ଓଡ଼ିଶାର ବିଜେପିକୁ ଜିତାଇବାର ମୁଖ୍ୟ ସୂତ୍ରଧର ମନମୋହନ

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ଚଳିତ ନିର୍ବାଚନରେ ଓଡ଼ିଶାରେ ଦେଖା ଦେଇଛି ବୈପ୍ଳବିକ ପରିବର୍ତ୍ତନ । ଓଡ଼ିଶାରେ ସୃଷ୍ଟି ହେଲା ହଟ୍ଟଚମକ । ଦୀର୍ଘ ୨୪ ବର୍ଷ ଶାସନରେ ଥିବା ବିଜେଡିକୁ ଲାଗିଛି ଶକ୍ତ ଧକ୍କା । ଓଡ଼ିଶାରେ ଫୁଟିଛି ପଦ୍ମ । ବିଜେପି ଓଡ଼ିଶାରେ ତାର ପ୍ରଭାବ ବିସ୍ତାର କରିଛି ଆଉ ଏହାର ମଙ୍ଗୁଆଳ ସାଜିଥିଲେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ । ସେ ବିଜେପିର ସଭାପତି ଦାଇତ୍ୱରେ ରହିବା ପରଠାରୁ ଓଡ଼ିଶାରେ କିଭଳି ବିଜେପି ଶାସନ କରିବ ସେ ନେଇ ତିଆରି କରିଥିଲେ ବ୍ଲୁ ପ୍ରିଣ୍ଟ୍ । ଆଉ ବିଜେଡିକୁ ହରାଇବା ପାଇଁ ବିଛାଇ ଥିଲେ ଜାଲ । ୧୪୭ ବିଶିଷ୍ଟ ବିଧାନ ସଭା ଆସନରୁ ମାତ୍ର ୫୧ଟି ସିଟ୍ ପାଇଲା ବିଜେଡି ଆଉ ୭୮ ସିଟ୍ ପାଇ ଶାସନ କଳକୁ ହାତେଇଲା ବିଜେପି । ଏଥିପାଇଁ ମନମୋହନ ସାମଲଙ୍କ ଅବଦାନ ଅତୁଳନୀୟ । ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେପି ପାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ସାରା ଓଡ଼ିଶାରେ ବିଜେପି କିଭଳି ଅଧିକ ସିଟ୍ ଆଣିବ ସେ ପାଇଁ ଦିନ ରାତି ଏକ କରିଦେଇଥିଲେ । ଚାନ୍ଦବାଲିରୁ ବିଜେଡି ପାର୍ଥୀ ବ୍ୟମକେଶ ରାୟଙ୍କ ଠାରୁ ପରାଜିତ ହୋଇଥିଲେ ମଧ୍ୟ ଓଡ଼ିଶାରେ ବିଜେପି ବାନା ଉଡ଼ାଇବାରେ ସେ ଥିଲେ ପ୍ରମୁଖ ଶୁତ୍ରଧର । ଶ୍ରୀ ସାମଲ ନିଜେ ପରାଜିତ ପାଇଁ ପରାଜିତ ପାଇଁ ଜେତିତି ଦୁଃଖିତ ନୁହେଁ ଓଡ଼ିଶାରେ ବିଜେପି ଶାସନ ଗାଦିରେ ବିସିଛି ଯାହାକୁ ନେଇ ସେ ଅତ୍ୟନ୍ତ ଖୁସି । ସେ ନିଜେ ହାରି ଅନ୍ୟକୁ ଜିତାଇବାରେ ଗ୍ରହଣ କରିଛନ୍ତି ପ୍ରମୁଖ ଭୂମିକା ।
ମନମୋହନ ସାମଲ ୧୫ ଅପ୍ରେଲ ୧୯୫୯ରେ ଜନ୍ମ ଗ୍ରହଣ କରିିଥିଲେ । ଜଣେ ଭଲ ସଂଗଠକ ଓ ରାଜନେତା ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ମନମୋହନ ସାମଲ ୧୯୫୯ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କମ୍ଭୁପାଣି ସାମଲ । ମନମୋହନଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳା ଏବଂ ଓକିଲାତିରେ ସ୍ନାତକ । ସେ ପ୍ରଣତୀ ସାମଲଙ୍କୁ ବିବାହ କରିଛନ୍ତି ।ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଏଥିସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ଥିଲା ଓ ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ସେ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ମନମୋହନ ୨୦୦୪ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭାରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଭାବରେ ୧୮ ମଇ ୨୦୦୪ରୁ ୧୦ ଡିସେମ୍ବର ୨୦୧୮ ଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହି ବିଧାନ ସଭାରେ ସେ ସମୁଦାୟ ୨୧,୧୬୦ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ସମୁଦାୟ ୬୦,୨୫୦ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୮,୯୫୨ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ବ୍ୟୋମକେଶ ରାୟ ସମୁଦାୟ ୬୮,୫୫୭ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ହାରିକି ଜିତିଲେ

ମୋ ହାରଜିତ ସହିତ କୌଣସି ସମ୍ପର୍କ ନାହିଁ ଦଳ ଜିତିବା ଆବଶ୍ୟକ । ସାମୁହିକ ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ସ୍ୱାର୍ଥକୁ ବଳି ଦିଆଯାଇଥାଏ । ରାଷ୍ଟ୍ରର ସ୍ୱାର୍ଥ ପାଖରେ ଆଉ ସବୁ ତୁଚ୍ଛ । ଏହି ନୀତି ଆପଣାଇଥିଲେ ବିଜେପି ମଙ୍ଗୁଆଳ ମନମୋହନ ସାମଲ । ଯଦିଓ କେନ୍ଦ୍ରୀୟ ନେତୃବୃନ୍ଧଙ୍କ ଫୋକସ୍‌ରେ ଥିଲା ଓଡ଼ିଶା ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମାନେ ବାରମ୍ଭାର ଓଡ଼ିଶା ଗ୍ରସ୍ଥ କରି ପ୍ରଚାରର ମଙ୍ଗ ଧରିଥିଲେ । ଖୋଦ୍ ପ୍ରଧାନ ମନ୍ତ୍ରି ନରେନ୍ଦ୍ର ମୋଦି ଓଡ଼ିଶାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ଓ ସଭା ସମିତି ମାନ କରିଥିଲେ । କେନ୍ଦ୍ର ମନ୍ତ୍ରୀ ବୃଦ୍ଧ ମଧ୍ୟ ପ୍ରଚାରରେ ସାମିଲ ଥିଲେ । ଏ ସବୁର ଆୟଜନର ଭାର ଥିଲା ରାଜ୍ୟ ସଭପତିଙ୍କ ମୁଣ୍ଡରେ ଫଳରେ ସେ ନିଜ ନିର୍ବାଚନ ମଣ୍ଡିକୁ ସମୟ ଦେଇପାରିଲେ ନାହିଁ । ଯାହା ଫଳରେ ନିର୍ବାଚନରେ ପରାଜୟର ମୂଖ ଦେଖିବାକୁ ପଡ଼ିଲା । ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ନିଜେ ବଳି ପଡ଼ିଗଲେ । ମନମୋହନ ହାରିବି ଜିତିଛନ୍ତି । ଦଳକୁ ଜିତେଇବା ସହ ଓଡ଼ିଶାରେ ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ହାସଲ କରିଛନ୍ତି । ତାଙ୍କ ନେତୃତ୍ୱରେ ଦଳ ସଫଳତାର ପାହଚ ଚଢ଼ିଛି । ଦଳପ୍ରତି ତାଙ୍କର ଉତ୍ସର୍ଗକୃତ ସେବା, ଦଳ କିଭଳି ଭାବରେ ସୁଜାଇବ ତାହା ପରବର୍ତ୍ତୀ ସମୟ କହିବ । ଯଦି ମନମୋହନ ବିଧାନ ସଭାକୁ ଜିତି ଆସିଥାନ୍ତେ ମୋଧ ହୁଏ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ତାଙ୍କ ନାମ ପ୍ରଥମରେ ରହିଥାନ୍ତା ।

Leave a Reply

Your email address will not be published. Required fields are marked *