କିମସ୍ କାର୍ଡିଆକ୍ ସର୍ଜନ ଚିକାଗୋ ଏଏଟିଏସ ଫାଉଣ୍ଡେସନ୍ ପକ୍ଷରୁ ସମ୍ମାନୀତ

0
44b09d6c-ba4a-4b3e-bf82-6b63e9ac35cf

ଭୁବନେଶ୍ୱର, ୨୬ ।୫: ଭୁବନେଶ୍ୱର କିମ୍‍ସ ହୃଦ୍ ସର୍ଜନ୍ ଡା ସତ୍ୟଜିତ୍ ସାମଲ ଆମେରିକାରୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛନ୍ତି । ଉନ୍ନତ ହୃଦୟ ପ୍ରତିରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଏଟିଏସ ଫାଉଣ୍ଡେସନରୁ ଏହି ସମ୍ମାନଜନକ ସ୍ୱୀକୃତି ପାଇବାରେ ଡା ସାମଲ ହେଉଛନ୍ତି ଓଡ଼ିଶାର ପ୍ରଥମ କାର୍ଡିଓଥୋରାସିକ୍ ସର୍ଜନ ।

ମେ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଆମେରିକାର ଚିକାଗୋରେ ଅନୁଷ୍ଠିତ ୧୦୬ ତମ ଏଏଟିଏସ ବାର୍ଷିକ ବୈଠକ ଅବସରରେ ଡା ସାମଲଙ୍କୁ ଆମେରିକୀୟ ଆସୋସିଏସନ୍ ଫର୍‍ ଥୋରାସିକ୍ ସର୍ଜରୀ (ଏଏଟିଏସ) ଫାଉଣ୍ଡେସନ୍ ଦ୍ୱାରା ପ୍ରତିଷ୍ଠିତ ୨୦୨୬ ମୁସଲେମ୍ କଞ୍ଜେନିଟାଲ୍ ହାର୍ଟ ଡିଜିଜ୍ (ସିଏଚଡି) ଆଲାଏନ୍ସ ଟ୍ରାଭେଲ୍ ଗ୍ରାଣ୍ଟ\’ ପ୍ରଦାନ କରାଯାଇଛି । ଏହି ପୁରସ୍କୃାର  ହୃଦରୋଗ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନକୁ ସମ୍ମାନିତ କରିବା ସହ କିମ୍‌ସରେ କରାଯାଉଥିବା ଉନ୍ନତ ହୃଦରୋଗ ଚିକିତ୍ସା ଏବଂ ପ୍ରତିରୋପଣରେ ଅନ୍ତର୍ଜାତୀୟ ସହଯୋଗ, ପରାମର୍ଶ ଏବଂ ଉତ୍କୃଷ୍ଟ ତାଲିମ ସଂପର୍କରେ ପ୍ରତିପାଦିତ କରୁଛି ।

ସୂଚନାଯୋଗ୍ୟ, ଏଏଟିଏସକୁ ହୃଦ୍ ଥୋରାସିକ୍ ସର୍ଜରୀ କ୍ଷେତ୍ରରେ ବିଶ୍ୱର ସବର୍ବୃହତ, ସବୁଠାରୁ ଉନ୍ନତ ଏବଂ ପ୍ରମୁଖ ସଂଗଠନ ଭାବରେ ବିବେଚନା କରାଯାଏ । ହୃଦ୍ ଥୋରାସିକ୍ ସର୍ଜରୀ, ଗବେଷଣା, ନବସର୍ଜନା ଏବଂ ଶିକ୍ଷାଗତ ଉତ୍କର୍ଷତାରେ ଉଲ୍ଲେଖନୀୟ ଅବଦାନ ପାଇଁ, ବିଶ୍ୱର ଖ୍ୟାତିସଂପନ୍ନ ସର୍ଜନମାନଙ୍କୁ ଏଏଟିଏସ ଫାଉଣ୍ଡେସନ୍ ଦ୍ୱାରା ମନୋନୀତ କରାଯାଇ ସମ୍ମାନିତ କରାଯାଇଥାଏ ।

ଏଭଳି ସମ୍ମାନ ପାଇଁ କିମ୍‌ସ ଓ ଏଏଟିଏସ ଫାଉଣ୍ଡେସନକୁ ଡା ସାମଲ କୃତଜ୍ଞତା ଜଣାଇଛନ୍ତି । ଚିକାଗୋରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଡା. ସାମଲ ବିଶ୍ୱର ପ୍ରମୁଖ ହୃଦ୍ ଥୋରାସିକ୍ ସର୍ଜନଙ୍କଠାରୁ ହୃଦୟ ପ୍ରତିରୋପଣ ଏବଂ ଅନ୍ୟାନ୍ୟ ଉନ୍ନତ ହୃଦ୍ ଥୋରାସିକ୍ ଶଲ୍ୟଚିକିତ୍ସା ପ୍ରକ୍ରିୟା ସଂପର୍କରେ ବିଶେଷ ପରାମର୍ଶ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ ।

ଏଏଟିଏସ ପ୍ଲାଟଫର୍ମ ମାଧ୍ୟମରେ ସୃଷ୍ଟି ହୋଇଥିବା ସଂପର୍କ କିମସରେ ଉନ୍ନତ ହୃଦରୋଗ ଚିକିତ୍ସାକୁ ସୁଦୃଢ଼ କରିବା ସହ କିମ୍‌ସରେ ଏକ ବ୍ୟାପକ ହୃଦରୋଗ ପ୍ରତିରୋପଣ କାର୍ଯ୍ୟକ୍ରମ ପାଇଁ ଅଧିକ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଡା ସାମଲ କହିଛନ୍ତି ।

ଡା. ସାମଲଙ୍କ ସଫଳତାରେ ଖୁସି ବ୍ୟକ୍ତି କରି କି୍‌ଟ, କିସ୍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା ସାମଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସମ୍ମାନ ଉନ୍ନତ ସ୍ୱାସ୍ଥ୍ୟସେବା, ଚିକିତ୍ସା ଉତ୍କର୍ଷତା ଏବଂ ସ୍ୱତନ୍ତ୍ର ହୃଦରୋଗ ସେବା ପାଇଁ କିମସର କାମକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Leave a Reply

Your email address will not be published. Required fields are marked *