ରିଙ୍ଗ ରୋଡ଼ ବାଇପାସ ପାଇଁ କୋଲ୍ହ ବରପଦା ଗ୍ରାମସଭା ମାତ୍ର ଦଶ ଜଣ ମତଦାନ ରେ ସଫଳ
କେନ୍ଦୁଝର: ଯୋଡ଼ା ବ୍ଲକ କାରାଖେଣ୍ଡରା ଗ୍ରାମପଞ୍ଚାୟତ କୋଲ୍ହବରପଦା ଗ୍ରାମ ମଧ୍ୟ ଦେଇ ରିଙ୍ଗରୋଡ଼ ବାଇପାସ ଯାଉଥିବା ବେଳେ ଏଠି ଶହେ ରୁ ଉର୍ଦ୍ଧ ଗ୍ରାମବାସୀ ଜମି ହରାଉ ଛନ୍ତି କିନ୍ତୁ ମାତ୍ର ଦଶଜଣ ମତ ଦାନ ରେ ଗ୍ରାମସଭା କୁ ସଫଳ କରାଇ ଥିବା ଦେଖିବାକୁ ମିଳିଛି, ଏପରିକି ଉକ୍ତ ଗ୍ରାମ ର ଜମିର ମୂଲ୍ୟ ପୌରାଞ୍ଚଳ ଠାରୁ କମ ଥିବାବେଳେ ସରକାର ଙ୍କ ତରଫରୁ ଦୁଇ ରୁ ଅଢେଇ ଗୁଣା ଦେବାକୁ ଧାର୍ଯ୍ୟ ହୋଇଛି କିନ୍ତୁ ଗ୍ରାମବାସୀ ଚାରି ଗୁଣା ମୂଲ୍ୟ ଦାବି କରିଥିବା ଦେଖିବାକୁ ମିଳିଛି, ତେବେ ଚାଳିଶ ବର୍ଷ ହେବ ଜମି ବନ୍ଦୋବସ୍ତ ହୋଇନଥିବା ବେଳେ ଭାଇ ଭାଗ ଓ ପଇସା ବଣ୍ଟନ କୁ ନେଇ ସମସ୍ୟା ହେବାର ସାମ୍ବାଭନା ରହିଛି, ଏପରି ପରିସ୍ଥିତି ରେ ସରକାର କିପରି ଭାବେ ସୁ ପରିଚାଳନା କରିପାରୁଛନ୍ତି ଭବିଷ୍ୟତ ରେ ତାହା ଦେଖିବାକୁ ବାକି ରହିଲା l