ଛମାସ ଅବଧିରେ ପରିଚାଳିତ । ଏଥିରେ ସମୀକ୍ଷା,ପରୀକ୍ଷା ଓ ଜିଲ୍ଲା ଅଧିବେଶନ ରଖାଯାଇଥାଏ । ଏକ ନୂଆ ମୂଲ୍ୟାଙ୍କନ ପ୍ରକ୍ରିୟାକୁ ସୁଗମ କରୁଥିବାରୁ ଅଂଶଗ୍ରହଣକାରୀମାନେ ବର୍ତମାନ ପ୍ରସ୍ତୁତ ବା ପରବର୍ତି ୧୨-୧୮ ମାସରେ ପ୍ରସ୍ତୁତ ଶ୍ରେଣୀଭୁକ୍ତ ହୋଇଥାନ୍ତି । ଏହା ଶିଳ୍ପ ପାଇଁ ଏକ ଚ୍ୟାଲେଂଜ ଭାବରେ କାର୍ଯ୍ୟ କରୁଛି ଓ ୨୬ ମହିଳାଙ୍କ ସକ୍ରିୟ ଯୋଗଦାନକୁ ନେଇ ଆଜି ୧୫ ଜଣ ମହିଳା ସ୍ନାତକ ହାସଲ କରିଛନ୍ତି ।
ମଉନା ଧାୱାନିଙ୍କୁ ବୁଣାକାର ସେବା କେନ୍ଦ୍ର, ଭୁବନେଶ୍ୱର ଓ ସହକାରୀ ନିର୍ଦ୍ଦେଶକ ବୟନଶିଳ୍ପ, ମୟୂରଭଂଜ ସହଯୋଗର ହାତ ବଢାଇଛନ୍ତି । ଏଥି ସହ ପାଠ୍ୟକ୍ରମରେ ମୟୂରଭଂଜରେ ହ୍ୟାଣ୍ଡଲୁମ କ୍ଲଷ୍ଟର ଗୁଡ଼ିକ ପୁନଃବିନ୍ୟାସ କରିବାରେ ସହଯୋଗ କରିବା ଓ ଗୋଷ୍ଠୀରେ ଏହାକୁ ପ୍ରସାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଏହି ଅବସରରେ ଉଦବୋଧନ ଦେଇ ବିନ୍ଦୁ ବିନୋଦନ, ପ୍ରତିଷ୍ଠାତା ମଉନା ଧାୱାନି ଓ ତନ୍ତସାଥୀଙ୍କ କ୍ୟୁରେଟର କହିଛନ୍ତିଯେ ତନ୍ତସାଥୀ ସ୍ନାତକ ସମାରୋହରେ ଅଂଶଗ୍ରହଣକାରୀଙ୍କ ନିଷ୍ଠା ଓ ଜ୍ଞାନର ଏକ ଆନୁଷ୍ଠାନିକ ସ୍ୱୀକୃତି ଅଟେ । ପନ୍ଦର ଜଣ ବର୍ତମାନ ମାଷ୍ଟର ଟ୍ରେନର ଭାବେ ସ୍ନାତକ ଓ ସେଂଟର ହେଡ ଭାବେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବେ । ଏମାନଙ୍କ ସାହସ, ନିଷ୍ଠା ଓ ନେତୃତ୍ୱ ମାଧ୍ୟମରେ ମହିଳା ତନ୍ତସାଥୀ ହସ୍ତତନ୍ତ କ୍ଷେତ୍ର ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି । ବିଶେଷ ଭାବରେ ଏହି ଅଂଚଳର ବୁଣାକାର ଓ ସାଧାରଣତଃ ଓଡ଼ିଶାର ବୁଣାକାର ପିଲାମାନଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ ।