ଷ୍ଟେରଏଡ୍‌-ଜନିତ ଗ୍ଲୁକୋମା ଦୃଷ୍ଟିଶକ୍ତିରଏକ ପ୍ରମୁଖ କାରଣ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌) :୧୧ମାର୍ଚ୍ଚ ୨୦୨୪: ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ଲୁକୋମା ରୋଗର ଆଗୁଆ ଚିହ୍ନଟ ଓ ନିରାକରଣ ପାଇଁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅଭିଯାନ, ଆଲୋଚନା ଏବଂ ରୋଗୀଙ୍କ ସହ ପାରସ୍ପରିକ କଥାବାର୍ତା କାର୍ଯ୍ୟକ୍ରମ ଆୟୋଜନ କରି ବିଶ୍ୱ ଗ୍ଲୁକୋମା ସପ୍ତ ପାଳନ କରୁଛି । ଗ୍ଲୁକୋମା ଏକ ଚକ୍ଷୁ ସମସ୍ୟା ଯାହା ଆଖିର ଚାପ ବୃଦ୍ଧି ସହିତ ଜଡିତ ଏବଂ ଏହା ଦୃଷ୍ଟିସ୍ନାୟୁକୁ କ୍ଷତି ପହଂଚାଇଥାଏ, ଯାହା ଫଳରେ ଦୃଷ୍ଟିଶକ୍ତି ଭଲ ହୋଇନଥାଏ । ଗ୍ଲୁକୋମା ହେଉଛି ଅପୂରଣୀୟ ଦୃଷ୍ଟିଶକ୍ତି ହାନୀର ଅତି ସାଧାରଣ କାରଣ । ବିଶ୍ୱସ୍ତରୀୟ ଆକଳନ ଅନୁଯାୟୀ, ୨୦୪୦ ସୁଦ୍ଧା ଗ୍ଲୁକୋମା ରୋଗୀଙ୍କ ସଂଖ୍ୟା ୭୬ ନିୟୁତରୁ ୧୧୧.୮ ନିୟୁତକୁ ବୃଦ୍ଧି ପାଇବ ଏବଂ ଏହି ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ଆଫ୍ରିକା ଏବଂ ଏସିଆର ଅଟନ୍ତି । ବିଶ୍ୱ ଗ୍ଲୁକୋମା ସପ୍ତାହ ହେଉଛି ବିଶ୍ୱ ଗ୍ଲୁକୋମା ଆସୋସିଏସନ (ଡବ୍ଲୁଜିଏ) ଏବଂ ବିଶ୍ୱ ଗ୍ଲୁକୋମା ରୋଗୀ ସଂଘ (ଡବ୍ଲୁଜିପିଏ)ର ଏକ ମିଳିତ ବିଶ୍ୱସ୍ତରୀୟ ପଦକ୍ଷେପ । ଚଳିତ ବର୍ଷ ଏହା ମାର୍ଚ୍ଚ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି, ଯେଉଁଥିରେ ଷ୍ଟେରଏଡ୍‌-ଜନିତ ଗ୍ଲୁକୋମା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଷ୍ଟେରଏଡ୍‌-ଜନିତ ଗ୍ଲୁକୋମା: ଆଜମା, ଆର୍ଥ୍ରାଇଟିସ୍ ଏବଂ ଆଖିର ଆଲର୍ଜି ଭଳି ପ୍ରଦାହଜନିତ ରୋଗର ଚିକିତ୍ସା ପାଇଁ ସାଧାରଣତଃ ବିଭିନ୍ନ ଔଷଧରେ ବ୍ୟବହୃତ ହେଉଥିବା ଷ୍ଟେରଏଡର ଅପବ୍ୟବହାର ଚକ୍ଷୁ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ । ବିଶେଷ କରି ଷ୍ଟେରଏଡର ଦୀର୍ଘ ସମୟ ଧରି ବ୍ୟବହାର କାରଣରୁ ଷ୍ଟେରଏଡ୍ ଜନିତ ଗ୍ଲୁକୋମା ହୋଇପାରେ, ଏହା ଏପରି ଏକ ଅବସ୍ଥା ଯାହା ଚକ୍ଷୁ ଭିତରେ ଚାପ ବୃଦ୍ଧି କରିଥାଏ ଏବଂ ଅପୂରଣୀୟ ଦୃଷ୍ଟିଶକ୍ତି ହାନୀର କାରଣ ହୋଇଥାଏ । “ଏଲଭିପିଇଆଇ ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଚକ୍ଷୁ ଆଲର୍ଜିଥିବା ୪୦୬୨ ଶିଶୁଙ୍କ ମଧ୍ୟରୁ ୨.୨% ଙ୍କର ଷ୍ଟେରଏଡ୍ ଜନିତ ଗ୍ଲୁକୋମା ଥିଲା ଏବଂ ଏହି ଶିଶୁମାନଙ୍କ ମଧ୍ୟରୁ ୩୦% ରୁ ଅଧିକ ଆମ ପାଖରେ ପହଂଚିବା ବେଳକୁ ଦୃଷ୍ଟିଶକ୍ତି ହରାଇ ସାରିଥିାନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ବିନା ପ୍ରେସକ୍ରିପସନରେ କିମ୍ବା ମୂଳ ପ୍ରେସକ୍ରିପସନ୍ ଜାରି ହେବା ସମୟଠାରୁ ଢେର ଦିନ ଧରି ଷ୍ଟେରଏଡ୍ ବ୍ୟବହାର କରୁଥିଲେ\’\’ ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଏଲଭିପିଇଆଇର ମିଠୁ ତୁଲସୀ ଚନରାଇ କ୍ୟାମ୍ପସର ପରାମର୍ଶଦାତା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅଭିକ କୁମାର ରାୟ । ଆଇ ଡ୍ରପ୍‌, ମଲମ, ଇନହେଲ,ର୍ ଟାବଲେଟ୍ ଏବଂ ଇଞ୍ଜେକ୍ସନ ସମେତ ଯେକୌଣସି ଔଷଧରେ ଷ୍ଟେରଏଡ୍ ରହିପାରେ । ବ୍ରଣ କିମ୍ବା କୁଣ୍ଡିଆର ଚିକିତ୍ସା ପାଇଁ କ୍ରିମ୍ ଏବଂ ଫେୟାରନେସ୍ କ୍ରିମ ଭଳି ଅନେକ ଅଣ-ଔଷଧୀୟ ଉତ୍ପାଦରେ ଷ୍ଟେରଏଡ୍ ମଧ୍ୟ ରହିଥାଏ । ଅଣନିୟାମକ କେତେକ ପ୍ରକାରର ଔଷଧ ମଧ୍ୟବିନା ଅନୁମତିରେ ସେମାନଙ୍କ ଫର୍ମୁଲେସନରେ ଷ୍ଟେରଏଡ୍ ମିଶାଇଥାନ୍ତି । ଷ୍ଟେରଏଡ କିପରି ଚକ୍ଷୁର କ୍ଷତି ପହଂଚାଇପାରେ? ଷ୍ଟେରଏଡର ଅପବ୍ୟବହାର କରାଗଲେ, ମୁଖ୍ୟତଃ ଦୀର୍ଘ ଦିନ ଧରି, ବାରମ୍ବାର କିମ୍ବା ଅତ୍ୟଧିକ ପରିମାଣରେ ବ୍ୟବହାର ଦ୍ୱାରା ଅନେକ ପ୍ରତିକୂଳ ପ୍ରଭାବ ପଡ଼ିପାରେ । ଆମେ ଷ୍ଟେରଏଡର ଚକ୍ଷୁ ପ୍ରଭାବ ଉପରେ ଧ୍ୟାନ ଦେବୁ । ଷ୍ଟେରଏଡ୍ ମୋତିଆବିନ୍ଦୁ ସୃଷ୍ଟି କରିପାରେ । ଷ୍ଟେରଏଡ୍ ଦୃଷ୍ଟିହୀନତା ସୃଷ୍ଟି କରିପାରେ କି? ଷ୍ଟେରଏଡ୍ ଜନିତ ଗ୍ଲୁକୋମା ଦୃଷ୍ଟିହୀନତାର କାରଣ ହୋଇପାରେ । ଦୁର୍ଭାଗ୍ୟବଶତଃ, ଚକ୍ଷୁ ଆଲର୍ଜି ଥିବା ଶିଶୁମାନେ ଏଥିପ୍ରତି ଅଧିକ ସମ୍ବେଦନଶୀଳ । ଲାଲ ପଡ଼ିଥିବା ଓ କୁଣ୍ଡାଇ ହେଉଥିବା ଆଖିରୁ ଶୀଘ୍ର ଉପଶମ ପାଇବା ପାଇଁ ଏହି ଷ୍ଟେରଏଡ୍ ନିୟମିତ ଭାବେ ବିନା ପ୍ରେସକ୍ରିପସନରେ ସହଜରେ କିଣାଯାଇପାରିବ, ଯାହା ଦ୍ୱାରା ଚିକିତ୍ସାକୁ ତଦାରଖକରାଯାଇପାରେ ନାହିଁ । ଗ୍ଲୁକୋମା ହେବାର ଆଶଙ୍କା ରହିଛି କି? ୪ରୁ ୬ ସପ୍ତାହ ଧରି ହୋଇଥିବା ଏକ ସୀମିତ ଅଧ୍ୟୟନରେ, ଗ୍ଲୁକୋମା ନଥିବା ଲୋକଙ୍କ ମଧ୍ୟରୁ ୫% ଲୋକଙ୍କର ଚକ୍ଷୁର ଆଭ୍ୟନ୍ତରୀଣ ଚାପ ବୃଦ୍ଧି ପାଇଥିଲା, ଯେଉଁଥାପାଇଁ ଗ୍ଲୁକୋମା ହୋଇଥାଇପାରେ । ଷ୍ଟେରଏଡ୍ ଜନିତ ଗ୍ଲୁକୋମାର ବିପଦକୁ ହ୍ରାସ କରିବା ପାଇଁ ଆଉ କ\’ଣ କରାଯାଇପାରିବ ବୋଲି ପଚରାଯିବାରୁ ଡାକ୍ତର ଅଭିକ କୁମାର ରାୟ କୁହନ୍ତି, “ପ୍ରେସକ୍ରିପସନରେ ଷ୍ଟେରଏଡ୍ ଅଛି କି ନାହିଁ ଆମେ ଡାକ୍ତରଙ୍କୁ ନିଶ୍ଚିତ ଭାବେ ପଚାରିବା ଉଚିତ୍‌, ଯଦି ଏହା ଦୀର୍ଘ ଦିନ କିମ୍ବା ବାରମ୍ବାର ବ୍ୟବହାର ହୋଇଥାଏ ତେବେ ଚକ୍ଷୁ ପରୀକ୍ଷା କରାଇବା, ଏବଂ କେବଳ ଡାକ୍ତରଙ୍କ ତତ୍ତ୍ୱାବଧାନରେ ହିଁ ଉପଯୁକ୍ତ ଭାବେ ଔଷଧ ସେବନ କରିବା । ଯେଉଁମାନେ ଷ୍ଟେରଏଡ୍ ବ୍ୟବହାର କରୁଛନ୍ତି ଯଥା ଆଇ ଡ୍ରପ୍‌, ଇନହେଲ,ର୍ ମଲମ କିମ୍ବା ବଟିକା ଖାଉଛନ୍ତି, ସେମାନେ ମଧ୍ୟ ନିୟମିତ ଭାବେ ଚକ୍ଷୁ ପରୀକ୍ଷା କରାଇବା ଉଚିତ ।”

Leave a Reply

Your email address will not be published. Required fields are marked *