କିସ୍ନା ଡାଇମଣ୍ଡ ଓ ଜୁଏଲାରି “ଅବକି ବାର ଆପ କେଲିୟେ” ଅଭିଯାନର ଅବସରରେ ସାରା ଭାରତର ୧୦୦ରୁ ଅଧିକ କାର ପ୍ରଦାନ କରିଛି
ଇନ୍ଦୋର, ପ୍ରବାହ ନ୍ୟୁଜ୍ : ଭାରତର ପ୍ରମୁଖ ଅଳଙ୍କାର ବିକ୍ରେତାଙ୍କ ମଧ୍ୟରେ କିସ୍ନା ଡାଇମଣ୍ଡ ଓ ଜୁଏଲାରୀ ସାରା ଦେଶରେ ଭାଗ୍ୟଶାଳୀ ଗ୍ରାହକମାନଙ୍କୁ ୧୦୦ଟି ମାରୁତି ସେଲେରିଓ କାର ପ୍ରଦାନ କରିଛି। ଅବକି ବାର ଆପକେ ଲିୟେ ଅଭିଯାନର ସମାପ୍ତିର ଅଂଶ ଭାବରେ ୧୧ଟି ସହରରେ ଏକକାଳୀନ ବିଜେତାଙ୍କୁ କାର ପ୍ରଦାନ କରିଛି। ୫୧,୨୧୯ରୁ ଅଧିକ ଲୋକ ଏହି ଆକର୍ଷଣୀୟ ପଦକ୍ଷେପରେ ଅଂଶଗ୍ରହଣ କରିଥିଲେ।
୧ ସେପ୍ଟେମ୍ବର ୨୦୨୪ରେ ଲାଇଭ ହୋଇଥିବା ଓ ୧୮ ଜାନୁଆରୀ ୨୦୨୫ରେ ଶେଷ ହୋଇଥିବା ଏହି ଅଭିଯାନରେ ଅଂଶଗ୍ରହଣକାରୀଙ୍କୁ ଟ.୨୦,୦୦୦ ବା ତାଠାରୁ ଅଧିକ ମୂଲ୍ୟର ହୀରା, ପ୍ଲାଟିନମ ବା ସଲିଟାୟାର ଅଳଙ୍କାର ବା ଟ.୫୦,୦୦୦ ମୂଲ୍ୟର ସୁନା ଗହଣା କିଣାକିଣି ଉପରେ କାର ଜିତିବା ପାଇଁ ସୁଯୋଗ ଦିଆଯାଇଥିଲା। ଏକ ଲକି ଡ୍ରରେ ଭାଗନେଇଥିବା ଗ୍ରାହକମାନଙ୍କ ଭିତରୁ ମାରୁତି ସୁଜୁକି ଜିତିବାର ସୁଯୋଗ ଥିଲା। ଏଭଳି ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି କିଷନା ଗ୍ରାହକମାନଙ୍କ ପ୍ରତି ତାର ଶ୍ରଦ୍ଧା ଉତ୍ସର୍ଗ କରିଥିବା ପ୍ରମାଣ ମିଳିଛି।
ଅଭିଯାନର ଅଂଶ ଭାବରେ କିସ୍ନା ସାରା ଭାରତରୁ ୧୦୪ ଜଣଙ୍କୁ ବିଜେତା ଚୟନ କରିଥିଲା। ଉତର ଭାରତରେ ସର୍ବାଧିକ ୨୦୭୯୫ ଜଣ ଅଂଶଗ୍ରହଣକାରୀ ଥିଲେ। ବିଜେତାମାନେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ମହାରାଷ୍ଟ୍ର ଓ ତାମିଲନାଡ଼ୁ ପ୍ରଭୃତି ରାଜ୍ୟମାନଙ୍କରୁ ଥିବା ଜଣାଯାଏ।
ହରି କ୍ରିଷ୍ଣା ଗ୍ରୁପର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଘନଶ୍ୟାମ ଢୋଲକିଆ କହଛନ୍ତି ଯେ ଅବକି ବାର ଆପକେ ଲିୟେ ଅଭିଯାନର ସମାପ୍ତିର ଅଂଶ ଭାବରେ ୧୧ଟି ସହରରେ ଗ୍ରାହକମାନଙ୍କ ଆମ ପ୍ରତି ବିଶ୍ୱାସ ଓ ଶ୍ରଦ୍ଧାର ପ୍ରମାଣ ଦେଖାଇଛନ୍ତି। ଏହି ଅଭିଯାନ ଏକ ଖୁସି ବାଂଟିବାର ମୁହୂର୍ତ ଓ ବାସ୍ତବରେ କିଛି ଅସାଧାରଣ କରିବାର ସୁଯୋଗ ପ୍ରଦାନ କରିଛି।
କିସ୍ନା ଡାଇମଣ୍ଡ ଓ ସୁନା ଅଳଙ୍କାରର ନିର୍ଦ୍ଦେଶକ ଶ୍ରୀ ପରାଗ ଶାହ କହିଛନ୍ତି ଯେ ଏହି ଅଭିଯାନ ପ୍ରତିଟି ଭାରତୀୟଙ୍କ ସହ ସଂଯୋଗ ସ୍ଥାପନ କରିବାର ଆମର ପ୍ରତିବଦ୍ଧତାର ପ୍ରମାଣ। ଏହି କାର୍ଯ୍ୟକ୍ରମର ଉତ୍ସାହ ଓ ଗ୍ରାହକମାନଙ୍କ ପ୍ରତି ଆମର ଗଭୀର ସଂପର୍କକୁ ପ୍ରତିଫଳିତ କରୁଛି।
ବିଜେତାମାନଙ୍କୁ ଗାଡ଼ି ବିତରଣ ସଂପର୍କରେ ଟେଲିଫୋନ ଯୋଗେ ଖବର ଦିଆଯାଇଥିଲା। ବହୁ ଦୂର ଦୂରାନ୍ତରରୁ ଗ୍ରାହକମାନେ ଉତ୍ସାହର ସହ ଆସି ନିଜର ଗାଡ଼ି ନେଇଛନ୍ତି।
ଅବକି ବାର ଆପ କେଲିୟେ ଅଭିଯାନ ଅଳଙ୍କାର କିଣାକିଣି ପ୍ରତି ଲୋକମାନଙ୍କ ମଧ୍ୟରେ ଉତ୍ସାହ ସହ ସୁଯୋଗ ପ୍ରଦାନ କରି ସଂପର୍କକୁ ପୁନଃଭାଷିତ କରିଛି।