ଭାରତରେ ୧୦ ଲକ୍ଷରୁ ଅଧିକ କ୍ଷୁଦ୍ରଚାଷୀଙ୍କୁ ଡିଜିଟାଲ ମାଧ୍ୟମରେ ସଶକ୍ତ କରିଛନ୍ତି ମାଷ୍ଟର୍‌କାର୍ଡ, ଲିଫ୍ ଓ ବେସିକ୍ସ

.କୃଷି ଉତ୍ପାଦର ବିକ୍ରି ୨୦୨୨ରେ ପ୍ରାୟ ୧୮୦ କୋଟି ଟଙ୍କାରେ ପହଂଚିଛି ।
. ୨୦୨୫ ସୁଦ୍ଧା ୧୦ ମିଲିୟନ ଚାଷୀଙ୍କୁ ସେବା ଯୋଗାଇବା ପାଇଁ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ।

ନୂଆଦିଲ୍ଲୀ, ୧୨ ଜାନୁଆରୀ ୨୦୨୩: ମାଷ୍ଟର୍‌କାର୍ଡ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, ଏହା ନିଜର ବିସ୍ତୃତ ଗ୍ରାମାଂଚଳ ଓ କୃଷି ଡିଜିଟାଲୀକରଣ ସମାଧାନ, ଫାର୍ମ ପାସ୍ ମାଧ୍ୟମରେ ଭାରତରେ ଏକ ମିଲିୟନରୁ ଅଧିକ କ୍ଷୁଦ୍ରଚାଷୀଙ୍କୁ ଲାଭାନ୍ୱିତ କରିବାର ମାଇଲ୍‌ଖୁଂଟ୍‌ରେ ପହଂଚିଛି । ଫାର୍ମ ପାସ୍‌ର ବ୍ୟବହାର କରି ମାଷ୍ଟରକାର୍ଡ ୨୦୨୨ରେ ପ୍ରାୟ ୧୮୦ କୋଟି ଟଙ୍କାର କୃଷି ଉତ୍ପାଦ ବିକ୍ରି କରାଇଛି । ଲରେନ୍ସଡେଲ୍ ଆଗ୍ରୋ ପ୍ରୋସେସିଂ ଇଣ୍ଡିଆ (ଏଲ୍‌ଇଏଏଫ୍‌) ଓ ବେସିକ୍ସ ସୋସିଆଲ ଏଂଟରପ୍ରାଇଜ୍ ଗ୍ରୁପ୍ ସହ କାର୍ଯ୍ୟ କରି ଏହି ପେମେଂଟ୍‌ସ ଟେକ୍ନୋଲୋଜି ଫାର୍ମ ଏବେ ୨୦୨୫ ସୁଦ୍ଧା ୧୦ ମିଲିୟନ କୃଷକଙ୍କୁ କଭର୍ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

୨୦୨୦ରୁ ମାଷ୍ଟରକାର୍ଡ, ଲିଫ୍ ଓ ବେସିକ୍ସ ଭାରତର ୪ଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଚାଷୀମାନଙ୍କ ପାଇଁ ଡିଜିଟାଲ ପହଂଚ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବୃଦ୍ଧି କରିବା ପାଇଁ ସହଭାଗିତା କରିଛନ୍ତି । ଡିଜିଟାଲ ଓ ପେମେଂଟ୍ ଟେକ୍ନୋଲୋଜି ସମେତ ଆଗ୍ରିଟେକ୍ କ୍ଷେତ୍ରରେ ନିଜର ସମୃଦ୍ଧ ଅଭିଜ୍ଞତା ଓ ବିଶେଷଜ୍ଞତା ସହିତ ୨୦୨୩ରେ ମାଷ୍ଟର୍‌କାର୍ଡ ଏହାର ଫାର୍ମ ପାସ୍ ସଲ୍ୟୁଶନକୁ ଅଧିକ ୫ଟି ରାଜ୍ୟ ଯେପରିକି ହିମାଚଳ ପ୍ରଦେଶ, ଆସାମ, ଓଡିଶା, ତେଲେଙ୍ଗାନା ଓ ପଶ୍ଚିମବଙ୍ଗକୁ ବିସ୍ତାର କରିବ ।

ମାଷ୍ଟର୍‌କାର୍ଡର ଫାର୍ମ ପାସ୍ ହେଉଛି ଗ୍ରାମାଂଚଳ ପାଇଁ ଏକ ଡିଜିଟାଲ ଇକୋସିଷ୍ଟମ ପ୍ଲାଟ୍‌ଫର୍ମ ଯାହା ସୁଦୂର ଅସଂଯୋଜିତ (ଅନ୍‌କନେକ୍ଟେଡ୍‌) ଅଂଚଳଗୁଡିକରେ ମଧ୍ୟ ଅଫ୍‌ଲାଇନ୍‌ରେ କାର୍ଯ୍ୟ କରୁଛି ଏବଂ କୃଷି କ୍ଷେତ୍ରର ହିତାଧିକାରୀଙ୍କୁ ଏକତ୍ରିତ ହେବା ଓ କୃଷକ ସମୁଦାୟକୁ ସେବା ଯୋଗାଇବା ପାଇଁ ପ୍ରୋତ୍ସାହିତ କରୁଛି । ଏହି ପ୍ଲାଟ୍‌ଫର୍ମ ବାଣିଜ୍ୟିକ ରୂପେ ଏକ ସ୍ଥାୟୀ ଇକୋସିଷ୍ଟମ ନିର୍ମାଣ କରି କୃଷି ବଜାର ଓ କୃଷକଙ୍କ ତଥ୍ୟର ଡିଜିଟାଲୀକରଣକୁ ସକ୍ଷମ କରୁଛି, ଯାହା କୃଷକମାନଙ୍କୁ ଆନୁଷ୍ଠାନିତ ଅର୍ଥନୀତିର ଏକ ଅଂଶ ହେବାକୁ ସକ୍ଷମ କରିଥାଏ ।

ମାଷ୍ଟର୍‌କାର୍ଡ ଓ ଏହାର ଇକୋସିଷ୍ଟମ ପାର୍ଟନର୍‌ମାନେ ଏଭଳି କୃଷକମାନଙ୍କୁ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ି, ଏହି କୃଷକମାନଙ୍କୁ ନିଜ ଉତ୍ପାଦ ପାଇଁ ଉନ୍ନତ ମୂଲ୍ୟ ପାଇବା ପାଇଁ ସକ୍ଷମ କରି, ସେମାନଙ୍କୁ କୃଷିବିଜ୍ଞାନର ସୂଚନା ଓ ସେବାଗୁଡିକ ପାଇଁ ପହଂଚ ପ୍ରଦାନ କରି ଏବଂ ଫାର୍ମର୍ ପ୍ରଡ୍ୟୁସର ଅର୍ଗାନାଇଜେଶନ୍ସ (ଏଫ୍‌ପିଓ)ଗୁଡିକୁ ସମର୍ଥନ କରି ସେମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ଫାର୍ମ ପାସ୍ ହେଉଛି କମ୍ୟୁନିଟି ପାସ୍‌ର ଏକ ଅଂଶ, ଗ୍ରାମାଂଚଳ ଲୋକମାନଙ୍କ ପାଇଁ ଏକ ମିଳିତ, ଇଂଟରଅପରେବୁଲ ଡିଜିଟାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର । ଏହା ଗୁରୁତ୍ୱପୂର୍ଣ୍ଣ ସେବାଗୁଡିକ ପାଇଁ ପହଂଚ ପ୍ରଦାନ କରିଥାଏ ଏବଂ ସେମାନଙ୍କ ଲାଗି ସରକାର, ବ୍ୟାଙ୍କ, କୃଷି ସଂସ୍ଥା ଓ ଏନ୍‌ଜିଓଗୁଡିକ ସମେତ ସମସ୍ତ ହିତାଧିକାରୀଙ୍କ ପାଇଁ ଖର୍ଚ୍ଚ ହ୍ରାସ କରିଥାଏ ।

ଏସମ୍ପର୍କରେ ମାଷ୍ଟର୍‌କାର୍ଡର ହ୍ୟୁମାନିଟାରିଆନ୍ ଆଣ୍ଡ ଡେଭ୍‌ଲପ୍‌ମେଂଟ୍ ବିଭାଗର କାର୍ଯ୍ୟକାରୀ ଉପାଧ୍ୟକ୍ଷ ତାରା ନାଥନ୍ କହିଛନ୍ତି, ‘କମ୍ୟୁନିଟି ପାସ୍‌କୁ କ୍ଷୁଦ୍ରଚାଷୀମାନଙ୍କୁ ଅଧିକ ଓ ଶୀଘ୍ର ଅର୍ଥ ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଫାର୍ମ ପାସକୁ ଅନ୍ତର୍ଭୁକ୍ତ କରିଥାଏ । ମାଷ୍ଟରକାର୍ଡ ଗତବର୍ଷ ଏକ ମିଲିୟନରୁ ଅଧିକ ଚାଷୀଙ୍କୁ ସହଯୋଗ କରି ଗର୍ବିତ । ଭାରତ ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ଓ କୃଷକଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ ସହ ଜଡିତ ରହି, କମ୍ୟୁନିଟି ପାସ୍ କ୍ଷୁଦ୍ରଚାଷୀମାନେ ନିର୍ଭରଯୋଗ୍ୟ ବଜାର ଓ ଆର୍ଥିକ ସେବା ହାସଲ କରିବା ପାଇଁ ଚେଷ୍ଟା କରିବା ସମୟରେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକଗୁଡିକୁ ଦୂର କରୁଛି ।’

ଲିଫ୍‌ର ପ୍ରତିଷ୍ଠାତା ଓ ସିଇଓ ପଲଟ୍ ବିଜୟରାଘବନ୍ କହିଛନ୍ତି, ‘ ଆଗ୍ରିଟେକ୍ କ୍ଷେତ୍ରରେ ଆମର ଗଭୀର ବିଶେଷଜ୍ଞତାକୁ ବ୍ୟବହାର କରି ମାଷ୍ଟର୍‌କାର୍ଡ ସହିତ ଏହି ସହଭାଗିତା ବିଭିନ୍ନ ଡିଜିଟାଲ ଉତ୍ପାଦ ଓ ସମାଧାନଗୁଡିକର ବିକାଶକୁ ଆଗକୁ ବଢାଇଛି ଯାହା କ୍ଷୁଦ୍ରଚାଷୀମାନଙ୍କର ଜୀବନକୁ ପରିବର୍ତନ କରିଛି । ବିସ୍ତୃତ ତାଲିମ୍ ଓ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ଆମେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଅଧିକ ସଶକ୍ତ କରିବା ଜାରି ରଖିବୁ ।’

ବେସିକ୍ସର ସିଇଓ ଡା. ସତୈୟାଃ କହିଛନ୍ତି, ‘ଆମେ ଭାରତୀୟ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଆମର ପ୍ରୟାସରେ ମାଷ୍ଟରକାର୍ଡ ସହ ସହଭାଗିତା କରି ଗର୍ବିତ । ବେସିକ୍ସର ଫାମର୍ସର ମାର୍କେଟ୍ (ବିଏଫ୍‌ଏମ୍‌) କୃଷି ଟ୍ରାଞ୍ଜାକ୍ସନଗୁଡିକରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ମାଷ୍ଟର୍‌କାର୍ଡର ଟେକ୍ନୋଲୋଜିକୁ ବ୍ୟବହାର କରୁଛି ଏବଂ କୃଷକଙ୍କ ପାଇଁ ଉନ୍ନତ ମୂଲ୍ୟକୁ ସକ୍ଷମ କରୁଛି ।’
ଗତବର୍ଷ ମାଷ୍ଟରକାର୍ଡ ଏହାର ଫାର୍ମ ପାସ୍ ପ୍ରୋଗ୍ରାମକୁ ୨୦୨୩ରେ ଏସିଆ ପାସିଫିକ୍‌ର ଅଧିକ ବଜାରକୁ ବିସ୍ତାର କରିବା ପାଇଁ ଯୋଜନାଗୁଡିକ ସମ୍ପର୍କରେ ଘୋଷଣା କରିଥିଲା । କମ୍ପାନୀ ଗ୍ରାମାଂଚଳ ଇକୋସିଷ୍ଟମକୁ ଡିଜିଟାଇଜ୍ କରିବା ପାଇଁ ଏକ ସ୍ୱତନ୍ତ୍ର ଆଗ୍ରିକଲ୍‌ଚରାଲ ଇନ୍‌ଭଏସ୍ ଡିସ୍କାଉଂଟିଙ୍ଗ୍ ପ୍ଲାଟ୍‌ଫର୍ମ, ଏକ ରୁରାଲ ଫାଇନାନ୍ସିଆଲ ଇନ୍‌କ୍ଲୁ ଜନ କାର୍ଡ ସମେତ ଅତିରିକ୍ତ ସମାଧାନଗୁଡିକୁ ଲଂଚ କରିବା ପ୍ରକ୍ରିୟାରେ ରହିଛି ।

Leave a Reply

Your email address will not be published. Required fields are marked *