କରଞ୍ଜିଆକୁ ରେଳପଥ ସଂଯୋଗ ନ ହେଲେ ପ୍ରତାରିତ କରଞ୍ଜିଆ ବାସୀ ବିରାଟ ଜନ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି
କରଞ୍ଜିଆ (ପ୍ରବାହ ନ୍ୟୁଜ)- କରଞ୍ଜିଆ ରେଳପଥ କ୍ରିୟାନୁଷ୍ଠାନ କମିଟି , ପାଞ୍ଚପିଢ଼ ସଂଗ୍ରାମ ସମିତି ଓ ପାଞ୍ଚପିଢ଼ ରେଳପଥ ବିକାଶ ମଞ୍ଚ କରଞ୍ଜିଆ ତରଫରୁ ବିଗତ ଅନେକ ବର୍ଷରୁ କରଞ୍ଜିଆକୁ ରେଳପଥ ସଂଯୋଗ ଦାବି କରିବା ସହିତ ଲକ୍ଷ ଏକ କରଞ୍ଜିଆ କୁ ରେଳପଥ ସଂଯଗ ଏଥିପାଇଁ ବିଗତ ବର୍ଷ ମାନଂକ ରେ ଆନ୍ଦୋଳନ କରି ଆସୁଥିଲେ ! ଆଉ ଏହି କ୍ରମରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବରିଷ୍ଠ ବିଜେପି ନେତା ତଥା ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ କରଞ୍ଜିଆର ଏକ ନିର୍ବାଚନୀ ପ୍ରଚାର ସଭାରେ ଉଦବୋଧନ ଦେବା ବେଳେ ଖୋଲା ମଞ୍ଚରୁ ପ୍ରତିଶୃତି ଦେଇ କହିଥିଲେ ଯେ ବିଜେପି କ୍ଷମତାକୁ ଆସିଲେ କରଞ୍ଜିଆ କୁ ରେଳପଥରେ ସଂଯୋଗ କରାଯିବ ! ସେତେବେଳେ ଯଦିଓ କେନ୍ଦ୍ରରେ ବିଜେପି ସରକାର ଗଢିଥିଲା କିନ୍ତୁ ରାଜ୍ୟରେ ସରକାର ଗଢି ନ ଥିଲା ! କିନ୍ତୁ ଏବେ ୨୦୨୪ ମସିହାରେ ସାଧାରଣ ନିର୍ବାଚନରେ ବିଧାନସଭା ଓ ଲୋକସଭା ଉଭୟରେ ବିଜେପି ବୀଜୟ ଲାଭ କରି ଉଭୟ ରାଜ୍ୟ ଓ କେନ୍ଦ୍ର ରେ ବିଜେପି ହିଁ ସରକାର ଗଠନ କରିଛି। ସରକାର ଗଠନ କରିବାର ୬ ମାସ ପରେ ଡିସେମ୍ବର ୭ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଆସି କେନ୍ଦୁଝର–ବାଦାମପାହାଡ ରେଳପଥର ଶୁଭ ଉଦଘାଟନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଏହା ଯେ ଦୀର୍ଘଦିନ ଧରି “କରଞ୍ଜିଆ ମଧ୍ୟ ଦେଇ” ବା “କରଞ୍ଜିଆ ପାଖ ଦେଇ ବାଦାମ ପାହାଡ଼ରୁ କେନ୍ଦୁଝରକୁ ରେଳପଥ ସଂଯୋଗ ଓ ରେଳ ଚଳାଚଳ କରିବା ପାଇଁ ଦାବି କରି କରଞ୍ଜିଆ ବନ୍ଦ୍, ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ , ସ୍କୁଲ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିବା ସହ ବିଭିନ୍ନ ସମୟରେ ଦାବିପତ୍ର ପ୍ରଦାନ କରି ଆସୁଥିଲେ ମଧ୍ୟ ସରକାର ଏଥି ପ୍ରତି ଚରମ ଅବହେଳା ସହ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ପ୍ରତାରଣା କରିଥିବାରୁ କରଞ୍ଜିଆ ରେଳପଥ କ୍ରିୟାନୁଷ୍ଠାନ କମିଟି ତରଫରୁ ଆଇନଜୀବୀ ସଞ୍ଜୟ କୁମାର ସାହୁ, ସମାଜ ସେବୀ ସଚ୍ଚିଦାନନ୍ଦ, ବସନ୍ତ ରଣା,ବିନୟ ଦାସ୍, କମଳାକାନ୍ତ ବେହେରା, ବିଶିଷ୍ଟ ଭାଷାବିତ ଶ୍ରୀ ଭରତ ଚନ୍ଦ୍ର ଦାଶ,ପରିମଳ ବେହେରା, କବି ହରେକୃଷ୍ଣ ମହାନ୍ତ, ରାଧେଶ୍ୟାମ ନାଏକ ପ୍ରମୁଖ ଏକ ସଭା ରେ ଯୋଗ ଦେଇ କରଞ୍ଜିଆକୁ ରେଳପଥରେ ସଂଯୋଗ କରିବା ପାଇଁ ଦୃଢ ଦାବି ଉପସ୍ଥାପନ କରିବା ସହ ଜୋରଦାର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ବୋଲି ଜଣା ଯାଇଛି !