ମାସିକ ୧୦ ହଜାର ପ୍ରୋତ୍ସାହନରାଶି ପ୍ରଦାନ ନ କଲେ ୨୦୨୪ ନିର୍ବାଚନରେ ସରକାରଙ୍କୁ ଜୋର୍‌ଦାର ବିରୋଧ କରିବେ ଗାଁସାଥୀ

ଫେବୃୟାରୀ ଶେଷ ସୁଦ୍ଧା ୪ଟି ସ୍ଥାନରେ ବିଶାଳ ସମାବେଶ ଓ ରାଲି

ଭୁବନେଶ୍ୱର, ତା ୭.୨.୨୦୨୪ : ମାସିକ ୧୦ ହଜାରରୁ ଊର୍ଦ୍ଧ୍ୱ ମାସିକ ପ୍ରୋତ୍ସାହନ ରାଶି ପ୍ରାପ୍ତି ଓ ଅନ୍ୟ ୨ ଦଫା ଦାବି ନେଇ ବିଧାନସଭା ଆଗରେ ଲଢୁଛି ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ସଂଘର ରାଜ୍ୟ ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଚଳିତ ଜାନୁଆରୀ ୩୦ ତାରିଖରୁ ଜୋର୍‌ଦାର ସଂଗ୍ରାମ ଜାରି ରଖିଛି ଉକ୍ତ ସଂଘ । ଗତକାଲି ସେହି ଗାଁସାଥୀଙ୍କ ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କା ପାଇବା ପ୍ରସଙ୍ଗରେ ଉଭୟ ବିରୋଧି ଦଳ ନେତା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ଶ୍ରୀଯୁକ୍ତ ନରସିଂହ ମିଶ୍ର ମହୋଦୟ ବିଧାନସଭାରେ ପ୍ରଶ୍ନ ଉତ୍‌ଥାପନ କରିଥିବାରୁ ସଂଘ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଜି ଧାରଣାସ୍ଥଳରେ ହଜାର ହଜାର ଗାଁସାଥୀ (ମେଟ୍‌) ମିଳିତ ଭାବେ ନିଷ୍ପତ୍ତି ନେଲେ ଯେ, ଏ ସରକାର ତାଙ୍କର ମାସିକ ପ୍ରୋତ୍ସାହନ ରାଶି ଦାବିକୁ ଆଗାମୀ ୧ ସପ୍ତାହ ମଧ୍ୟରେ ପୂରଣ ନ କରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଜୋର୍‌ଦାର ବିରୋଧ କରିବ ସଂଘ । ଏହାର ରଣନୀତି ଓଡ଼ିଶାର ୪ଟି ସ୍ଥାନରେ ସମାବେଶ କରି ପ୍ରସ୍ତୁତ କରିବ । ନିଷ୍ପତ୍ତି ଅନୁଯାୟୀ ଚଳିତ ଫେବୃୟାରୀ ୧୬ରେ ଉପକୂଳ ଓଡ଼ିଶାରେ ଥିବା ଭଦ୍ରକ ଜିଲ୍ଲା ଅଫିସ୍ ଆଗରେ ୫ଟି ଜିଲ୍ଲା ଯଥା- ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁରର ସମସ୍ତ ଗାଁସାଥୀ (ମେଟ୍‌)ଙ୍କୁ ନେଇ କରାଯିବ । ଠିକ୍ ସେହିପରି ପଶ୍ଚିମାଞ୍ଚଳରେ ସମ୍ବଲପୁରଠାରେ ଚଳିତ ଫେବୃୟାରୀ ୨୮ ତାରିଖରେ ସମ୍ବଲପୁର ଆର.ଡି.ସି. ଅଫିସ୍ ଆଗରେ ସମାବେଶ ହେବ । ବାକି ୨ଟି ସ୍ଥାନ ଓ ତାରିଖ ଆଗାମୀ ସପ୍ତାହ ମଧ୍ୟରେ ଜଣାଇ ଦିଆଯିବ । ଏଣୁ ତା’ରା ଆଗରୁ ସରକାର ଏମାନଙ୍କ ଦାବିକୁ ପୂରଣ କରି ବିଧିବଦ୍ଧ ସରକାର ଘୋଷଣା କରନ୍ତୁ ବୋଲି ସଂଘ ନିବେଦନ ଜଣାଇଛି ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଁସାଥୀ ସଂଗଠକ – ବିବେକାନନ୍ଦ ଠାକୁର, ସୁଧାଂଶୁ ଶତପଥୀ, ରବି ଗୌଡ, କୁଳମଣି ମେଣ୍ଟା, ହେମନ୍ତ ନାହାକ, ନୟନା ନାୟକ, ମିନା ସିଂହ, ମଙ୍ଗଲ ସାଇ ଭତ୍ରା, କର୍ଣ୍ଣ ଦୁରୁଆ, ବିପିନ୍ ଦିଗାଲ୍‌, କରୁଣା ବାଗ୍‌, ପଞ୍ଚୁ ନାହାକ, ସୀମାରାଣୀ ପ୍ରଧାନ, ଶୁଶିଳା ନାୟକ, ନକୁଳ ନାୟକ, ଖଗେଶ୍ୱର ନାୟକ, କରୁଣାକର ନାୟକ, ମନୋଜ ପାଢୀ, ଶାନ୍ତନୁ ସେନାପତି, ବିଦ୍ୟାଧର ପ୍ରଧାନ, ଗଗନ ଧର ସାହୁ, ତପନ ମଲ୍ଲିକ, ସାଗର ମନାସିଂହ, ଅଜୟ ରାୟ, ଅନୀଲ ଜେନା, ସୁରେଶ ସାମଲ, ପ୍ରତାପ ପରିଡ଼ା, ପ୍ରତାପ ପଡ଼ିଆରୀ, ଅନୀତା ଭଉଣୀ, ଉମେଶ ମୁଣ୍ଡା, ଶଶଧର ସେଠୀ, ସୁନୀତା ଦେଓଗାମ୍‌, ରଞ୍ଜିତ ବେହେରା, କୃଷ୍ଣଚନ୍ଦ୍ର କିଷାନ, ମଧୁ ବେହେରା, ଲଳିତା ଦାସ, ନିରୁପମା ମିଶ୍ର, କୁମୁଦିନୀ ପତି, ସୁଷମା ବେହେରା, ବରିଷ୍ଠ ସଂଗଠକ ସୌଭାଗ୍ୟ ମିଶ୍ର, ଭଗବାନ ବିହାରୀ, ପ୍ରଫୁଲ୍ଲ ସ୍ୱାଇଁ, ଚରଣ ନାହାକ, ଭାନୁମତୀ ଦାସ, ଗଦାଧର ଶିକା, ରତନ ଦୀପ, ଶରତ ଗୁଣ୍ଠା, ସହଦେବ କୁଶଳିଆ, ପ୍ରଭାକର ସାହୁ, ବଳରାମ ସାହୁ, ଦୁର୍ଯ୍ୟୋଧନ ହଂସ, ରାମଚନ୍ଦ୍ର ଭୋଇ, ନନ୍ଦିନୀ ପ୍ରଧାନ, ମହାଦେବ ମାଝି, କୈଳାସ ଭତ୍ରା, ରାମକୃଷ୍ଣ ପାଢୀ, ଦୀନବନ୍ଧୁ ଭୋଇ, ବିଜୟ ଭୋଇ, ସନ୍ତୋଷ ମହାପାତ୍ର, ରବି ନାରାୟଣ ପରିଡ଼ା, କନକ ଜେନା, ଦିଲ୍ଲୀପ ମହାପାତ୍ର, ଅଜୟ ଦାସ, ଦିଲିପ ପ୍ରଧାନ, ସନ୍ତୋଷ ସୁତାର, ତପନ ମହାନ୍ତି, ଅଶୋକ ପଲେଇ, ରାମରଂଜନ ନାୟକ, ପ୍ରକାଶ ବଳ, ଶ୍ରୀଧର ବେହେରା, ଜଗା ରେଡ୍ଡୀ, ଚିନ୍ତାମଣି ବେହେରା, ନିର୍ମଳ ବାସନ୍ତୀ, ବିଚିତ୍ର ବୀର୍ଯ୍ୟ ପ୍ରଧାନ, ସଂଜୀତ୍ ଝାଙ୍କର, ବିରୂପାକ୍ଷ ମଲ୍ଲିକ, ଉମାଶଙ୍କର ଦାସ, ମଙ୍ଗୁଳୁ ରଣା, ଗଗନ ଦାସ, ପବିତ୍ର ସୁନ୍ଦରାୟ, କ୍ଷୀରୋଦ କୁମାର ପରିଡ଼ା, ମାୟାଧର ବେହେରା, ପ୍ରକାଶ ମଲ୍ଲିକ, ବିକାଶ ନାୟକ, ଅରୁଣ ବେହେରା ଓ ଅନ୍ୟ ୩୦ ହଜାରରୁ ଊର୍ଦ୍ଧ୍ୱ ଗାଁସାଥୀ (ମେଟ୍‌) ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *