ମାସ୍ ଇଭେଣ୍ଟସ୍’ ତରଫରୁ ଯୁବ ପ୍ରେରଣା ସମ୍ମାନ

ଭୁବନେଶ୍ୱର, ତା ୧୭ା୨ା୨୦୨୪ : ‘ମାସ ଇଭେଣ୍ଟସ୍’ ତରଫରୁ “ଯୁବ ପ୍ରେରଣା ସମ୍ମାନ” କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠାନର ମୁଖ୍ୟ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜର ବିଭିନ୍ନ ବର୍ଗର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ, ଯୁବ, ଛାତ୍ର ଓ ସାମାଜିକ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଜଟଣୀର ମାନ୍ୟବର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ କୁମାର ଶତପଥି, ବିଶିଷ୍ଟ ଅଭିନେତା ଚନ୍ଦନ କର, ବିଶିଷ୍ଟ ସମାଜସେବୀ ସଫଦର ହାସିନ୍, ବିଶିଷ୍ଟ ଟେଲିଭିଜନ ଉପସ୍ଥାପକ ଭବାନୀ ଶଙ୍କର ମହାପାତ୍ର, ହାସ୍ୟ ଅଭିନେତା ଜ୍ଞାନ ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ଆଇନ୍ଜୀବି ଶ୍ୟାମପ୍ରସାଦ ଭୂୟାଁ, ବରିଷ୍ଠ ନେତା ମହମ୍ମଦ ଅଲ୍ଲୀ, ସମାଜସେବୀ ନିରୋଜାଲକ୍ଷ୍ମୀ ମହାପାତ୍ର, ସମାଜସେବୀ ରୀନାରାଣି ନାୟକ, ସମାଜସେବୀ ଦୀପ୍ତିରଂଜନ ପରିଡ଼ା, ବିଶିଷ୍ଟ ଶିକ୍ଷାବିତ୍ ସତ୍ୟବ୍ରତ ସାହୁ, ଛାତ୍ରନେତ୍ରୀ ଲିନାନନ୍ଦିତା ପରିଡ଼ା, ନାରୀ ନେତ୍ରୀ ସ୍ମିତାରାଣୀ ସ୍ୱାଇଁ, ଛାତ୍ରନେତା ବିଭୂତି ଭୂଷଣ ମହାପାତ୍ର, ସାମ୍ବାଦିକ ସଂଜୀବ କୁମାର ପ୍ରଧାନ, ସମାଜସେବୀ ବାବୁ ରାଜା, ସାମ୍ବାଦିକା ସୋମାଦତ୍ତା ମିଶ୍ର, କମଳା ନେହେରୁ ଏନ୍.ଏସ୍.ଏସ୍. ଟିମ୍, ଦେବରାୟ ନୟାପଲ୍ଲୀ କଲେଜ, ଫ୍ରେଣ୍ଡ ଫାଉଣ୍ଡେସନ୍, ସେବା ହିଁ ସେବା ଟ୍ରଷ୍ଟ, ସେଣ୍ଟର ଫର ଭଲ୍ୟୁଣ୍ଟାରୀ ସର୍ଭିସ୍, ସବୁଜ ବାହିନୀ, ଓଡ଼ିଶା ଡିଜିଟାଲ୍ ମିଡ଼ିଆ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ମୀର ମେହେଫୁଜ୍ ଅଲ୍ଲୀ, ଲକ୍ଷ୍ମୀପ୍ରିୟା ମହାନ୍ତି, ମିଲନ୍ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।