ଓଡ଼ିଶା ପ୍ରସିଦ୍ଧ ଅଟ୍ରି ର ମକର ମେଳା ୨୦୨୧
ଖୋର୍ଦ୍ଧା : ୧୪/୧୨/୨୦୨୧ ଆଜି ଠାରୁ ଆରମ୍ଭ ହୋଇଛି ଖୋର୍ଦ୍ଧା ଜିଲ୍ଲାର ଅଟ୍ରି ସ୍ଥିତ ବାବା ହଟ୍ଟକେଶ୍ୱର ମହାଦେବଙ୍କ ଉଷ୍ମ ପ୍ରସବଣ ଠାରେ ପବିତ୍ର ମକର ମେଳା ଉତ୍ସବ।
କିମ୍ବଦନ୍ତୀ ଅନୁସାରେ ବାବା ହଟ୍ଟକେଶ୍ୱର ହେଉଛନ୍ତି ଏକାଦଶ ରୁଦ୍ର ଅଧିକାରୀ । ସେଥିପାଇଁ ଏହି ପୀଠରେ ଗୋଟିଏ ସ୍ଥାନରେ ଏଗାରଟି ଲିଙ୍ଗ ପୂଜା ପାଇଥାନ୍ତି।
ବିଶ୍ୱାସ କରାଯାଏ ବାବା ହଟ୍ଟକେଶ୍ୱରଙ୍କ ନିଶ୍ୱାସ ପ୍ରଶ୍ୱାସ ରେ ମନ୍ଦିରର ଅନତି ଦୂରରେ ଥିବା ଉଷ୍ମ ପ୍ରସବଣର ପାଣି ସବୁବେଳେ ଫୁଟିଥାଏ । ଏହି ପାଣିରେ ସ୍ନାନ କରିଲେ ଶରୀର ରୁ ବିଭିନ୍ନ ପ୍ରକାରର ଚର୍ମରୋଗ ଦୂର ହୋଇଥାଏ ବୋଲି ମଧ୍ୟ ବିଶ୍ୱାସରହିଛି ।
ଆଜି ମଧ୍ୟ ସବୁ ଦିନ ପରି ପ୍ରଭୁ ହଟ୍ଟକେଶ୍ୱରଙ୍କର ସମସ୍ତ ନିତିକାନ୍ତି ଭୋର ଚାରିଟାରୁ ଅ।ରମ୍ୱ ହୋଇଥିଲା ସର୍ବ ସାଧାରଣ ଦର୍ଶନ ଓ ମାନସିକଧାରୀଙ୍କ ଗୁଆ ଖୋଜା ନିତି ଇତ୍ୟାଦି ।
ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୁଙ୍ଖଳିତ ଭାବରେ କୋଭିଡ ୧୯ ର ନିୟମାବଳୀକୁ ମାନି ଦର୍ଶନ କରିଥିଲେ ।
ସେହିପରି ଏହି ପବିତ୍ର ମକର ସଂକ୍ରାନ୍ତିରେ ମାନସିକଧାରୀ ନିଃସନ୍ତାନ ମହିଳାମାନେ ସନ୍ତାନ ପ୍ରାପ୍ତି ଆଶାରେ ଉଷ୍ମ ପ୍ରସ୍ରବଣରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ତାକୁ ଖାଇଥାନ୍ତି ।
ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ କୋରୋନା କଟକଣା ଭିତରେ ଅଟ୍ରିରଏହି ମକର ମେଳା ଅନୁଷ୍ଠିତ ହେଉଛି । ସେହିପରି ପ୍ରତିକାତ୍ମକ ଭାବରେ କେବଳ ଗୋଟିଏ ଦିନ ମହୋତ୍ସବ ଓ ମେଳା ଅନୁଷ୍ଠିତ ହେବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।