ବିପୁଳ ପରିମାଣର କଟା ଗଛ ଜବତ

ଯୋଡା, ପ୍ରବାହ ନ୍ୟୁଜ୍‌ ୨୪/୦୨ : ଖଣି ଅଞ୍ଚଳରେ ସରକାର ସାମାଜିକ ବନିକରଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ପ୍ରଭାବିତ ଖଣିର ଆଖପାଖ ଅଞ୍ଚଳରେ ବୃକ୍ଷ ରୋପଣ କରିଥାନ୍ତି । ଏହା ସହିତ ବିଭିନ୍ନ ଖଣି ସଂସ୍ଥାମାନେ ସାମାଜିକ ବନିକରଣ ନାମରେ ବ୍ୟାପକ ଅର୍ଥ ବିନିଯୋଗ କରିଥାନ୍ତି । ତେବେ ଗ୍ରାମାଞ୍ଚର କେତେକ ନିରକ୍ଷର ବ୍ୟକ୍ତି ଏହି ବନୀକରଣ ମଧ୍ୟରୁ ବଡ ବଡ ଗଜା ଗଛ ମାନ କାଟି ନେଇ ବ୍ୟାପକ ଜଙ୍ଗଲ ଧ୍ୱଂସ କରିଥାନ୍ତି । ଏହି କାଠକୁ କେତେକ ଘର ତିଆରି, ଜାଳେଣି ଭାବେ ବ୍ୟବହାର କରୁଥିବା ବେଳେ କେତେକ କାଠ ମାଫିଆ ଏହା ବାହାର ରାଜ୍ୟକୁ ଚୋରା ଚାଲାଣ କରିଥାନ୍ତି । ଏହିଭଳି ଏକ ଘଟଣାରେ ଯୋଡା ବନ ବିଭାଗ ଅନ୍ତର୍ଗତ ବୈତରଣୀ ସଂରକ୍ଷୀତ ଜଙ୍ଗଲ ଓ ଖେସରା ଜଙ୍ଗଲର ଖଣ୍ଡବନ୍ଧ ନିକଟରେ ଏକ ଜଙ୍ଗଲ ଭିତରେ ପ୍ରଚୁର ପରିମାଣର ଗଛ କଟାଯାଇ ଚାଲଣ ନିମନ୍ତେ ରଖାଯାଇଥିବା ବେଳେ ବନବିଭାଗ ଅତର୍କିତ ଭାବେ ଚଢଉ କରିଥିଲା । ଫଳରେ ଏହା ବାହାରକୁ ଚାଲାଣ ହେବା ପୂର୍ବରୁ ବନବିଭାଗ ଏହାକୁ ଜବତ କରି ଯୋଡା ବନ କାର୍ଯ୍ୟାଳୟକୁ ନେଇଆସିଥିବା ଜଣାପଡିଛି । ଏହି ଚଢଉରେ ଯୋଡା ଫରେଷ୍ଟର ତ୍ରିନାଥ ଜେନା, ଫରେଷ୍ଟ ଗାର୍ଡ ସୁରଜ କୁମାର ଦାସ ଏବଂ ଅନ୍ୟ ବନ କର୍ମଚାରୀମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *