ରାଇକିଆ ରେ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

ଫୁଲବାଣୀ,ପ୍ରବାହ ନ୍ୟୁଜ୍‌ : ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଇକିିଆ ଶ୍ରୀ ଅନ୍ନ୍ କାର୍ଯ୍ୟକ୍ରମ ର ମିଳିତ ଉଦ୍ୟମ ଏବଂ ଜିଲ୍ଲା କୃଷି ବିଭାଗ ଙ୍କ ଆର୍ଥିକ ସହାୟତା ରେ ରାଇକିଆ ବ୍ଲକ୍ ପରିସର ଠାରେ ମାଣ୍ଡିଆ ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ରାଇକିଆ ବ୍ଲକ୍ ଅତିରିକ୍ତ ଗୋଷ୍ଠିଉନ୍ନୟନ୍ନ ଅଧିକାରି ଦିବ୍ୟସିଂ କହଁର ଏବଂ ଡଡିଙ୍ଗିଆ ସରପଂଚ ଅଶୋକ କୁମାର ପ୍ରଧାନ ପତାକା ଦେଖାଇ ରଥ କୁ ଉଦ୍ଘାଟନ କରିଥିଲେ । ତତ୍ସହିତ ଅତିରିକ୍ତ ବ୍ଲକ୍ କୃଷି ଅଧିକାରି ସୁଦିପ୍ତା ପ୍ରଧାନ, ପୂର୍ବତନ ଗ୍ରମପଂଚାୟତ ଅଧିକାରି କୈ÷ଳାସ ଚନ୍ଦ୍ର ପ୍ରଧାନ, ମୂଖ୍ୟ କିରାଣି ଲବ ନାୟକ ଓ ଉଦ୍ୟାନବିତ୍ ଲିପ୍ସାରାଣୀ ଦଳବେହେରା ଯୋଗଦେଇ ଏହି ରଥ ଟି ଆଗାମି ଚାରିଦିନ ଧରି ରାଇକିଆ ବ୍ଲକ୍ ର ୧୨ ଗୋଟି ଗ୍ରାମପଂଚାୟତ ବୁଲି ଜନସାଧାରଣ ମାନଙ୍କୁ ସଚେତନ କରିବ ବୋଲି କହିଥିଲେ । ଏଥିସହ ସଚେତନତା ପାଇଁ ବିଭିନ୍ନ ବାର୍ତା ଯଥା- ମିଲେଟ୍ ହେଉଛି ଜାତୀୟ ଖାଦ୍ୟ ଏବଂ ଏହା ଦୈନନ୍ଦିନ ଖାଦ୍ୟଥାଳି ରେ ବ୍ୟବହାର କରିବା ଇତ୍ୟାଦି ଦିଆଯିବା ର ଲଖ୍ୟ ରହିଛି ବୋଲି ଅନୁଷ୍ଠାନର ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ ସୂଚନା ଦେଇଥିଲେ । ତତ୍ସହିତ ସରକାର ଙ୍କ ଦ୍ୱାରା ସ୍ଥିରିକୃତ ମାଣ୍ଡିଆ ର ସର୍ବନିମ୍ନ ଦର ଏବର୍ଷ ବୃଦ୍ଦିପାଇ ୪୨୯୦ ଟଙ୍କା ହୋଇଥିବା ବେଳେ ଧାନଠାରୁ ଏହା ୧୧୯୦ ତଙ୍କା ଅଧିକ ଏବଂ ଏହା ଚାଷ କରିବା ଦ୍ୱାରା ଚାଷୀ ଅଧିକ ଳାଭବାନ ହୋଇପାରିବ ବୋଲି କୃଷକ ଉତ୍ପାଦକ ଗୋଷ୍ଠି ର ସଦସ୍ୟ ମାନେ ମତ ଦେଇଥିଲେ । ସମନ୍ୱିତ କୃଷି କାର୍ଯ୍ୟକ୍ରମ ର ସଂଯୋଜକ ବିଶ୍ୱରଞନ ଦଳବେହେରା ଗ୍ରମାଂଚଳ ର ଚାଷୀ ମାନଙ୍କୁ ଅଧିକରୁ ଅଧିକ ସଚେତନତା କରିବା ପାଇଁ ଏହି ସଚେତନତା ରଥ ର ପୂର୍ଣ୍ଣ ପ୍ରୟାସ ରହିବ ବୋଲି କହିଥିଲେ । କାର୍ଯ୍ୟକ୍ରମ କୁ ଅନ୍ନପୂର୍ଣ୍ଣା ପ୍ରଧାନ ପରିଚାଳନା କରିଥିବା ବେଳେ ହୃଷିକେଶ ଅମାୟତ, କୃତିବାସ ପ୍ରଧାନ ଙ୍କ ସହିତ ଅନ୍ୟ ଗୋଷ୍ଠି ସମ୍ବଳ ବ୍ୟକ୍ତି ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *