କିମସରେ ପ୍ରଥମ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

0
କିମସରେ ପ୍ରଥମ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

କର୍କଟ ଚିକିତ୍ସା କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : କିମସରେ ପ୍ରଥର ଥର ଲାଗି ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ (ବିଏମଟି) କରି ଓଡ଼ିଶାର ଉନ୍ନତ କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୟାଗଡ଼ ଜିଲ୍ଲାରୁ କିମସରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କଠାରେ ସଫଳତାର ସହ ଅସ୍ଥି ମଜ୍ଜା ପ୍ରତିରୋପଣ କରାଯାଇଛି। ରୋଗୀ ଜଣକ ଏକାଧିକ ପ୍ରକାରର ମାଇଲୋମା ଭଳି ଏକ ପ୍ରକାର ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରତିରୋପଣ ପରେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।

କିମସର ବିଶେଷଜ୍ଞ ଡା ବିଶ୍ୱଜିତ୍ ଭୂୟାଁଙ୍କ ନେତୃତ୍ୱରେ ପେଡିଆଟ୍ରିକ୍ ହେମାଟୋ-ଅଙ୍କୋଲୋଜିଷ୍ଟ୍ ଅଟୋଲୋଗୋସ୍ ଫୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟେସନ୍ ପ୍ରକ୍ରିୟାରେ ଏହି ପ୍ରତିରୋପଣ କରାଯାଇଥିଲା। ଏଥିରେ ରୋଗୀଙ୍କଠାରୁ ଷ୍ଟେମ ସେଲ୍ ସଂଗ୍ରହ କରାଯାଇ ସଂରକ୍ଷଣ କରାଯାଏ। ପରେ ଇନଟେନସିଭ କେମୋଥେରାପି କରାଯାଇ ଷ୍ଟେମ ସେଲକୁ ପ୍ରତିସ୍ଥାପନ କରାଯାଇଥାଏ।

ରୋଗୀ ପ୍ରାୟ ୬ ମାସ ପୂର୍ବରୁ କିମସ ଆସି ଡା ଭୂୟାଁଙ୍କ ସହ ପରାମର୍ଶ କରିଥିଲେ। ଅସ୍ଥି ଯନ୍ତ୍ରଣା ଯୋଗୁଁ ଚାଲବୁଲ କରିବାରେ ସେ ବହୁ କଷ୍ଟ ଭୋଗୁଥିଲେ। କିମସରେ ବିଭିନ୍ନ ପରୀକ୍ଷା ପରେ ତାଙ୍କଠାରେ ଏକାଧିକ ମାଇଲୋମା ଥିବା ଚିହ୍ନଟ ହୋଇଥିଲା। କେମୋଥେରାପି କରାଯାଇଥିଲେ ମଧ୍ୟ ଏହା ଏକ ନିର୍ଦ୍ଦିଷ୍ଟ ସମାଧାନ ନୁହେଁ ବୋଲି ଡା ଭୂୟାଁ କହିଛନ୍ତି। ଡା ଭୂୟାଁ ସୂଚନା ଦେଇ କହିଛନ୍ତି, ୬୦ ପ୍ରତିଶତରୁ ଅଧିକ ରୋଗୀଙ୍କ ପାଇଁ ଅସ୍ଥି ମଜ୍ଜା ପ୍ରତିରୋପଣ ପ୍ରାୟତଃ ସର୍ବୋତ୍ତମ ଚିକିତ୍ସା ସାବ୍ୟସ୍ତ ହେଲାଣି। ରୋଗୀଙ୍କ ଝିଅ କହିଛନ୍ତି ଯେ ଅସୁସ୍ଥତା ହେତୁ ତାଙ୍କ ପିତା ସଂପୂର୍ଣ୍ଣ ପକ୍ଷାଘାତ ହୋଇଯାଇଥିବାରୁ ପରିବାର ସମସ୍ତ ଆଶା ହରାଇଥିଲେ।

ଏହି ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ ପରେ ରୋଗୀ ସଂପୂର୍ଣ୍ଣ ସାଧାରଣ ଜୀବନ ଯାପନ କରିପାରିବେ ବୋଲି ଡା ସ୍ପଷ୍ଟ କରିଛନ୍ତି।

ସଠିକ୍ ନିରାକରଣ ନହେବା ପର୍ଯ୍ୟନ୍ତ ରୋଗୀ ପ୍ରଥମେ ଆର୍ଥ୍ରାଇଟିସ୍ ପାଇଁ ଚିକିତ୍ସିତ ହେଉଥିଲେ ବୋଲି କିମସର ଅନ୍ୟତମ ଡାକ୍ତର ପାଲାଶ ଦାସ ସୂଚନା ଦେବା ସହ କିମସ୍  ଖୁବ୍ ଶୀଘ୍ର ଆଲୋଜେନିକ୍ ଅସ୍ଥି ମଜ୍ଜା ପ୍ରତିରୋପଣ ଏବଂ ହାପ୍ଲୋଏଣ୍ଡେଟିକାଲ୍ (ହାପ୍ଲୋ) ଟ୍ରାନ୍ସପ୍ଲାଣ୍ଟେସନ୍ ପ୍ରବର୍ତ୍ତନ କରି ଏହାର ଅସ୍ଥି ମଜ୍ଜା ପ୍ରତିରୋପଣ ସେବାକୁ ବିସ୍ତାର କରିବାକୁ ଯୋଜନା କରିଛି ବୋଲି କହିଛନ୍ତି।

ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କିଟ୍‌, କିସ୍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇବା ସହ ସଂପୃକ୍ତ ରୋଗୀଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *

You may have missed