କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଳିକା ଦ୍ଵାରା ଇଣ୍ଟର ୱାର୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ

ବଡବିଲ: କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଖେଳ ପ୍ରତିଭା ରହିଥିବା ବେଳେ ଫୁଟବଲ୍ ଖେଳ କୁ ଅଧିକାଂଶ ବ୍ୟକ୍ତି ବିଶେଷ ଓ କ୍ରୀଡାବିତ୍ ଅଗ୍ରାଧିକାର ଦେଇଥାନ୍ତି, ପୂର୍ବରୁ ମଧ୍ୟ ବିଦ୍ୟାଳୟ ସ୍ତର ରେ ଅନେକ କ୍ରୀଡାବିତ୍ ଜିଲ୍ଲା ତଥା ରାଜ୍ୟ ପାଇଁ ପ୍ରତିନିଧିତ୍ଵ କରିଥଲେ ମଧ୍ଯ ଉପଯୁକ୍ତ ଭିତ୍ତିଭୂମି ଓ ପ୍ରଶିକ୍ଷଣ ଅଭାବ ଅବା ଅନ୍ୟ କୌଣସି କାରଣରୁ ବିଭିନ୍ନ ପ୍ରତିଭା ରେ ପରିପୂର୍ଣ୍ଣ ଖେଳାଳି ମାନେ ଲୋକ ଲୋଚନକୁ ଆସିପାରି ନଥାନ୍ତି, ସେହିଭଳି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବଡବିଲ ନଗରପାଳ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ବଡବିଲ ପୌରପାଳିକା ପକ୍ଷରୁ ଆରମ୍ଭ ହୋଇଛି ଇଣ୍ଟର୍ ୱାର୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଯାହାର ଆଜି ଉଦ୍ଘାଟନୀ ମ୍ୟାଚର ଆରମ୍ଭ ହୋଇଛି।

ଏହି ଟୁର୍ଣ୍ଣାମେଣ୍ଟ ବଡବିଲ ବିକାଶମହଲ ପଡିଆ ଠାରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ଦିବସରେ ନଗରପାଳ ଲକ୍ଷ୍ମଣ ମହାନ୍ତ ଓ ସମସ୍ତ କାଉନସିଲର ଏବଂ ପୌରପାଳିକା କର୍ମଚାରୀ ଉପସ୍ଥିତ ରହି ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ସମସ୍ତ ଖେଳାଳିଙ୍କ ସହ ପରିଚିତ ହୋଇ ମ୍ୟାଚ ର ଶୁଭ ଉଦ୍ଘାଟନ କରିଥିଲେ। ଏପରି କାର୍ଯ୍ୟକ୍ରମ କୁ ବଡବିଲ ବାସୀ ଭୂୟସୀ ପ୍ରଶଂସା କରୁଥିବା ବେଳେ ଆଗକୁ ବଡବିଲ ର କ୍ରୀଡାବିତ୍ ମାନଙ୍କ ପାଇଁ ଏପରି କାର୍ଯ୍ୟ ଚାଲୁ ରହିଲେ ଉଦୀୟମାନ ଖେଳାଳି ଙ୍କ ଭବିଷ୍ୟତ ଉଜ୍ଜଳ ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି l

Leave a Reply

Your email address will not be published. Required fields are marked *