ଫେଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯକ୍ରମ

କରଞ୍ଜିଆ , ପ୍ରବାହ- ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ରାଜ୍ୟରେ ଫେଲରିଆ ନିରାକରଣ ନିମନ୍ତେ ସାମୁହିକ ଫେଳେରିଆ ନିରାକରଣ ଔଷଧ ସେବନ ଅଗଷ୍ଟ ୧୦ ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ଏହି ପରିପ୍ରେକ୍ଷୀରେ କରଞ୍ଜିଆ ସ୍ଥିତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଲୟ ସଭାଗୃହ ଠାରେ ଡାକ୍ତଖାନା ପରିଚାଳକ ଲିପ୍ସା ରାଜନନ୍ଦନୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଡ଼ାକ୍ତର କ୍ଷୀରେନ୍ଦ୍ର ନାଥ ପତି, ହିସାବ ରକ୍ଷକ ପ୍ରୀତିଲତା ମହନ୍ତ ପୃମୁଖ ଯୋଗ ଦେଇ ଏହି କାର୍ଯକ୍ରମ ରେ ନିୟୋଜିତ ହୋଇଥିବା ଆଶ। କର୍ମୀ, ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଙ୍କୁ ଔଷଧ ସେବନ ସଂପର୍କ ରେ ସଚେତନ କରିବାସହିତ ତାଙ୍କୁ ଫିଲେରିଆ ନିରାକରଣ ଔଷଧ ଖୁଆଇଥିଲେ। ଏହି ଔଷଧ ସମସ୍ତ ଙ୍କ ନିମନ୍ତେ ଆଗଷ୍ଟ ୧୦ ରୁ ସେବନ ନିମନ୍ତେ ସ୍ଥିର କରଯାଇଛି, ଏହି ସେବନ ପ୍ରକ୍ରିୟାଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ। ଏହି ଔଷଧ ସମସ୍ତେ ସେବନ କରି ଫେଲେରୀଆ ରୋଗ ରୁ ମୁକ୍ତି ପାଇବାକୁ ଡାକ୍ତଖାନା ପକ୍ଷରୁ ଆହ୍ଵାନ କରଯାଇଛି। ଶେଷ ରେ ହିସାବ ରକ୍ଷକ ପ୍ରିତିଲତ। ମହନ୍ତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।