ଓଡିଶା ଖଣି ନିଗମ ପକ୍ଷରୁ ଖଣି ପାରିପାର୍ଶ୍ବିକ ଅଞ୍ଚଳ ବିକାଶକୁ ଗୁରୁତ୍ୱ 

ଛାତ୍ର ଛାତ୍ରୀଙ୍କ ଯାତାୟାତ ପାଇଁ ବସ ସେବା ଆଣିଛି ଶିକ୍ଷାର ଗୁଣାତ୍ମକ ପରିବର୍ତନ 

ଯୋଡା୧୭/୨(ନିପ୍ର) କେନ୍ଦୁଝର ଜିଲ୍ଲା ବଡବିଲ ସ୍ଥିତ ଓଡିଶା ଖଣି ନିଗମ ପକ୍ଷରୁ ଖଣି ପାରିପାର୍ଶ୍ବିକ  ଗ୍ରାମ  ଗୁଡିକରେ ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ସ୍କୁଲ କଲେଜ ଯାଉଥିବା ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍କୁଲ ବସ ସେବା ପ୍ରଚଳନ କରିଥିବା ଜଣାପଡିଛି । ଓଡିଶା ଖଣି ନିଗମ ଅଧିନରେ ପରିଚାଳିତ ହେଉଥିବା ଗୁଆଲି,ଜିଲିଂ,ଦୁବୁନା, ଖଣ୍ଡବନ୍ଧ, ତିରିଂପାହାଡ଼, ରୋଇଡା-ସି,ଏସ ବି ବି କେ ଓ ଖଣ୍ଡବନ୍ଧ ଲୁହାପଥର ଖଣି  ଏବଂ ତାର ପାରିପାର୍ଶ୍ବିକ ଅଞ୍ଚଳ ଗୁଡିକ ପାହାଡି, ପାର୍ବତ୍ୟ ଓ  ଦୁର୍ଗମ୍ୟ ଅଞ୍ଚଳ ହୋଇଥିବାରୁ ଓ ସାଧାରଣ ଯାତାୟାତର ସୁବିଧାନଥିବାରୁ ସମ୍ପୃକ୍ତ ଅଞ୍ଚଳ ମାନଙ୍କରୁ ସହରର ମୁଖ୍ୟାଳୟ ଭାବେ ଯୋଡା,ବଡବିଲ,ବାମେବାରୀରେ ଥିବା ସ୍କୁଲ ଓ କଲେଜ ଗୁଡିକୁ  ଅଧ୍ୟୟନ ନିମନ୍ତେ ଆସୁଥିବା ଛାତ୍ରଛାତ୍ରୀ ମାନେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବେଳେବେଳେ ସେମାନେ ଠିକ୍ ସମୟରେ ସ୍କୁଲ ପହଞ୍ଚି ନପାରିବାରୁ  ଶିକ୍ଷା ଗ୍ରହଣରେ ବ୍ୟାଘାତ ସୃଷ୍ଟି ହେବା ଦେଖାଯାଇଛି। ବାରମ୍ବାର ଏ ପରିସ୍ଥିତି ଉପୁଜିବାରୁ ଅଧିକାଂଶ ପିଲାଙ୍କ ଅଧ୍ୟୟନ ପ୍ରତି ବିମୁଖ ହୋଇ ସେମାନଙ୍କ ବହି ବସ୍ତାନୀରେ ସବୁଦିନ ପାଇଁ ଡୋରୀ ବନ୍ଧା ହୋଇଯାଇଥିବା କୁହାଯାଇଛି ।  ଏ ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି  ଓଏମସି, ବଡ଼ବିଲ ଆଞ୍ଚଳିକ କାର୍ୟ୍ୟାଳୟ ତରଫରୁ  ୧୫ ଟି ୩୨ ସିଟ ବିଶିଷ୍ଟ ସ୍କୁଲ ବସ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦେବା ଫଳରେ ପିଲାମାନେ ସହଜରେ ଓ ନିୟମିତ ବିଦ୍ୟାଳୟକୁ ଆସିପାରୁଥିବା ଜଣାପଡିଛି । ଯୋଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ମୃଦୁଳା ମହାନ୍ତି କହନ୍ତି ୧୯୮୭ ମସିହାରେ  ଯୋଡା ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିବା ବେଳେ  ବିଭିନ୍ନ ଅଞ୍ଚଳରୁ ଶତାଧିକ ଛାତ୍ରୀ ଅଧ୍ୟୟନ କରିବା ପାଇଁ ଏହି ମହାବିଦ୍ୟାଳୟକୁ ଆସିଥାନ୍ତି । ପୂର୍ବେ ଯାତାୟାତ ପାଇଁ କୌଣସି ବିଶେଷ ସୁବିଧା ନଥିଲା ପିଲାମାନେ ଘରୋଇ ବସ ଯୋଗେ ଆସି ବସଷ୍ଟାଣ୍ଡରେ ଓହ୍ଲାଇ କଲେଜ ଆସୁଥିଲେ । ଅଧିକାଂଶ ସମୟରେ ଠିକ୍ ସମୟରେ  ପହଞ୍ଚି ନପାରିବାରୁ ଶିକ୍ଷାଲାଭରେ ଅନେକ ବ୍ୟାଘାତ ସୃଷ୍ଟି ହେଉଥିଲା । ଅଭିଭାବକ ମାନେ ନିଜ ନିଜ ପିଲାମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଖୁବ୍ ଚିନ୍ତିତ ରହୁଥିଲେ । ବର୍ତ୍ତମାନ ତାହା ଆଉ ନାହଁ, ଓଏମସି ଏବେ ବସ ସେବା ଯୋଗାଇ ଦେଇଥିବାରୁ ପିଲାମାନଙ୍କ ପାଇଁ  ଯାତାୟାତ ସୁଗମ ହୋଇପାରିଛି । ଏହା ସେମାନଙ୍କ ଅଧ୍ୟୟନରେ ନିଶ୍ଚିତ ଭାବେ ଭଲ ପ୍ରତିଫଳିତ ହେବ ବୋଲି ବିଶ୍ୱାସ ରଖିବା ସହିତ ଓଏମସି କତ୍ତୃପକ୍ଷଙ୍କୁ ଉଚ୍ଚ  ପ୍ରଶଂସା କରିଥିବା ଜଣାପଡିଛି । ବାଂଶପାଣି ଗ୍ରାମର ଛାତ୍ରୀ ମେଘା ଗୋପ କୁହନ୍ତି ଏହି ବସ ସେବା ଯୋଗୁ ଆମ ଗ୍ରାମର ଅନେକ ଝିଅ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଆଗ୍ରହୀ ହେଉଛନ୍ତି ଏବଂ ଆମର   ପାଠ ପଢ଼ାରେ ଉନ୍ନତି ଘଟିଛି ଓ ଆମର ଆତ୍ମ ବିଶ୍ୱାସ ଵୃଦ୍ଧି ପାଇଛି । ଏ ଅଂଚଳର ପ୍ରକୃତ ସମସ୍ୟାକୁ ଅଧୟନ କରି ଓଡିଶା ଖଣି ନିଗମ ନିଜର ସି ଏସ ଆର କାର୍ୟ୍ୟକ୍ରମ ମାଧ୍ୟମରେ ଖଣି ପ୍ରଶ୍ଵାବର୍ତ୍ତୀ ଲୋକଙ୍କ ଜୀବନରେ ଗୁଣାତ୍ମକ ପରିବର୍ତନ ଆଣିବା ପାଇଁ ସର୍ବଦା ଚେଷ୍ଟା କରୁଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି.

Leave a Reply

Your email address will not be published. Required fields are marked *