ଯୁଧିଷ୍ଠିର ଦାସ ସାଲିସବିହୀନ ସଂଗ୍ରାମୀ ଥିଲେ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ


ଭୁବନେଶ୍ୱର, ୧୯/୨ : ସମାଜ ଗଠନ ଲାଗି ଯୁଧିଷ୍ଠିର ଦାସ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅବିରାମ ଲଢ଼େଇ ଜାରି ରଖିଥିଲେ । ନୀତି, ଆଦର୍ଶ, ମୂଲ୍ୟବୋଧ ଉପରେ ତାଙ୍କର ରାଜନୀତି ପର୍ଯ୍ୟବେସିତ ଥିଲା । ସର୍ବୋପରି ଏକ ଶ୍ରେଣୀ ବିହୀନ ତଥା ଶୋଷଣମୂକ୍ତ ସମାଜ ପ୍ରତିଷ୍ଠା ନିମନ୍ତେ ଆଜୀବନ ସାଲିସହୀନ ସଂଗ୍ରାମ ଲାଗି ସେ ସ୍ମରଣୀୟ ହୋଇ ରହିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଛନ୍ତି ।
ବିଶିଷ୍ଟ ସାମ୍ୟବାଦୀ ନେତା ତଥା ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ନୂଅ ।ପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ଯୁଧିଷ୍ଠିର ଦାସ ଉଦ୍ୟାନରେ ଅନୁଷ୍ଠିତ ହୋଇଥିଲା । ଯୁଧିଷ୍ଠିର ଦାସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଡ଼ଃ. ରବି ନାରାୟଣ ସେନାପତିଙ୍କୁ ପ୍ରଥମ ଯୁଧିଷ୍ଠିର ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ କହିଲେ, ଏକ ସମତାପୂର୍ଣ୍ଣ ସମାଜ ଗଠନ ଲାଗି ଯୁଧିଷ୍ଠିର ଦାସ ଜୀବନବ୍ୟାପୀ ଅହରହ ସଂଗ୍ରାମ ଚଳାଇଥିଲେ । କିନ୍ତୁ ଅ ।ଜି ତାର ବ୍ୟତିକ୍ରମ ଘଟୁଥିବା ଯୋଗୁଁ ସମାଜରେ ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର ଆଦି ପରିଲକ୍ଷିତ ହେଉଛି । ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରି ଅବସରପ୍ରାପ୍ତ ପ୍ରଫେସର ତଥା ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଡ଼ଃ. ଅଦୈତ କୁମାର ପାତ୍ର ସାମାଜିକ କୁସଂସ୍କାର ବିରୁଦ୍ଧରେ ଯୁଧିଷ୍ଠିର ଦାସଙ୍କ ଅପ୍ରତିହତ ଲଢ଼େଇ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଡ଼ଃ. ରବି ନାରାୟଣ ସେନାପତି କହିଲେ, ଯୁଧିଷ୍ଠିର ଦାସଙ୍କ ନୀତି, ଅ ।ଦର୍ଶ, ମୂଲ୍ୟବୋଧରେ ଆଜିର ସମାଜ ଅନୁପ୍ରାଣୀତ ହୋଇପାରିଲେ ତାହା ତାଙ୍କ ସ୍ମୃତି ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବର୍ଷିୟାନ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରବୋଧ ମିଶ୍ର, ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରରାୟ, ଅବସରପ୍ରାପ୍ତ ପ୍ରଫେସର ଗୋବିନ୍ଦ ଦାସ, ଅବସରପ୍ରାପ୍ତ ଅଧିକାରୀ ବନ ବିହାରୀ ନାୟକ, ଫନ୍ ଅ ।ଣ୍ଡ ଫିଟନେସ କ୍ଲବର ସଭାପତି ଆଶୀଷ ପଟ୍ଟନାୟକ, ଯୁଧିଷ୍ଠିର ଦାସଙ୍କ ପୁତ୍ର ତଥା ବିଶିଷ୍ଟ ଗୀତିକାର ଧୁନ ଖୁଣ୍ଟିଆ, ପରିବେଶବିତ୍ ତଥା ପ୍ରାକ୍ତନ ଶ୍ରମ ଆୟୁକ୍ତ ଜି.କେ ମହାପାତ୍ର ପ୍ରମୁଖ ସ୍ୱର୍ଗତ ଦାସଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ସ୍ମୃତିଚାରଣ କରିଥିଲେ ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସଂଗୀତ ଅଧ୍ୟାପକ ସୁଶୀଲ କୁମାର ପଟ୍ଟନାୟକ ଏହି ସ୍ମୃତି ସମାରୋହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସ୍ୱର୍ଗତ ଦାସଙ୍କ ନାତି ତଥା ବିଡିଏର ଅର୍ଥ ଅଧିକାରୀ ମନସ୍ୱୀ ଖୁଣ୍ଟିଆ ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ କାନ୍ତିକବିଙ୍କ କାଳଜୟୀ ଦେଶାତ୍ମବୋଧକ ଗୀତ ତଥା ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିବା ବେଳେ ଶେଷରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଭୁ କଲ୍ୟାଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed