ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପଥର ମାଫିଆଙ୍କ ଦୌରାମ୍ୟ : ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିରବ

ଖୋର୍ଦ୍ଧା : ୧୮/୦୧ : ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ସମସ୍ତ ଅନାବାଦୀ ସରକାରୀ ଜମି, ଗାଁ ଶ୍ମଶାନ ଏବଂ କାକୁ ଜଙ୍ଗଲ ଉପରେ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିବା ସହିତ ନିରୀହ ଲୋକଙ୍କ ସ୍ଥିତିବାନ ଜମିରେ ମଧ୍ୟ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ଏକର ଏକର ସରକାରୀ ଜମିରୁ ମାଫିଆମାନେ ମାଙ୍କଡା ପଥର ଏବଂ ମୋରମ ଚାଲାଣ କରିବା ସହିତ ସ୍ଥିତିବାନ ଜମିରୁ ବେଧଡକ ପଥର କାଟି ନେଉଛନ୍ତି। ଫଳରେ ଗ୍ରାମାଞ୍ଚଳ ର ସବୁଜିମା ନଷ୍ଟ ହେବା ସହ ଜଙ୍ଗଲ ଓ ଚାଷଜମି ନଷ୍ଟ ହେବାରେ ଲାଗିଛି।

ଏଠାରେ ଏକର ଏକର ସରକାରୀ ଜମିରୁ ମାଫିଆମାନେ ମାଙ୍କଡା ପଥର ଏବଂ ମୋରମ ଚାଲାଣ କରିବା ସହିତ ସ୍ଥିତିବାନ ଜମିରୁ ବେଧଡକ ପଥର କାଟି ନେଉଥିବା ନେଇ ଖୋଦ୍ଧା ବ୍ଲକ ନାଲିପଡା ଅର୍ଜୁନପୁର ପଞ୍ଚାୟତର ଶତାଧୁକ ଗ୍ରାମବାସୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ପୂର୍ବରୁ ଏପରି ଏକ ଅଭିଯୋଗ ନେଇ ଖୋର୍ଦ୍ଧା ଜିଲ୍ଲା ନରସିଂହପ୍ରସାଦ ମୌଜା ର ସୁବାସିନୀ ନରେନ୍ଦ୍ର ଜିତସିଂଙ୍କ ସ୍ଥିତିବାନ ଜମିରେ ଥିବା କାଜୁ ବଗିଚା କୁ ସମ୍ପୂର୍ଣ୍ଣ ଭାବେ କାଟିନେବା ସହିତ ବେଆଇନ ଭାବେ ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା, ରାମଚଣ୍ଡୀ, ଧଉଳିମୁଁହ ଓ ମହତ ପଲ୍ଲା ଅଞ୍ଚଳର କିଛି ଦୁବୃତ୍ତ ମାନେ ଲଘୁ ଖଣିଜ ସମ୍ପଦ ଲୁଟ କରିବା ସହିତ ବିରୋଧ କଲେ ଜମିର ମାଲିକଙ୍କୁ ଜୀବନରେ ମାରି ଦେବାର ଧମକ ଦେଇଥିବା ଅଭିଯୋଗ କରାଯାଇଥିଲେ

ମଧ୍ୟ ଏ ବାବଦରେ ପ୍ରଶାସନ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆ ଯାଇନଥିବା ବେଳେ ଆଜି ପୁଣି ଏହିପରି ଘଟଣାର ପୁନଃରାବୃତ୍ତି ଦେଖିବାକୁ ମିଳିଛି ଖୋର୍ଦ୍ଧା ନିକଟସ୍ଥ ଶରଧାପୁର ଅଞ୍ଚଳରେ । ଏହି ପଞ୍ଚାୟତର ଶରଧାପୁର ଏବଂ ହଳଦୀପଦା ମୌଜାକୁ ସଂଯୋଗ କରୁଥିବା ଉଭୟ ମୌଜାର ପ୍ରାୟ ୨୫୦ଏକର ପରିମିତି ଅଞ୍ଚଳରେ କାକୁ ଜଙ୍ଗଲ ରହିଛି।

ତେବେ ଜଙ୍ଗଲ ରକ୍ଷଣାବେକ୍ଷଣରେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଅବହେଳାରୁ ଏହି ଜଙ୍ଗଲ ଉପରେ ମାଙ୍କଡ଼ା ସ୍ଥାନୀୟ ଅଞ୍ଚଳର ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ୩ବର୍ଷ ପୂର୍ବେ କାଜୁ ନିଗମ ଏହି ଜଙ୍ଗଲକୁ ନିଲାମ ଦେଇଥିଲେ। କାଜୁ ସଂଗ୍ରହ କରିବା ପରିବର୍ତ୍ତେ ବିଗତ କିଛି ବର୍ଷ ଧରି ଏଠାରୁ ମାଙ୍କଡା ପଥର ଏବଂ ମୋରମ ଚୋରା ଚାଲାଣ ଚାଲିଛି। ପ୍ରତିବାଦ କଲେ ଗ୍ରାମବାସୀଙ୍କୁ ପଥର ମାଫିଆମାନେ ଜୀବନରୁ ମାରିଦେବାର ଧମକ ଦେଉଛନ୍ତି।
କାଜୁ ନିଗମର କେତେଜଣ ଅଧୁକାରୀ ଏବଂ ପଥର ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ କାଜୁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏକର ଏକର ଜଙ୍ଗଲରୁ ଗଛ କାଟିବା ସହ ସେଠାରୁ ମାଟିତାଡି ମାଙ୍କଡା ପଥର ଚାଲାଣ କରାଯାଉଛି। ଆଗାମୀ କିଛି ଦିନ ପରେ କାକୁ ଜଙ୍ଗଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବାର ଆଶଙ୍କାକୁ ଏଡ଼ାଇ ଡ଼ିଆ ନ ଯାଇପାରେ। ତେଣୁ ଏହାର ତଦନ୍ତ ସହ ସମ୍ପୃକ୍ତ ଖଣି ମାଫିଆ ଏବଂ ବିଭାଗୀୟ ଅଧୁକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତ ବାସୀ ଦାବି କରିଛନ୍ତି।
ଏ ବାବଦରେ ନାଲିପଡ଼ା ଅର୍ଜୁନପୁର ପଞ୍ଚାୟତର ମହମ୍ମଦ ଅଖତର ହୁସେନ, ଏମ୍, ଅହମ୍ମଦ, ସେଖ ରାସିଦ ଅଖତାର, ସୁରେନ୍ଦ୍ର ବାରିକ, ନିରଞ୍ଜନ ବେହେରା, ଅବିନାଶ ମିଶ୍ର, ଅଶୋକ ବେହେରା ପ୍ରମୁଖ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

ତୁରନ୍ତ ଏ ଦିଗରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଓ ଏହା ସହିତ ଜଙ୍କିଆ ଥାନା ଅନ୍ତର୍ଗତ ନରସିଂହପ୍ରସାଦ ମୌଜାର ସୁବାସିନୀ ନରେନ୍ଦ୍ର ଜିତସିଂ ଓ ପ୍ରଦୀପ ନରେନ୍ଦ୍ର ଜିତସିଂ ଉଭୟ ସ୍ୱାମୀ ସ୍ତ୍ରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାର ଚେତାବନୀ ଦେଇଛନ୍ତି ।
