ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ତରଫରୁ ଆଇନ ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର ତା08-02-2024 ଆଜି ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ତରଫରୁ ଏକ ଆଇନ ସଚତନତା କାର୍ଯ୍ୟକ୍ରମ ଭୁବନେଶ୍ବର ନିକଟସ୍ଥ ନନ୍ଦିନୀ ପଲ୍ଲୀ, ମୁଣ୍ଡା ସାହି ଛକ ନିକଟ ବିଜୁ ଆଦର୍ଶ କଲୋନୀ ଠାରେ ଅନୁଷ୍ଠିତ ହୋଯାଇଅଛି। ଏହାର ବିଷୟବସ୍ତୁ ଟି ଥିଲା
” ଶ୍ରମିକ ମାନଙ୍କ ଅସୁବିଧା ଓ ଶ୍ରମିକ ଆଇନ” । ଏହି କାର୍ଯ୍ୟକ୍ରମ ଟି ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ଦ୍ଵାରା ଆୟୋଜନ କରାଯାଇଥିଲା ଏଥିରେ ଅନୁଷ୍ଠାନ ର ଅଧ୍ୟାପକ ଓ ଅଧ୍ୟାପିକା ସହ ଶତାଧିକ ଛାତ୍ରଛାତ୍ରି ଯୋଗ ଦାନ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର ଗିରିଶ ରଞ୍ଜନ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ଓ ଶ୍ରମିକ ମାନଙ୍କର ନିହାତି ଜାଣିବା ଆଇନ ଗୁଡ଼ିକୁ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିବା ସହ ନିଜର ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ। ପରେ ପରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ର ଛାତ୍ରୀ ନିଜର ସ୍ଵତନ୍ତ୍ର ଶୈଳୀରେ ନିଜର ମତାମତ ରଖିଥିଲେ। ଦୀର୍ଘ ଚାରି ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଶ୍ରମିକ ମାନଙ୍କୁ ବାନ୍ଧି ରଖିଥିଲା । ଭୁବନେଶ୍ବର ଆଇନ ମହାବିଦ୍ୟାଲୟ ର ଛାତ୍ର ଛାତ୍ରୀ ମାନେ ଏ ଭଳି ଏକ କାର୍ଯକ୍ରମ ଆୟୋଜନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଅନୁଷ୍ଠାନର ଅଧ୍ୟାପକ ଅଭିନାଶ ନନ୍ଦ , ଅଧ୍ୟାପିକା ସାଇନା ସନ୍ତୋଷ ଦାସ , ଅନିମା ସାହୁ ଓ ପଲ୍ଲବୀ ରାଉତ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *