ବେଦାନ୍ତ ଆଲୁମିନିୟମ୍‌ର ଶୁଭଲକ୍ଷ୍ମୀ ସମବାୟ ସମିତି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଝାଡୁ ପ୍ରସ୍ତୁତି ତାଲିମର ଶୁଭାରମ୍ଭ

ଭୁବନେଶ୍ୱର, ୩ ଅଗଷ୍ଟ ୨୦୨୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁଭଲକ୍ଷ୍ମୀ ଉଦ୍ୟୋଗିନି ଅଧୀନରେ ନିଆଯାଇଥିବା ଅନେକ ଉଦ୍ୟୋଗ ବିକାଶ ସୁଯୋଗର ଏକ ଅଂଶ ଭାବରେ ଝାଡୁ ନିର୍ମାଣ ଉଦ୍ୟମ ଆରମ୍ଭ କରିବା ପାଇଁ ଭାରତର ପ୍ରସିଦ୍ଧ ଉଦ୍ୟୋଗୀ ବିକାଶ ପ୍ରତିଷ୍ଠାନ (ଇଡିଆଇଆଇ) ସହିତ ଅଂଶୀଦାର ହୋଇଛି । ଶୁଭଲକ୍ଷ୍ମୀ ସମବାୟ ସମିତି ଅଧିନସ୍ତ ସୁଭଲକ୍ଷ୍ମି ଉଦ୍ୟୋଗିନି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଯାହାକି ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସମର୍ôଥତ ଭାରତର ବୃହତମ ଗ୍ରାମୀଣ ମହିଳା ସମବାୟ ସମିତି ଅଟେ ।

କିର୍ମିରା ବ୍ଲକର ବ୍ଲକ ଚେୟାରମ୍ୟାନ୍ ତଥା ଶୁଭଲକ୍ଷ୍ମୀ ସମବାୟ ସମିତିର ବୋର୍ଡ ସଦସ୍ୟ ଶ୍ରୀମତୀ କ୍ରିଷ୍ଣପ୍ରିୟା ସାହୁଙ୍କ ଉପସ୍ଥିତିରେ ଝାରସୁଗୁଡାର କିର୍ମିରା ବ୍ଲକର ଛେଲିଆପଡା ଗ୍ରାମରେ ଏହି ଉଦ୍ୟୋଗର ଶୁଭ ଉଦ୍ଘାଟନ କରାଯାଇଥିଲା । ଏହା ସହିତ କୋଲାବିରା ଗ୍ରାମ ପଂଚାୟତର ସରପଂଚ ଶ୍ରୀ ଚେତନିଆ ନାଏଙ୍କ ଉପସ୍ଥିତିରେ କୋଲାବିରା ଗ୍ରାମ ପଂଚାୟତର ତାରାଇକେଲା ଗ୍ରାମରେ ମଧ୍ୟ ଉଦ୍ଘାଟନ କରାଯାଇଥିଲା । ଝାଡୁ ତିଆରି ଉଦ୍ୟୋଗରେ କିର୍ମିରା ଏବଂ କୋଲାବିରା ବ୍ଲକର ୧୫ ଟି ଗ୍ରାମର ୧୦୦ ରୁ ଅଧିକ ମହିଳାଙ୍କୁ ପ୍ରାକୃତିକ ଭାବରେ ବଢୁଥିବା ଘାସ ସଂଗ୍ରହ ତଥା ପରବର୍ତୀ ସମୟରେ ଇକୋ-ଫ୍ରେଣ୍ଡଲି ଝାଡୁ ଉତ୍ପାଦନରେ ଅଂଶଗ୍ରହଣ କରିବେ । ଏହି ଉଦ୍ୟୋଗ ଆସନ୍ତା ଛଅ ମାସ ମଧ୍ୟରେ ମାସକୁ ପ୍ରାୟ ୧୨,୦୦୦ ଝାଡୁ ଉତ୍ପାଦନ କରିବାକୁ ଯୋଜନା କରିଛି, ଯାହା ପରେ ଉତ୍ପାଦନକୁ ଆହୁରି ବ୍ୟାପକ କରାଯିବ । ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ଏକ ଝାଡୁ ସଂଗ୍ରହ କେନ୍ଦ୍ରରେ ଝାଡୁଗୁଡିକ ଜମା କରାଯିବା ସହିତ ବିକ୍ରୟ ପାଇଁ ହୋଲସେଲରମାନଙ୍କୁ ବଂଟନ କରାଯିବ ।

ଏକ ଦକ୍ଷ ଝାଡୁ ଉତ୍ପାଦନ ଏବଂ ମାର୍କେଟିଂ ଏଂଟରପ୍ରାଇଜ୍ ପ୍ରତିଷ୍ଠା କରି, ଏହି କାର୍ଯ୍ୟକ୍ରମର ଉତ୍ପାଦକତା ବୃଦ୍ଧି ତଥା ବଂଟନ ଚ୍ୟାନେଲଗୁଡ଼ିକୁ ଶୃଙ୍ଖଳିତ କରିବା ଏବଂ ଇକୋ-ଫ୍ରେଣ୍ଡଲି ଝାଡୁ ପାଇଁ ଏକ ସ୍ଥାୟୀ ବଜାର ସୃଷ୍ଟି କରିବାକୁ ଚେଷ୍ଟା ଜାରି ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀ ମଧ୍ୟ ସମାଜକୁ ସ୍ଥାୟୀ ଜୀବିକା ସୁଯୋଗ ସହିତ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ମହିଳାମାନଙ୍କ ମଧ୍ୟରେ ଏକ ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ତଥା ଏହି ଅଂଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରାଯାଉଛି ।

ସମବାୟ ସମିତିର ଔଦ୍ୟୋଗିକ ଚିନ୍ତାଧାରାକୁ ଉତ୍ସାହିତ କରି ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ୍ – ଆଲୁମିନିୟମ୍ ବ୍ୟବସାୟ କହିଛନ୍ତି ଯେ “ଶୁଭଲକ୍ଷ୍ମୀ ସମବାୟ ସମିତି କର୍ପୋରେଟ୍ ଏବଂ ସମ୍ପ୍ରଦାୟର ସହଯୋଗରେ ସକରାତ୍ମକ ଫଳାଫଳ ପାଇଁ ଏକ ଉଲ୍ଲେଖନୀୟ ପ୍ରମାଣ ଭାବରେ ଛିଡା ହୋଇଛି, ସାମାଜିକ ଏବଂ ଅର୍ଥନୈତିକ ସଶକ୍ତିକରଣ ପାଇଁ ଗ୍ରାମୀଣ ମହିଳାମାନଙ୍କ ପାଇଁ କାର୍ଯ୍ୟକରୁଛି । ଆମେ ବେଦାନ୍ତ ଆଲୁମିନିୟମରେ ସେମାନଙ୍କର ଉଲ୍ଲେଖନୀୟ ସଫଳତାକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ । ଶୁଭଲକ୍ଷ୍ମୀ ଉଦ୍ୟୋଗିନି ପ୍ରୋଜେକ୍ଟ ଅଧୀନରେ ଝାଡୁ ତିଆରି ପଦକ୍ଷେପ ଆରମ୍ଭ ହେବା ସହିତ, ଆମେ ଏହି ଅଂଚଳର ମହିଳା ଉଦ୍ୟୋଗୀଙ୍କୁ ଆହୁରି ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିଛୁ ।

ଏହି ପଦକ୍ଷେପ ନେଇଥିବାରୁ କମ୍ପାନୀକୁ ପ୍ରଶଂସା କରି ଝାରସୁଗୁଡାର କିର୍ମିରା ବ୍ଲକ୍ ଚେୟାରମ୍ୟାନ୍ ଶ୍ରୀମତୀ କ୍ରିଷ୍ଣପ୍ରିୟା ସାହୁ କହିଛନ୍ତି ଯେ “ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ଝାଡୁ ତିଆରି ଉଦ୍ୟୋଗ ଭଳି ଉଦ୍ୟମ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ତଥା ଔଦ୍ୟୋଗୀତା ଭାବର ବୃଦ୍ଧି ହେବାର ମାଧ୍ୟମ ପ୍ରଦାନ କରିଛି । ଏହି ଅଂଚଳର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିର ଅନୁକ୍ରମଣିକା ଅଟେ । ମୁଁ ହୃଦୟର ସହିତ ସମବାୟ ସମିତିର ସମସ୍ତ ସଦସ୍ୟଙ୍କୁ ଏହି ପଦକ୍ଷେପ ସହିତ ସକ୍ରିୟ ଭାବରେ ଜଡିତ ହେବାକୁ ଉତ୍ସାହିତ କରୁଛି ଏବଂ ଉପସ୍ଥାପନ କରୁଥିବା ଆର୍ôଥକ ଲାଭକୁ କେବଳ ସେମାନଙ୍କ ପରିବାରକୁ ନୁହେଁ ବରଂ ସମଗ୍ର ସମ୍ପ୍ରଦାୟ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ ।

ଶୁଭଲକ୍ଷ୍ମୀ ସମବାୟ ସମିତିର ଏପର୍ଯ୍ୟନ୍ତ ମୁଖ୍ୟ ଆକର୍ଷଣ ଗୁୁଡିକ ହେଲା:
ଚା ପଶ୍ଚିମ ଓଡିଶାର ତଥା ଭାରତର ସର୍ବବୃହତ ଗ୍ରାମୀଣ ମହିଳା ସମବାୟ ସମିତି ମଧ୍ୟରୁ ଅନ୍ୟତମ, ଯାହାକି ସ୍ୱୟଂ ଶାସିତ ସମ୍ପ୍ରଦାୟର ୩୭୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ୪୩୫୦ ରୁ ଅଧିକ ସଦସ୍ୟଙ୍କୁ ସମର୍ଥନ କରୁଛି ।

• ଗତ ୨ ବର୍ଷ ମଧ୍ୟରେ କୃଷି ଏବଂ ଅଣ-କୃଷି ବ୍ୟବସାୟରେ ୧,୮୦୦ ରୁ ଅଧିକ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା, ମାଇକ୍ରୋ ଫାଇନାନ୍ସ, ଦକ୍ଷତା ବିକାଶ, ଆର୍ôଥକ ସାକ୍ଷରତା, ବଜାର ଲିଙ୍କେଜ୍ ସହିତ ସହାୟତା ଯୋଗାଇଛି ।
• ଆରମ୍ଭରୁ ପ୍ରାୟ ୪ କୋଟି ଟଙ୍କାର ଏକ ଫଣ୍ଡ ବେସ୍ ସୃଷ୍ଟି କରିବା ସହିତ ୩୮.୧୩ କୋଟି ଟଙ୍କା ବ୍ୟବସାୟ କରିଛି ଏହାଛଡା ଲୋନ ପାଇଁ ପ୍ରାୟ ୧୯,୨୦୦ ସମବାୟ ସଦସ୍ୟଙ୍କୁ ମଧ୍ୟ ସମର୍ଥନ କରିଛି ।
• ସମ୍ପ୍ରଦାୟର ସଦସ୍ୟ ଏବଂ ସେମାନଙ୍କର ସାମାଜିକ-ଅର୍ଥନୈତିକ ସଶକ୍ତିକରଣ ପାଇଁ ଭାରତ ସରକାରଙ୍କ ଦ୍ୱାରା ବିକଶିତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରୁଛି ।
• ଫାଷ୍ଟଫୁଡ୍ ସେଂଟର, କୁକୁଡ଼ା ଏବଂ ପନିପରିବା ଫାର୍ମ, ଗ୍ରୋସରୀ ଷ୍ଟୋର, ବିୟୁଟି ପାର୍ଲର, ଟେଲରିଂ ସେଂଟର ଏବଂ ଅନ୍ୟାନ୍ୟ ମାଇକ୍ରୋ ଉଦ୍ୟୋଗଗୁଡିକୁ ମଧ୍ୟ ପରିଚାଳନା କରୁଛି ।
• ‘ଶୁଭଲକ୍ଷ୍ମୀ ମହିଲା କଲ୍ୟାଣ ପାଣ୍ଠି’ – ଏକ ଅନନ୍ୟ ସାମାଜିକ କଲ୍ୟାଣ ପାଣ୍ଠି ଯାହାଦ୍ୱାରା ୧୪୦୦ ରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି ଯଥା ଆଶାୟି ମାତୃତ୍ୱ, ସମ୍ମାନଜନକ ଛାତ୍ରମାନଙ୍କ ପାଇଁ ଛାତ୍ରବୃତି, ପତି-ପତ୍ନୀଙ୍କ ଦେହାନ୍ତରେ ସହାୟତା ଇତ୍ୟାଦିଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି ।
• ୧୫ ଜଣ ନିର୍ବାଚିତ ବୋର୍ଡ ମେମ୍ବରଙ୍କ ଦ୍ୱାରା ପରିଚାଳିତ, ସମବାୟ ବ୍ୟାପାର ଏବଂ ପରିଚାଳନା କର୍ମଶାଳା ମାଧ୍ୟମରେ ମହିଳା ନେତାଙ୍କ ଏକ କ୍ୟାଡର ବିକାଶ କରାଯାଇଛି ।


ସ୍ଥାୟୀ ଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଜଳ ଏବଂ ପରିମଳ, ଜୈବ ବିନିଯୋଗ ଏବଂ ଗୋଷ୍ଠିର ଭିତିଭୂମି ବିକାଶ କ୍ଷେତ୍ରରେ ବେଦାନ୍ତ ଝାରସୁଗୁଡାର ସାମାଜିକ ହସ୍ତକ୍ଷେପ ଦ୍ୱାରା ନିକଟବର୍ତୀ ଅଂଚଳର ୮୦ଟି ଗ୍ରାମରେ ପହିଂଚି ଏକ ବର୍ଷ ମଧ୍ୟରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିଛି । ଏହା ୩୭୦ରୁ ଅଧିକ ଏସଏଚଜିରେ ୪୩୫୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି, ଏହାଛଡା ବାର୍ଷିକ ପ୍ରାୟ ୪୩,୦୦୦ ଲୋକଙ୍କୁ ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ୧୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ସହାୟତା ମଧ୍ୟ ପ୍ରଦାନ କରିଛି ।

Leave a Reply

Your email address will not be published. Required fields are marked *