ମଣିଷ ଦେବତା… ଼଼଼

ଆଉ ଆତ୍ମ ତୃପ୍ତି ଲାଭ କରନ୍ତି ସେଥିରୁ । ଅଧିକାଂଶ ସମୟରେ ଦୁହିଁଙ୍କ ମଧ୍ୟରେ ବିତର୍କ । ହିମାଂଶୁ ତ ନିଜ ଅଭ୍ୟାସର ଦାସ, କେବେ ଶ୍ରାବଣୀ ର କଥାକୁ ଅଣ ଦେଖା କରନ୍ତି ତ କେବେ “ହେ ଚୁପ୍ ରୁହ ପାଟି କରନା” କହି କଥାକୁ ଟାଳି ଦିଅନ୍ତି ।#


ସେଦିନ ହିମାଂଶୁ ପାଞ୍ଚ ବିଡା କଖାରୁ ଫୁଲ ନେଇ ଘରେ ପହଞ୍ଚିଲା ବେଳକୁ ଶ୍ରାବଣୀ ର ମୁହିଁ ଦେଖିବାର ଥିଲା ,ରାଗରେ ତମ ତମ ହେଇ କହିଲା…”ତୁମର ଏଇ ଖର୍ଚ୍ଚାଳୁ ଗୁଣ ପାଇଁ ମଣିଷ କୁ ଦିନେ ଯାଇ ଭିକ ମାଗିବାକୁ ପଡିବ….ଅଲ୍ଲା କି ନାମ ସେ ଦେ ଦୋ ବାବା” ।ହାତରେ ଗିନା ଆଉ ଭଙ୍ଗା ଛତା ଧରି”….
ଏକଥା ଶୁଣି ହିମାଂଶୁ କହିଲେ ତୁମେ ତ କିଛି ବୁଝିବା ଶୁଝିବାକୁ ନାହିଁ ।ବାହାରକୁ ଗଲେ ସିନା ଜାଣନ୍ତ ।ଖାଲି ଘରେ ରହି ବଡ ବଡ ଡାଇଲକ୍ ମାରି ପାରିବ ।
ଆଜି ବଜାରରେ ଦେଖିଲି ଜଣେ ବୁଢ଼ୀ ଲୋକ ଏତିକି ଫୁଲ ଧରି ବସିଛି ।ମୋତେ ଦେଖିବା କ୍ଷଣି କହିଲା “ବାବୁ କଖାରୁ ଫୁଲ ନିଅ ।ସନ୍ଧ୍ୟା ହେଲାଣି ଆଉ ଗରାଖ ଆସିବେନି ।ସବୁ ଶସ୍ତା ରେ ମୁଲେଇ ଦେବି ” ।
ବୁଢ଼ୀ ଲୋକର ଦୁଃଖ ଦେଖି ନପାରି ସବୁ ନେଇ ନେଲି ।ତୁମକୁ ତ ଭଲ ଲାଗେ…
ହେଲେ ଏତେ ସାରା କିଏ ଖାଇବ ମ..?#
ତୁମେ ଜାଣିଛ ମୋ ଜୀବନ ଏମିତି କିଛି ଉପାଦାନ ରେ ଗଢା….
ମୁଁ ଶୁଣିଛି ମୋ ଜେଜେମା ବି ଏମିତି ସାରା ଜୀବନ ତାଳ ବରଡା ବିକ୍ରି କରି ଘର ଚଳାଉ ଥିଲେ ।ନିତି ଗଛରୁ ପଡୁ ଥିବା ବରଡା କୁ କାଟି ବିଡା ବାନ୍ଧି ମୁଣ୍ଡରେ ଧରି ଗାଁ ମୁଣ୍ଡ ବରଗଛ ମୂଳରେ ବସୁ ଥିଲା ।ଲୋକେ ତାକୁ ନେଇ ବର୍ଷା ଦିନ ପାଇଁ ସାଇତି ରଖନ୍ତି ତାଳ ବରଡାରେ ଚୁଲି ରେ ନିଆଁ ଧରେଇବା ଖୁବ୍ ସହଜ । ଜେଜେଙ୍କ ମିଲ୍ ଚାକିରି ରୁ ଅବସର ପୂର୍ବରୁ ବେମାର ପଡ଼ିବା ପରେ ପରିବାର ଚଳେଇବା,ତିନି ପିଲାଙ୍କ ପାଠ ପଢା ଓ ଜେଜେଙ୍କ ଔଷଧ ଖର୍ଚ୍ଚ ତୁଲାଇବା ଭାରି କଷ୍ଟକର ହେଲା ରୁ ଜେଜେ ମା ଏମିତି ଏକ ବେଉସା କୁ ନିଜର କଲା ।ଜେଜେ କିନ୍ତୁ ଭାରି ସ୍ଵାଭିମାନୀ ଥିଲେ ।ତାଙ୍କୁ ଜେଜେମାଙ୍କ ଏମିତି କାମ କରିବା ପସନ୍ଦ ନଥିଲା । ହେଲେ “ଅଭାବ ରେ ସ୍ବଭାବ ନଷ୍ଟ “ଭାବି ଚୁପ୍ ରହିବା ଛଡା ଅନ୍ୟକିଛି ଉପାୟ ନଥିଲା ।
ସେଦିନ ଜେଜେମା ଘର କାମ ସାରି ବିଳମ୍ୱ ରେ ଘରୁ ବାହାରି ଥିଲା । ସେ ଦିନଟା ଭଲ ନଥିଲା ବୋଧେ ତାପାଇଁ ….
ସନ୍ଧ୍ୟା ହେବାକୁ ଆସିଲାଣି ହେଲେ ସବୁ ଯାକ ଜାଳେଣି ସେମିତି ଥୁଆ ହେଇଛି ।ବିକ୍ରି ହେଲେ ପଣ୍ଡା ଦୋକାନରୁ ଜେଜେ ପାଇଁ ଔଷଧ ଆଉ ଘର ପାଇଁ ସଉଦା ନେଇ ଘରକୁ ଫେରିବ ।ମନେ ମନେ ଖୁବ୍ ଦୁଃଖୀ ।ଆଜି ଏ ସବୁ ଜାଳେଣି କୁ ଘରକୁ ଫେରେଇ ନେଇ ଯିବାକୁ ପଡିବ ।ଏମିତି ଭାବୁ ଭାବୁ ଗାଲରେ ହାତ ଦେଇ ବସିଥାଏ ହଠାତ୍ କାହାର ମୁହଁରୁ ଶୁଭିଲା”ଏ ତାଳ ବରଡା ର ଦାମ କେତେ???”
“କିଲୋ ୨୦ ପାଇସା ଆଜ୍ଞା”…
ଜେଜେମା କହିଲା….
ନେଇ ଯାଆନ୍ତୁ ଆଜ୍ଞା ଆଜି ଶସ୍ତା ରେ ଦେଇଦେବି ।ସନ୍ଧ୍ୟା ହେଲାଣି ତ ପିଲା ମାନେ ସ୍କୁଲ ରୁ ଫେରି ଭୋକରେ ବସିଥିବେ ।ଘରେ ରୋଗ୍ଣ ସ୍ବାମୀ ।ଔଷଧ ନେଇ ଗଲେ ଖାଇବେ ।
଼଼଼ଲୋକ ଜଣଙ୍କ ଦୟାଳୁ ଥିଲେ ।ଜେଜେମା ଙ୍କ କଥା ଶୁଣି କହିଲେ …”ସବୁ ଏକାଥରେ ଦେଇ ଦିଅ ଉଚିତ୍ ମୂଲ୍ୟରେ ।ତୁମ ଦୁଃଖ ଆଗରେ ପଇସା କିଛି ବି ନୁହଁ “।
଼଼଼ତାଙ୍କ କଥା ଶୁଣି ଜେଜେମା ଖୁସି ହେଇ କହିଲା”ଭଗବାନ ତୁମକୁ ଖୁସିରେ ରଖନ୍ତୁ ।ତୁମ ପରି ଲୋକ ଏ ଦୁନିଆରେ ବିରଳ” ।
ହିମାଂଶୁ ଠାରୁ କଥା ଶୁଣୁ ଶୁଣୁ ଶ୍ରାବଣୀ ଚେତନାର ଗଭିରତା ଭିତରେ ହଜେଇ ଦେଇ ଥିଲା ନିଜକୁ…
ସତରେ ଜୀବନ କେତେ ସଂଘର୍ଷ ଭିତର ଦେଇ ଗତିକରେ..।
କାହାର ଦୁଃଖ ଓ ଦୁର୍ଦ୍ଦଶା ସମୟରେ କାହାର ସାହାଯ୍ୟର ହାତ ମଣିଷ କୁ ମଣିଷରୁ ଦେବତା ବନେଇ ଦିଏ …଼଼଼

କାହାର ଦୁଃଖ କଷ୍ଟ କୁ ବୁଝିବା ଏତେ ସହଜ ନୁହଁ । ହିମାଂଶୁ ପରି ଦୟା ଶୀଳ ବ୍ୟକ୍ତି ଏ ସଂସାର ରେ ଜଣେ ଜଣେ ଆଲୋକ ବର୍ତ୍ତିକା!!!
ସର୍ବୋପରି ଚେତନାର ବିକାଶ ହେଲେ ଜୀବନ ସୁଖମୟ ହେଇ ପାରିବ ଏଥିରେ ସନ୍ଦେହ ନାହିଁ ….।।

ରଶ୍ମିତା ଦାସ,ହାଇଦ୍ରାବାଦ୍

Leave a Reply

Your email address will not be published. Required fields are marked *