ଜିଲ୍ଲା ପ୍ରଶାସନ ତରଫରୁ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା : ୦୫/୦୨/୨୦୨୧ : ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଫାଇଲେରିଆ ନିରାକରଣ ଅଭିଯାନ। ଏହି କାର୍ଯ୍ୟକ୍ରମରେ ଓଡିଶାର ଆଠଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ଚଳିତ ମାସ ୧୦ ତାରିଖରୁ ନେଇ ଆସନ୍ତା ଫେବୃୟାରୀ ୧୯ ତାରିଖ ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ଦ୍ଵାରା ଏହି ଅଭିଯାନ ପାଳନ କରାଯାଉଅଛି। ଫାଇଲେରିଆ ନିରାକରଣ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ରେ ମେଡ଼ିକାଲ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମରେ ଖୋରଧା ଜିଲ୍ଲାର ଭୁବନେଶ୍ବର ମହାନଗର ନିଗମ ସମେତ ଜିଲ୍ଲାର ୧୦ଟି ବ୍ଲକର ସମୁଦାୟ ୨୨,୭୬୯୧୪ ଲୋକଙ୍କୁ ଡି.ଇ.ସି. ବଟିକା ସହିତ ଆଲବେଣ୍ଡଜନ୍ ବଟିକା ଖୁଆଯିବାକୁ ସ୍ଥିର କରାଯାଇଛି। ଦୁଇ ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା, ଅତ୍ୟଧିକ ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତେ ଏହି ଔଷଧ ସେବନ କରିପାରିବେ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

ଏହି ଔଷଧ ଗୁଡିକୁ ବିଶେଷତଃ ଖାଦ୍ୟପାନ ପରେ ସେବନ ନିମନ୍ତେ ପରାମର୍ଶ ଦିଆଯାଇଅଛି। ଏହି ଔଷଧ ଗୁଡିକ ସମ୍ପୂର୍ଣ୍ଣ ନିରାପଦ ଏବଂ ସୁରକ୍ଷିତ ବୋଲି ବୈଠକରେ ସୂଚନା ଦିଆଯାଇଛି।
ଏଥି ନିମନ୍ତେ ଆଜି ଅପରାହ୍ନରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମାନସ ବିଶ୍ୱାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱରଞ୍ଜନ ପତି ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ଦାଶ, ଜିଲ୍ଲା ଜନସ୍ୱାସ୍ଥ୍ୟ ସଞ୍ଚାର ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର ଓ ସହକାରୀ ଜନସ୍ୱାସ୍ଥ୍ୟ ସଞ୍ଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ରଙ୍କ ସହିତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
Watch: Main Ratan Matka Result