ୟୌର୍ସହୋପ୍ ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନିତ

ଖୋର୍ଦ୍ଧା : ୧୫/୦୧ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ୟୌର୍ସ ହୋପ୍ ଫାଉଣ୍ଡେସନ ତରଫରୁ ଆଜି ଖୋର୍ଦ୍ଧା ସାମ୍ବାଦିକ ଭବନ ଗୃହରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆଙ୍କ ସହିତ ଜିଲ୍ଲା ଶିଶୁ କଲ୍ୟାଣ ଓ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ବାଣୀଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ ।

ମଞ୍ଚାସୀନ ଅତିଥିମାନେ ନିଜ ଅଭିଭାଷଣରେ କରୋନା ମହାମାରୀ ଭଳି ଦୁର୍ବିସହ ସମୟରେ ଆଗ ଧାଡ଼ିରେ ରହି ନିଜ ଜୀବନ ତଥା ନିଜ ପରିଜନଙ୍କ ଜୀବନକୁ ବାଜି ଲଗାଇ ଦେଶହିତରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସନିକ ଅଧିକାରୀ, ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଙ୍କ ସମେତ ବିଭିନ୍ନ ସ୍ବେଛାସେବୀଙ୍କ ପରି ସମସ୍ତ ଯୋଦ୍ଧାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କରୋନା ଯୁଦ୍ଧରେ ହାରିଯାଇ ଥିବା ଯୋଦ୍ଧା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଫାଉଣ୍ଡେସନ ର ପ୍ରତିଷ୍ଠାତା ରିନାରାଣୀ ନାୟକଙ୍କ ନେତୃତ୍ୱରେ ମଞ୍ଚାସୀନ ଅତିଥିମାନେ ଡାକ୍ତର ରଘୁନାଥ ନାୟକ ଓ ଶ୍ୟାମ ପ୍ରସାଦ ମିତ୍ର ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରିବା ସହିତ ଖୋର୍ଦ୍ଧାର ବରିଷ୍ଠ ଆଇନଜୀବୀ ସର୍ବେଶ୍ୱର ସାହୁ ଓ ଶିଶିର କୁମାର ପରିଡ଼ା ଙ୍କୁ ମଧ୍ୟ
ସମ୍ମାନୀତ କରାଯାଇଛି

ଓ ଏହା ସହିତ ଆଗଧାଡ଼ିରେ ରହି କାମ କରିବା ସହିତ ସମାଜକୁ ସଚେତନତା ର ବାର୍ତ୍ତା ଦେଉଥିବା ସାମ୍ବାଦିକ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ସୂର୍ଯ୍ୟ ନାରାୟଣ ମହାନ୍ତି, ରାମ ନାରାୟଣ ଦାଶ, ପ୍ରଭାତ ମିଶ୍ର , ଜିତେନ୍ଦ୍ର କୁମାର ଭଞ୍ଜ,ଦିଲ୍ଲୀପ ପଟ୍ଟନାୟକ,ସୟଦ ଲୀୟାକତ ଅଲ୍ଲୀ, ମହମ୍ମଦ ମୁଖତାର ୟୁସୁଫ,  ଲଳିତ ମୋହନ ମହାପାତ୍ର, ପ୍ରବୀଣ ଭଞ୍ଜ, ପ୍ରକାଶ କୁମାର ହାତୀ, ସନ୍ତୋଷ କୁମାର ବାରିକ ଓ ପ୍ରଶାନ୍ତ କୁମାର ସାହୁ ପ୍ରମୁଖଙ୍କ ସହ  ବିଭିନ୍ନ ବୈଦୁତିକ ଓ ଛାପା ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ

ରୀନାରାଣୀ ଙ୍କ ତତ୍ଵାବଧାନରେ  ସଙ୍ଗଠନର ସଦସ୍ୟ  ସନ୍ତୋଷ ନାୟକ, ବଟକୃଷ୍ଣ ନାୟକ, ଅନୁଭବ ନାୟକ, ରଞ୍ଜନ ନାୟକ, କୁଳମଣି ଜେନା, ବିକାଶ ପାଲଟାସିଂ, ବିଚିତ୍ର ସେନାପତି, ସଂଗ୍ରାମ ରଣା ଓ ରୋଜାଲୀନ ଙ୍କ ସମେତ ସଙ୍ଗଠନ ର ଅନ୍ୟ ସଦସ୍ଯ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ ଓ ସାହାଯ୍ୟ କରିଥିଲେ ।

ସଙ୍ଗଠନ ର ସଭାପତି ସୀମାଞ୍ଚଳ ସ୍ୱାଇଁ ପୁରା କାର୍ଯ୍ୟକ୍ରମ ରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଧନ୍ୟବାଦଅର୍ପଣ କରିଥିଲେ ଓ ଏହା ସହିତ ସଙ୍ଗଠନର ଅଧକ୍ଷା ରୀନାରାଣୀ ନୂତନ ବର୍ଷ ରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଏ ଦୁର୍ଦିନ ପରିସ୍ଥିତିରେ  ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇବାକୁ ସମସ୍ତଙ୍କୁ  ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *