ଦି ଇନଇକ୍ବାଲିଟି ଭାଇରସ (ଅସମାନତା ଭୁତାଣୁ) ରିପୋର୍ଟର ଉନ୍ମୋଚନ

ଖୋର୍ଦ୍ଧା ୩୦।୧ : ଖୋର୍ଦ୍ଧା ପୌର ପରିଷଦ ଯାତ୍ରୀନିବାସ ପରିସରରେ ଆଜି ଦି ଇନଇକ୍ୟୁଲାଟି ଭାଇରସ୍ (ଅସମାନତା ଭୂତାଣୁ) ରିପୋର୍ଟ ଉନ୍ମୋଚିତ ହୋଇଯାଇଛି ।

ୱାର୍ଲଡ଼ ଇକୋନମିକ ଫୋରମର ଡ଼ାଭୋସ ଡାଇଲଗ ଉନ୍ମୋଚନ ଅବସରରେ ମିଳିଥିବା ରିପୋର୍ଟକୁ ନେଇ ଆଜି ସହଯୋଗ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ପାଦିକା ବିଜୟଲଷ୍ମୀ ରାଉତରାୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ ମୁଷ୍ଟିମେୟ ଧନୀ ଏବଂ ଅଗଣିତ ଜନତା ମଧ୍ୟରେ ଅସମାନତାର ଭୁତାଣୁ ଉଦବେଗ ଜନକ । ଉଦାହରଣ ଦେଇ କହିଥଲେ… ଏହି କରୋନା ମହାମାରୀ ସମୟରେ ଶିଳ୍ପପତି ମୁକେଶ ଅମ୍ବାନୀ ଙ୍କ ଏକ ଘଣ୍ଟାର ରୋଜଗାରକୁ ଜଣେ ସାଧାରଣ ଶ୍ରମିକ କୁ ଉପାର୍ଜନ କରିବାକୁ ଦଶ ବର୍ଷ ଲାଗିଯିବ ।ସ୍ୱାଧୀନ ଭାରତବର୍ଷରେ ଏହି ମହାମାରୀ ସମୟରେ ଯେତେବେଳେ କୋଟି କୋଟି ଲୋକ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବାବେଳେ ଅର୍ଥନୈତିକ ବ୍ୟବସ୍ଥା ର ଫାଇଦା ଉଠାଇ ଅନେକ ବିତ୍ତଶାଳୀ ସମ୍ପତ୍ତି ଠୁଳ କରିବାରେ ଲାଗିଥିଲେ । କରୋନା ଅଦ୍ୟାବିଧି ଦେଶର ଆର୍ଥିକ, ସାମାଜିକ, ଶିକ୍ଷା, ଜୀବନଜୀବୀକାକୁ ନଷ୍ଟ କରିଚାଲିଛି ଓ ଏଥିରେ ସାଧାରଣ ବର୍ଗର ଲୋକ ଅଧିକ ପ୍ରଭାବିତ ହେଉଥିବା ଜଣାପଡିଛି। ଶନିବାର ଖୋର୍ଦ୍ଧା ଠାରେ ଏହି ରିପୋର୍ଟ ଉନ୍ମୋଚନର ମୁଖ୍ୟ ଉଦ୍ଦେଶ୍ୟ ଆମେ ଭୂତାଣୁକୁ ଚିହ୍ନିବା, ନିରାକରଣ କରିବା ଏବଂ ଧନୀ ଗରିବ ମଧ୍ୟରେ ଥିବା ଅସମାନତାକୁ ଦୂର କରିବାପାଇଁ ଚେଷ୍ଟା କରିବା ।

ବରିଷ୍ଠ ସାମ୍ବାଦିକ ରବି ଦାସ ରିପୋର୍ଟଟିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଅସମାନତାର ସୁଦୀର୍ଘ ପ୍ରାଚୀରକୁ କିପରି ଦୂର କରାଯାଇପାରିବ ସେପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଏଥିରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର କହିଥିଲେ କୋଭିଡ଼ ମହାମାରୀ ଆମ ଅର୍ଥନୀତିକୁ କଠିନ ଆଘାତ କରିଛି । ଆଗକୁ ଜିଲ୍ଲାର ଲୋକଙ୍କ ପାଇଁ ଅନେକ କିଛି କରିବାର ଲକ୍ଷ୍ୟ ଅଛି । ଶିକ୍ଷାବିତ୍ ପ୍ରଫେସର ପ୍ରମୋଦ ଦାଶ କହିଲେ କୋଭିଡ ସମୟରେ ଅନଲାଇନ ଶିକ୍ଷା ସଫଳ ହୋଇନାହିଁ । ସାରା ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ପାଠ ପଢିବା ପାଇଁ  ପାଖରେ ଇଂଟରନେଟ କନକେସନ୍ କିମ୍ବା ସ୍ମାର୍ଟ ଫୋନ ରଖିବା ଅସମ୍ଭବ ଥିଲା । ଉମାକାନ୍ତ ପଣ୍ଡା, ବିକ୍ରମ ସ୍ବାଇଁ, ବିଭୁପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ରହି ଇନଇକ୍ୟୁଲାଟି ଭାଇରସ୍ (ଅସମାନତା ଭୂତାଣୁ) ରିପୋର୍ଟ ଉପରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *