ଖୋର୍ଦ୍ଧା : ୧୧/୦୨/୨୦୨୧ : ଖୋର୍ଦ୍ଧା ପୌର ପରିଷଦ  ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମର ଦେୱାନ ସାହିରେ ଗୁଳିକାଣ୍ଡ

ଘଟଣା ଘଟିଛି, ଦେୱାନ ସାହିର ହରି ବେହେରା ଙ୍କ ଘରେ । ସୂଚନା ଅନୁସାରେ ହରିଙ୍କ ଶୋଇବା ଘର କୁ ତାଙ୍କ ଜ୍ବାଇଁ ରାମଦାସ ଦୁଇ ଥର ଗୁଳିମାଡ଼ କରିଥିଲେ, ଗୋଟିଏ ଗୁଳି ଶୋଇବା ଘର ଝରକା ଭେଦ କରି ଅପରପାଶ୍ୱ କାନ୍ଥରେ ମାଡ଼ ହୋଇଥିବାର ଦେଖିବାକୁ ମିଳିଛି । ଆଉ ଗୋଟିଏ ଘର ର ଛାତ ରେ ମାଡ଼ ହୋଇଥିବା ଜଣାପଡିଛି ।

ଶଶୁର ହରିଙ୍କ କହିବା ଅନୁଯାୟୀ ଜ୍ବାଇଁ ର ବ୍ୟବହାର ରେ ଅତିଷ୍ଠ ହୋଇ ଝିଅ ପ୍ରାୟତଃ ବାପ ଘରେ ଆସି ରହେ ଓ ଜ୍ବାଇଁ ସବୁ ସମୟରେ ତାଙ୍କ ଘରକୁ ଆସି ଝିଅ ସହିତ କଳି ଝଗଡ଼ା କରେ । ଏହା ଜ୍ବାଇଁର ନିତିଦିନିଆ କାମ ବୋଲି କହିଛନ୍ତି । କିନ୍ତୁ ଆଜି ଅପରାହ୍ନ ୪ଟା ବେଳେ ଗୁଳି ଶବ୍ଦ ଶୁଣି ହରି ବେହେରା ଘର ବାହାରକୁ ଆସି ଜ୍ବାଇଁ ରାମ ଦାସ ସହିତ ଆଉ ଜଣଙ୍କୁ ଦେଖିବାକୁ ପାଇଥିଲେ ।

ଶଶୁରଙ୍କ ଅଭିଯୋଗ କୁ ଭିତ୍ତି କରି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଘଟଣା ସ୍ଥଳରୁ ଦୁଇଟି ଫୁଟା ଗୁଳିକୁ ଜବତ କରିବା ସହିତ ଘଟଣାରେ ସଂପୃକ୍ତ ଜ୍ବାଇଁ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଅଭିଯୁକ୍ତ ରାମଦାସ ହଳଦିଆ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ବେଳେ ନିଜେ ହରି ବେହେରା ତାଙ୍କୁ ଛଅ ମାସ ତଳେ ଜାମିନରେ ଜେଲରୁ ମୁକୁଲାଇଥିଲେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *