ସ୍ୱାତୀ ଅନୁଷ୍ଠାନ ଦ୍ୱାରା ଦୂର୍ନିତି ନିବାରଣ ସପ୍ତାହ-୨୦୨୪ ପାଳନର ଶୁଭାରମ୍ଭ

ଫୁଲବାଣୀ, ପ୍ରବାହ ନ୍ୟୁଜ୍‌ : ରାଜ୍ୟ ଓ କେନ୍ଦ୍ର ସରକାର ଦୂର୍ନିତି ର ମୂଳଉତ୍ପାଟନ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅଧିକ ଜନସଚେତନତା ପାଇଁ ଦୂର୍ନିତି ନିବାରଣ ସପ୍ତାହ ଦେଶବ୍ୟାପି ପାଳନ ହେଉଛି । ଏହି ପରିପ୍ରେକ୍ଷିରେ ଏ ବର୍ଷର ବିଷୟ “ଜାତିର ସମୃଧତା ପାଇଁ ଅଖଣ୍ଡତା ର ସଂସ୍କୃତି” କୁ ନେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି ଭୂବନେଶ୍ୱର ଙ୍କ ମିଳିତ ସହଯୋଗରେ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୦୩ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପି ପାଳନ ହେବାକୁ ଥିବା ଦୂର୍ନିତି ନିବାରଣ ସପ୍ତାହ-୨୦୨୪ ଫୁଲବାଣୀ ସ୍ଥିତ ବନ୍ଧସାହି ଠାରୁ ଆରମ୍ଭ କରାଯାଇଛି । ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରି (ଯକ୍ଷ୍ମା) ଏବଂ ଜିଲ୍ଲା ଏ.ଡ୍.ସ୍. ନିୟନ୍ତ୍ରଣ କାର୍ଯ୍ୟକ୍ରମ ନୋଡାଲ୍ ଅଫିସର୍ ଡାକ୍ତର ପ୍ରଶନ୍ନ କୁମାର ତ୍ରିପାଠୀ ଙ୍କ ତତ୍ୱାବଧାନ ରେ ସୁପରଭାଇଜର୍ ଦେବାଶିଶ ମିଶ୍ର ଓ ସମନ୍ୱିତ ପରାମର୍ଶ ଓ ରକ୍ତ ପରିକ୍ଷା କେନ୍ଦ୍ର-୨ ର ପରାମର୍ଶଦାତା ଗୋବିନ୍ଦ ଚନ୍ଦ୍ର ଜେନା ଙ୍କ ଉପସ୍ଥିତିରେ ସୁଭାରମ୍ଭ ହୋଇଯାଇଛି । ପ୍ରଥମେ ଅନୁଷ୍ଠାନ ର ପରାମର୍ଶଦାତ୍ରୀ ସ୍ନେହଲତା ନାୟକ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦ୍ୟେଶ୍ୟ ବିଷୟ ରେ ଆଲୋକପାତ କରିଥିଲେ । ଏଥିସହ କାର୍ଯ୍ୟକ୍ରମ ସଂଯୋଯକ ବିଶ୍ୱରଞନ କର ଏହି ଦିବଶ ର ଇତିହାଶ ବର୍ଣ୍ଣନା କରି କିପରି ଦେଶରେ ୧୯୯୯ ମସିହା ଅକ୍ଟୋବର ମାସ ୩୧ ତାରିଖ ଠାରୁ ପାଳନ କରାଯାଉଛି ଏବଂ ଏହା ଏକ ପୂର୍ଣ୍ଣ୍ୟ ତିଥି ଯାହା ଲହୋମାନବ ଭାବେ ପରିଚିତ ସର୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ଜନ୍ମଦିନ ବୋଲି କହିଥିଲେ । ଆହୁରି ମଧ୍ୟ ଦୂର୍ନିତି ନିବାରଣ କାର୍ଯ୍ୟାଳୟ ର ଗୁରୁ ଦାୟିତ୍ୱ ଯେ, ସର୍ବସାଧାରଣ ଅବଗତି ନିମନ୍ତେ ସୂଚନା ଏବଂ ସୂଚନା ପ୍ରଦାନକାରୀ ଙ୍କୁ ସୁରକ୍ଷା ଦେବା ବୋଲି ମଧ୍ୟ ଉପସ୍ଥାପନା କରିଥିଲେ । ଦେବାଶିଶ ମିଶ୍ର ତାଙ୍କ ବକ୍ତବ୍ୟ ରେ ଆଗକାଳରୁ କିପରି ଦୂର୍ନିତି ଚାଲିଛି ତାହା ପାଠ୍ୟ ପୁସ୍ତକ ରେ ଥିବା “ବିଚାର ବଦଳିଗଲା ଗପ” କହି ପ୍ରାଞଳ ଭାବରେ ବୁଝାଇଥିଲେ । ତତ୍ସହିତ ଦୂର୍ନିତି ବିରୋଧରେ ଲଢେଇ ହେଉଛି ସାମୁହିକ ଲଢେଇ ଯାହା ଜଣେ ଚାହିଁଲେ କେବେ ସମ୍ଭବ ନୁହେଁ, ତେଣୁ ସମସ୍ତେ ହାତ କୁ ହାତ ମିଶାଇ ଲାଂଚ କାରବାର ଯଥା ଲାଂଚ ନେଉଥିବା କିମ୍ବା ଲାଂଚ ଦେଉଥିବା ସ୍ଥାନରେ ଚୁପ୍ ନରହି ସ୍ୱର ଉଠାଇବାକୁ ଆହ୍ୱାନ ଦେଇଥିଲେ ଓ ତୃଣମୂଳ ସ୍ତରରୁ ଦୁର୍ନିତି କୁ ରୋକିବାରେ ସଫଳ ହୋଇପାରିବା ବୋଲି କହିଥିଲେ । କାର୍ଯ୍ୟକ୍ରମ ର ଶେଶରେ ସମସ୍ତ ଗ୍ରାମବାସୀ ଙ୍କୁ ନେଇ ଏକ ସାଧୁତାର ଶପଥ ପାଠ କରାଯାଇଥିଲା । ଚଳିତ ସପ୍ତାହରେ ଏହିଭଳି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା କଥା ଅନୁଷ୍ଠାନ ର ସଂପାଦକ ଇଂ. ହରି ଶଙ୍କର ରାଉତ ସୂଚନା ପ୍ରଦାନ କରିଥିବା ବେଳେ ଆଜି ର କାର୍ଯ୍ୟକ୍ରମ କୁ ପରିଚାଳନାରେ ସୀତା ରଣା ଓ କିନ୍ନର ବିଷ୍ଣୁପ୍ରିୟା ପ୍ରଧାନ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed