ପୂର୍ବ ଆଭାସ ଦେଇଛି କାଶତଣ୍ଡି ଫୁଲ
ଶରତର ଆଗମନରେ ସୁଭ୍ର ପୋଷାକ ପିନ୍ଧି ଧରଣୀ ରେ ବୁଲୁଛି
ରୁପନଗରୀର ରୁପସୀ କାଶତଣ୍ଡି
ପବନରେ ହାଲୁକା ହାଲୁକା ଦୋହଲେ ତା’ମନ…
ମାଆଙ୍କ ଆଗମନର ବାର୍ତ୍ତା ନେଇ ଆସିଛି କାଶତଣ୍ଡି
ତା’ର ମହକ ସିନା ନାହିଁ,
ମାଆଙ୍କୁ ପାଛୋଟି ନେବା ପାଇଁ ଧଳାରଙ୍ଗର ଗାଲିଚା ପସାରି ଦେଇଛି
ମା ଜଗତଜନନୀ ଙ୍କ ସ୍ଵାଗତ କରୁଛି
ଏଇ ନୈଶର୍ଗୀକ ସୃଷ୍ଟି।
ଧୋବ ଫରଫର ଗାଲିଚା ବିଛେଇ ,
ମାଆଙ୍କ ଆସିବା ବାଟକୁ ଚାହିଁ ବସିଛି।
ମାଟିର ମଲାଟରେ କାଶତଣ୍ଡି ଲେଖିଛି ଚିଠି
ମୃଦୁ ମଧୁର ମଳୟେ ଝୁଲି ଝୁଲି
ମନକୁ ଛୁଇଁଯାଉଛି।
କବି ଓ ଲେଖକଙ୍କ କଲମ ମୁନରେ ସମ୍ପୂର୍ଣ୍ଣ ରୂପେ ସମର୍ପୀ ଦେଇଛି ନିଜକୁ।
ମହକ ସିନା ନାହିଁ,
ହେଲେ ମନକୁ କିଣି ନେଇଛି ତା ସୌନ୍ଦର୍ଯ୍ୟରେ….!!
ଶରତ ଋତୁର ଆଗମନ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜା ର ପ୍ରତୀକ କାଶତଣ୍ଡି ଫୁଲ। ମାଆଙ୍କ ଆଗମନର ବର୍ତ୍ତା ନେଇ ଫୁଟିଲାଣି କାଶତଣ୍ଡି । ଧରାପୃଷ୍ଠକୁ ଓହ୍ଲାଇବେ ମାଆ ଜଗତଜନନୀ ଦୂର୍ଗା। ମାଆ ଙ୍କୁ ପାଛୋଟି ଆଣିବା ପାଇଁ ସତରେ ଯେମିତି କାଶତଣ୍ଡି ଧଳା ଗାଲିଚା ପକାଇ ମାଆଙ୍କ ଆଗମନର ଅପେକ୍ଷା ରେ। କାଶତଣ୍ଡି ବିଲ ନଈକୂଳରେ ଫୁଟେ ରାସ୍ତାରେ ଯାଉଥିବା ବାଟୋଇ ମାନଙ୍କୁ ନିଜ ଧୋବ ଫରଫର ଶୁଭ୍ର ରଂଗରେ ଆକର୍ଷିତ କରେ ଘଡ଼ିଏ ଛିଡ଼ା ହୋଇ ଦେଖିବାକୁ, ସତରେ ଯେମିତି ଧରଣୀ ମାତା ହୀରାର ଚମକ୍ ରେ ଆଜି ଝଟକୁଛି ବିମୋହିତ ହୋଇ। ସୁଲୁସୁଲିଆ ମିଠା ପବନ ରେ କାଶତଣ୍ଡି ନିଜ ସୌନ୍ଦର୍ଯ୍ୟରେ ଆନ୍ଦୋଳନ କରୁଛି ବାଟୋଇ ମାନଙ୍କ ମନକୁ। ପବନର ଦୋଳିରେ କାଶତଣ୍ଡି ହସି ହସି ଦୋଳିଖେଳୁଛି ମାଆଙ୍କ ବାଟ ଚାହିଁ, ମାଆ ଆସିବେ ମୁଁ ତାଙ୍କ ର ସେବା କରିବି ଦାସୀ ହୋଇ ଅନେଇ ବସିଛି।
Rj Anjali
ଭୁବନେଶ୍ୱର

Leave a Reply

Your email address will not be published. Required fields are marked *