ସାମ୍ବାଦିକଙ୍କ କଣ୍ଠରୋଧ ର ପ୍ରୟାସ, ଜୀବନରେ ମାରିଦେବାକୁ ଧମକ

ଖୋର୍ଦ୍ଧା : ପ୍ରାୟ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ସାମ୍ବାଦିକ ମାନଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି ।

ବର୍ତ୍ତମାନ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କିମ୍ବା ଧମକ ଦେବା ଘଟଣା ଏକ ନିତିଦିନିଆ ଘଟଣା ପାଲଟିଛି। ସାମ୍ବାଦିକ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ବଡ ଚାଲେଞ୍ଜ ସୃଷ୍ଟି ହୋଇଛି। ଏହା ଉପରେ ରାଜ୍ୟ ସରକାର କୌଣସି ଦୃଢ଼ ପଦକ୍ଷେପ ନ ନେବା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଉ ଏ ସବୁ ଆକ୍ରମଣ କରିବା ପଛରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ କିଛି ମୁଷ୍ଟିମେୟ ଓ ଦବଙ୍ଗ ଗିରି କରୁଥିବା ବ୍ୟକ୍ତି ଅଥବା ରାଜନୈତିକ ପୃଷ୍ଟପୋଷକତା ରେ ରହୁଥିବା କିଛି ଖଳ ପ୍ରକୃତି ବ୍ୟକ୍ତି ଙ୍କ ହାତ ରହୁଥିବା ଜଣା ପଡ଼ିଛି ।

ବିଭିନ୍ନ ସ୍ଥାନରେ ସାମ୍ବାଦିକ ସଂଘ ପକ୍ଷରୁ ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏହି ଘଟଣା ହ୍ରାସ ହେବା ବଦଳରେ ବଢି ଚାଲିଛି।

ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏଭଳି ଏକ  ଅଭାବନୀୟ ଘଟଣା ବିଷୟରେ ଶୁଣିବାକୁ ମିଳିଛି।

ଏ ନେଇ ଟାଙ୍ଗୀ ବ୍ଲକ ,ଚିଲିକା ବ୍ଳକ୍ ସାମ୍ବାଦିକ ସଂଘ ଉକ୍ତ ଘଟଣାକୁ କଡା ନିନ୍ଦା କରିଥିବା ବେଳେ ଟାଙ୍ଗୀ ଥାନାରେ ଏ ବାବଦରେ ଆଜି ବିକ୍ରମ ସାହୁଙ୍କ ତରଫରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ଏତଲା ଦିଆଯାଇଛି।

ଗତକାଲି ଅର୍ଗସ ନିଉଜ୍ ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ଖବର ସଂଗ୍ରହ କରିବା ସମୟରେ ସେଠାରେ ଉପସ୍ଥିତ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷ ବିଜୟ ଜେନା ବିକ୍ରମ ଙ୍କୁ ଧମକ ଚମକ ଦେବା ସହ ଜୀବନରେ ମାରିଦେବାକୁ ଧମକ ର ଅଭିଯୋଗ ହୋଇଛି।

ଏହି ଘଟଣାରେ ଅଭିଯୁକ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ।

Leave a Reply

Your email address will not be published. Required fields are marked *