ଡମଣଭୂଇଁ କାଜୁ ଜଙ୍ଗଲରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ୦୧/୦୨/୨୦୨୧ : ଜଙ୍କିଆ ଥାନା ଅନ୍ତର୍ଗତ ଡ଼ମଣଭୂଇଁ ନିକଟସ୍ଥ ଶ୍ରବଣା ଢ଼ାବା ପଛପଟେ ଥିବା କାଜୁ ଜଙ୍ଗଲରେ ନିଆଁ ଲାଗି ଶହ ଶହ କାଜୁ ଗଛ ଭସ୍ମୀଭୂତ।
ସୂଚନାଯୋଗ୍ୟ ଯେ, କୌଣସି ମାଙ୍କଡ଼ା ପଥର ଖଣି ମାଫିଆ ବେଆଇନ ପଥର ଖନନ ଉଦେଶ୍ୟରେ ଅଥବା ଜାତୀୟ ରାଜପଥ ରେ ଗଢ଼ି ଉଠିଥିବା ଢ଼ାବା ଗୁଡିକ ଜଗନ୍ନାଥଙ୍କ ଜମିରେ ହୋଇଥିବା କାଜୁ ଜଙ୍ଗଲକୁ ବେଆଇନ ଭାବେ ଦଖଲ କରି ସେଠାରେ ମାଲବାହୀ ଗାଡ଼ି ଗୁଡିକୁ ପାର୍କିଂ କରିବା ନେଇ କାଜୁ ଜଙ୍ଗଲରେ ଜାଣିଶୁଣି ନିଆଁ ଲଗାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି ।