କିମ୍‍ସରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଆତ୍ମହତ୍ୟା ପ୍ରତିରୋଧ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ କିମ୍‍ସ ମାନସିକ ରୋଗ ବିଭାଗ ପକ୍ଷରୁ ମଙ୍ଗଳବାର ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆତ୍ମହତ୍ୟା ପ୍ରବୃତ୍ତିକୁ ଚିହ୍ନଟ କରିବା ଓ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାର ଆହ୍ୱାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଚଳିତବର୍ଷର ବିଷୟବସ୍ତୁ ଥିଲା ‘କୋମ୍‍ବାଟିଂ ଷ୍ଟିଗ୍‍ମା: ଚେଞ୍ଜିଂ ଦ ନେରେଟିଭ ଅନ୍‍ ସୁଇସାଇଡ୍‍’ । ଏହି ଅବସରରେ ଆଲୋଚନାରେ ଅଂଶଗ୍ରହ କରି ଅତିଥି ଓ ବିଶେଷଜ୍ଞମାନେ ଆତ୍ମହତ୍ୟାର ବିଭିନ୍ନ କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ସେହିସବୁ ଲକ୍ଷଣମାନ ପ୍ରକାଶ ପାଇଲେ ତୁରନ୍ତ ଉକ୍ତ ବ୍ୟକ୍ତି ପ୍ରତି ଧ୍ୟାନ ଦିଆଯିବା ଉଚିତ ବୋଲି ସେମାନେ କହିଥିଲେ ।

ଆଲୋଚନାରେ ଅଂଶଗ୍ରହଣ କରି କିମ୍‍ସ ପରାମର୍ଶଦାତା ଡ. ଆର ଏନ୍‍ ସାମନ୍ତ କହିଲେ, ଆତ୍ମହତ୍ୟାକୁ ରୋକିବାରେ ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କ ଜୀବନରେ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ତଥା ସହାୟକ ଭୂମିକା ଗ୍ରହଣ କରିବାକୁ ପଡ଼ିବ । କିମ୍‍ସ ମେଡିକାଲ୍‍ କଜେଲ ଅଧୀକ୍ଷକ ଡା. ଆର୍‍ ସି ଦାସ କହିଲେ, ଶୂନ୍ୟ-ଆତ୍ମହତ୍ୟା ପରିବେଶକୁ ସୁନିଶ୍ଚିତ କରିବା ସହ ସମ୍ପର୍କକୁ ଆହୁରି ମଜଭୂତ କରିବାକୁ ହେବ ।

ଏହି ଅବସରରେ ଆତ୍ମହତ୍ୟାର ସମ୍ଭାବନା ବଢ଼ାଉଥିବା କାରଣଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏଥିରେ ଶୈକ୍ଷିକ ଚାପ, ମାନସିକ ସ୍ୱାସ୍ଥ୍ୟାବସ୍ଥା, ଅତୀତର ଆଘାତ, ସାମାଜିକ ସମର୍ଥନ ଅଭାବ ଏବଂ ପଦାର୍ଥର ଅପବ୍ୟବହାର ଅନ୍ତର୍ଭୁକ୍ତ ଆଦି ଉପରେ ଆଲୋଚନା କରାଯାଇଥିଲା । ଏହି କାରଣଗୁଡ଼ିକ ପ୍ରାୟତଃ ବ୍ୟକ୍ତିବିଶେଷ, ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଅସୁରକ୍ଷିତ ଅବସ୍ଥାରେ ରଖୁଥିବାରୁ ଏହାର ପ୍ରତିରୋଧ ପାଇଁ ସେହି ସମସ୍ୟାଗୁଡ଼ିକର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । କିମ୍‍ସ ମେଡିକାଲ୍‍ କଲେଜ ଉପାଧ୍ୟକ୍ଷ ଡା. ଶୁଭ୍ରାଂଶୁ ପାତ୍ର କହିଲେ, ଶାରୀରିକ ସ୍ୱାସ୍ଥ୍ୟ ଭଳି ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

କିମ୍‍ସ ମନସ୍ତତ୍ତ୍ୱ ବିଭାଗର ମୁଖ୍ୟ ଡା. ସୁଦୀପ କୁମାର ଦାସ କହିଲେ, ଯଦି କେହି ବାରମ୍ବାର ହତାଶା ଭାବର ସମ୍ମୁଖୀନ ହୁଏ, ତେବେ ତାଠାରେ ସାଧାରଣତଃ ଏହି ପ୍ରବଣତା ପ୍ରକାଶ ପାଇଥାଏ । ଆତ୍ମହତ୍ୟା ପ୍ରବଣ ଏକ ମାନସିକ ସସସ୍ୟା ନୁହେଁ, ବରଂ ଏକ ସାମାଜିକ ଓ ସାଂସ୍କୃତିକତ ସମସ୍ୟା ବୋଲି ଡା. ଦାସ କହିଥିଲେ । ବିଭାଗୀୟ ପ୍ରଫେସର ଡା ଜୟପ୍ରକାଶ ରାବଣ କହିଲେ, ଥରେ କେହି ଆତ୍ମହତ୍ୟା କରିବାକୁ ସ୍ଥିର କରିସାରିବା ପରେ ଏହାର ଜଟିଳତାକୁ ଦର୍ଶାଇ ଏଥିରେ ହସ୍ତକ୍ଷେପ କରିବା କଷ୍ଟସାଧ୍ୟ ହୋଇଥାଏ ।

ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପ୍ରଫେସର ଜିଜ୍ଞାସା ପଟ୍ଟନାୟକ ଓ ଆସୋସିଏଟ୍‍ ପ୍ରଫେସର ଡା. ପ୍ରଣବ ମହାପାତ୍ର ମଧ୍ୟ ଏହା ଉପରେ ସେମାନଙ୍କର ମତ ରଖିଥିଲେ । ଏହି ଅବସରରେ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ହେଲ୍‍ପ ଲାଇନ୍‍ ଆରମ୍ଭ କରାଯାଇଥିଲା । ଏହା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପୋଷ୍ଟର ଓ ଏଲୋକ୍ୟୁସନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *