ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ନିର୍ବାଚନ: ସର୍ବେଶ୍ଵର ସାହୁ ସଭାପତି ଭାବେ ନିର୍ବାଚିତ

ଖୋର୍ଦ୍ଧା:୨୫/୩(ପ୍ରବାହ ନିଉଜ୍) ଏକକାଳୀନ ଭାବେ ଆଜି ସାରା ରାଜ୍ୟରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଟିତ ହୋଇଥିଲା । ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଆଇନଜୀବୀ ସଂଘର ନୁତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ କରାଯାଇଥିଲା । ସକାଳ ୮ଟା ଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୩ ଘଟିକାରେ ସମାପ୍ତ ହୋଇଥିବା ବେଳେ ଚଳିତ ନିର୍ବାଚନରେ କାର୍ଯ୍ୟରତ ଆଇନଜୀବୀଙ୍କ ମଧ୍ୟରୁ ୩୦୫ ଜଣ ଓକିଲ ନିଜର ମତ ସାବ୍ୟସ୍ତ କରିଥିଲେ । ଚଳିତବର୍ଷ ସଭାପତି ଭାବରେ ବରିଷ୍ଠ ଆଇନଜୀବି ସର୍ବେଶ୍ଵର ସାହୁ ୧୪୭ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଜୀବନଜ୍ୟୋତି ମିଶ୍ରଙ୍କ ଠାରୁ ୧୨ଖଣ୍ଡ ଭୋଟରେ ଆଗୁଆ ରହି ବିଜୟ ହାସଲ କରିଛନ୍ତି । ସେହିପର ଉପ ସଭାପତି ଭାବରେ ଲିଙ୍ଗରାଜ ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରଦୀପ୍ତ ପ୍ରସାଦ ରାମଙ୍କ ଠାରୁ ୩୯ ଖଣ୍ଡ ଭୋଟରେ ଆଗୁଆ ରହି ସମୁଦାୟ ୧୪୬ଖଣ୍ଡ  ଭୋଟ ହାସିଲ୍ କରିଛନ୍ତି । ସାଧାରଣ ସମ୍ପାଦକ ଭାବରେ ମନ୍ମଥ ମିଶ୍ର ୧୩୬ ଖଣ୍ଡ ଭୋଟ ପାଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ନିରଞ୍ଜନ ବେହେରା ୧୬୨ଖଣ୍ଡ ଭୋଟ ହାତେଇବାରେ ସଫଳ ହୋଇଛନ୍ତି ।

ଚଳିତ ନିର୍ବାଚନରେ ସଭାପତି ଭାବେ ସର୍ବେଶ୍ଵର ସାହୁ ଓ ସାଧାରଣ ସମ୍ପାଦକ ଭାବେ ଆଇନଜୀବୀ ମନ୍ମଥ ମିଶ୍ର ନିର୍ବାଚିତ ହେଲା ପରେ ନିଜ ଆଇନଜୀବି ବନ୍ଧୁ ମାନଙ୍କ ସହ ମିଠା ଖାଇ ଖୁସି ମାନାଇଥିବା ବେଳେ ଆଗମୀ ଦିନରେ ସମସ୍ତ ଆଇନଜୀବୀ ମାନଙ୍କ ସହ ସହବନ୍ଧିତ ହୋଇ କାର୍ଯ୍ୟ କରିବା ସହିତ ସହ ଜିଲ୍ଲା କୋର୍ଟ ଉନ୍ନତି ନେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବା କଥା କହିଛନ୍ତି।

Leave a Reply

Your email address will not be published. Required fields are marked *