ଦେଶ ବିକାଶରେ ପ୍ରତି ନାଗରିଙ୍କର ସହଭାଗିତା ରହୁ

ସାଇ ସରସ୍ୱତୀ ମନ୍ଦିରରେ ୭୮ତମ ସ୍ୱାଧିନତା ଦିବସ
ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍) : ବହୁ ମନିଷୀଙ୍କ ପ୍ରାଣବଳୀରେ ଭାରତ ପାଇଛି ସ୍ୱାଧିନତା । ୮ସହ ବର୍ଷ ମରହଟ୍ଟା ଓ ୨ଶହ ବର୍ଷ ଇଂରେଜ ମାନେ ଭାରତକୁ ପରାଧିନ କରିଥିଲେ । ଭାରତର ସୁଯୋଗ୍ୟ ସନ୍ତାନ ମାନେ ବଳୀଦାନ ଦେଇ ସ୍ୱାଧିନତା ଆଣିଛନ୍ତି । ୭୮ବର୍ଷ ପବିତ୍ର ସ୍ୱାଧିନତା ଦିବସ ଆମେ ମହାସମାରୋହରେ ପାଳନ କରୁଛୁ । ସମଗ୍ର ବିଶ୍ୱରେ ଭାରତ ତାର ଦବଦବା ଯାହିର କରିଛି । ବିଶ୍ୱ ଅର୍ଥନୀତି ସୁଦୃଢ଼ରେ ଭାରତ ନେଇଛି ପ୍ରମୂଖ ଭୂମିକା ବୋଲି ବରିଷ୍ଠ ସାମ୍ବାଦିକ ତଥା ପ୍ରବାହ ସମ୍ବାଦପତ୍ରର ସମ୍ପାଦକ ଅଭିମନ୍ୟୁ ମହାପାତ୍ର କହିଛନ୍ତି ।
ସାଇ ସରସ୍ୱତୀ ଜ୍ଞାନ ମନ୍ଦିରର ୭୮ତମ ସ୍ୱାଧିନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ର ଉପରୋକ୍ତ ମତ ରଖିଛନ୍ତି । ଶ୍ରୀ ମହାପାତ୍ର ପୁଣି କହିଥିଲେ, ଭାରତ ଆଜି ଅମୃତ ମହୋତ୍ସବ ପାଳନ କରୁଛି । ପଡ଼ୋଶୀ ରାଷ୍ଟ୍ରମାନେ ଗୃହ ଯୁଦ୍ଧରେ ଲିପ୍ତ ଥିଲାବେଳେ ଭାରତ ସମୃଦ୍ଧ, ବିକାଶ ଓ ଅର୍ଥନୈତିକ ପ୍ରଗତିରେ ଆଗେଇ ଚାଲିଛି । ପ୍ରତି ଭାରତୀୟ ଭାରତ ବର୍ଷର ପୁଞ୍ଜି । ଯେଉଁ ଦେଶରେ ନାଗରିକି ଯେତେ ସୁଦୃଢ଼ ସେ ଦେଶ ସେତିକି ବିକାଶସୀଳ । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଭଲ ମଣିଷ ଟିଏ ହବାସହ ଦେଶ ସେବାରେ ନିଜକୁ ନିୟୋଜିତ କରିବା ଉଚିତ ।


ବିଦ୍ୟାଳୟର ସଂଯୋଯକ ତଥା ଆବାହକ ତ୍ରିଲୋଚନ ମହାନ୍ତି ସଭାପତିତ୍ୱ କରିଥିଲେ । ଶ୍ରୀ ମହାନ୍ତି କହିଥିଲେ ଏ ବିଦ୍ୟାଳୟ ପ୍ରତ୍ୟୋକ ବିଦ୍ୟାର୍ଥୀକୁ ଶ୍ରେଷ୍ଠତ୍ୱ ପର୍ଦଶନ ପାଇଁ ସମସ୍ତ ପ୍ରକାର ଉଦ୍ୟୋଗ ଜାରୀ ରଖିଛି । ପିଲାଙ୍କର ଚରିତ୍ର ଓ ଜ୍ଞାନ ଉଭୟକୁ ସୃଙ୍ଖଳୀତ ଭାବରେ ବିକଶିତ କରାଯାଉଛି ।
ଗୁରୁଜୀ ଦଶରଥ ସାହୁଙ୍କ ତନ୍ୱାବଧାନରେ ଛାତ୍ରଛାତ୍ରୀମାନେ ପ୍ରଭାତ ପ୍ରେରୀ କରିଥଇଲେ । ପରେ ଶାରୀରିକ ପର୍ଦଶନ, ପିରାମିଢ଼ୀ ପର୍ଦଶନ ଇତ୍ୟାଦି ଅଙ୍ଗ କୌଶନ କରାଯାଇଥିଲା । ଛାତ୍ରଛାତ୍ରୀ ଓ ଗୁରୁଜୀଗୁରୁମା ମାନେ ସ୍ୱାଧିନତା ଦିବସ ଅବସରରେ ନିଜ ନିଜ ମତ ରଖିଥିଲେ । ବିଦ୍ୟାଳୟର ଅଧକ୍ଷା ସୁଶ୍ରୀ ମହାନ୍ତି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


ଅନ୍ୟମାନଙ୍କ ମଧ୍ୟରେ ଗୁରୁମା ଲଳିତା ବେହେରା, ବାସନ୍ତିଲତା ପଣ୍ଡା, ଲୋପାମୁଦ୍ରା ପଟ୍ଟନାୟକ, ଲଳିତା ବିହାରୀ ଓଝା, ପ୍ରତିଭା ମଞ୍ଜରୀ ମହାନ୍ତି, ଅହଲ୍ୟା ଭଟ୍ଟ ସୁନି ଦଳେଇ, ସୁଭଶ୍ମିତା ସହୁ, ମାମାଲିନ୍ ସାହୁ, ନିରୁପମା ସାହୁ, ପୁଷ୍ପାଞ୍ଜଳୀ ମହାନ୍ତି, ସବିତା ଶଡ଼ଙ୍ଗୀ, ପୁଷ୍ପାଞ୍ଜଳୀ ପଣ୍ଡା, ସଂଯୁକ୍ତା ପାତ୍ର, ବିରଜାଲକ୍ଷ୍ମୀ ମହାନ୍ତି ଓ ଗୁରୁଜୀ ଭିତରେ ଗଗନ ବିାହରି ରାଉତରାୟ, ରବିନ୍ଦ୍ର କୁାମର ସହୁ, ସୋମ୍ୟରଞ୍ଜନ ନାୟକ ଓ ଅଭିଜିତ୍ ସାହୁ ପ୍ରମୁଖ ଯୋଗଦାନ ଦେଇଥଲେ ।