ଜେଏସଡ଼ବ୍ଲୁ ଗ୍ରୁପ ଓଡ଼ିଶାରେ ଏକ ବୃହତ ବୈଦ୍ୟୁତିକ ଯାନ (ଇଭି) ଏବଂ ବ୍ୟାଟେରୀ ନିର୍ମାଣ ପ୍ରକଳ୍ପ ପ୍ରତିଷ୍ଠା କରିବ


ଭୁବନେଶ୍ୱର, ୧୦ ଫେବୃଆରୀ, ୨୦୨୪- ବୈଦ୍ୟୁତିକ ଯାନ (ଇଭି) କ୍ଷେତ୍ରରେ ଓଡ଼ିଶାକୁ ଶକ୍ତିଶାଳୀ ସ୍ମରଣୀୟ କରିବାକୁ ଜେଏସଡ଼ବ୍ଲୁ ଗ୍ରୁପ୍ ତଥା ଓଡ଼ିଶା ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କଟକ-ପାରାଦୀପ ଠାରେ ଏକ ମିଳିତ ବୈଦ୍ୟୁତିକ ଯାନ (ଇଭି) ଏବଂ ବ୍ୟାଟେରୀ ନିର୍ମାଣ ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଜେଏସଡ଼ବ୍ଲୁ ଗ୍ରୁପର ଓଡ଼ିଶାରେ ଏହି ବିଶେଷ ଉଦ୍ଦେଶ୍ୟ ସାଧନକାରୀ ପ୍ରବେଶ ଅନ୍ୟାନ୍ୟ ରାଜ୍ୟର ପ୍ରତିଯୋଗୀତା ମୂଳକ ଦୌଡ଼ ମଧ୍ୟରେ ଏକ ଐତିହାସିକ ମୁହୂର୍ତ ଭାବରେ ସ୍ଥାନିତ ହେବ ।

ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ଶ୍ରୀ ପ୍ରତାପ କେଶରୀ ଦେବ, ରାଜ୍ୟ ଶିଳ୍ପମନ୍ତ୍ରୀ, ଶ୍ରୀ ଭି.କେ. ପାଣ୍ଡିଆନ୍ ଅଧ୍ୟକ୍ଷ ୫ଟି, ଶ୍ରୀ ସଜ୍ଜନ ଜିନ୍ଦଲ, ଅଧ୍ୟକ୍ଷ ଜେଏସଡ଼ବ୍ଲୁ ଗ୍ରୁପ୍ ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟର ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ତଥା ବୈଷୟିକ ଓ ବୃତିଗତ ଶିକ୍ଷା ପ୍ରତିଷ୍ଠାନର ପ୍ରତିନିଧି ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ ।

୪୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିମୟରେ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପ ରାଜ୍ୟରେ ପ୍ରାୟ ୧୧,୦୦୦ ରୁ ଅଧି ନିଯୁକ୍ତି ସୃଷ୍ଟିର ଏକ ମହତ୍ୱପୂର୍ଣ୍ଣ ବୃଦ୍ଧି ବହନ କରିବ । ଏଥି ସହିତ ଏହା ମଧ୍ୟ ଅନେକ ଗୁଡ଼ିକ ଆନୁଷଙ୍ଗିକ ସହାୟତା ସେବାର ମଧ୍ୟ ସୁଯୋଗ ସୃଷ୍ଟି କରିବ । ଏହା ଏମଏସଏମଇର ବିକାଶ ଧାରାକୁ ଅଧିକ ତ୍ୱରାନ୍ୱିତ କରିବା ସହିତ ଅଟୋ ଶିଳ୍ପ ଉପାଦାନ ଯୋଗାଣ ଚେନ ତଥା ତତ୍‌ସଂଲଗ୍ନ ସେବା କ୍ଷେତ୍ରର ଆବଶ୍ୟକତାର ସୁଯୋଗ ସୃଷ୍ଟି କରିବ । ଅଧିକନ୍ତୁ ଜେଏସଡ଼ବ୍ଲୁ ଗ୍ରୁପର ସ୍ଥାନୀୟ ଲୋକମାନଙ୍କୁ ନିଜର କୌଶଳକୁ ବିକାଶ କରିବାର ସୁଯୋଗ ପ୍ରଦାନର ପ୍ରତିଶ୍ରୁତିବଦ୍ଧତା ଯାହାକି ରାଜ୍ୟର ଯୁବପୀଢ଼ିଙ୍କ ମଧ୍ୟରେ ଶିଳ୍ପ ବୃଦ୍ଧିର ବ୍ୟାପକତା, ନିଯୁକ୍ତି ସୁଯୋଗ ବୃଦ୍ଧି, ସର୍ବୋପରି ନିର୍ମାଣକାରୀଙ୍କ ପାଇଁ ବୈଷୟିକ ପ୍ରୟୋଗର ଅଭିଳାଷାକୁ ସୁନିଶ୍ଚିତ କରିପାରିବ ।

ଏ ଦିଗରେ ରାଜ୍ୟ ସରକାର ଯେଉଁ ବିଶେଷ ପ୍ରୋତ୍ସାହନ ପ୍ରଦାନ କରିବାକୁ ଯାଉଛନ୍ତି ସେ ମଧ୍ୟରେ ରହିଛି – ଶିଳ୍ପାୟନ ବୃଦ୍ଧି ପାଇଁ ଅନୁକୁଳିତ ଉତ୍ସାହ ପ୍ରଦାନ ତଥା ପ୍ରଯୁକ୍ତି ଶିଳ୍ପ ବିଜ୍ଞାନ ସମ୍ବନ୍ଧିତ ଅଭିନବୀକରଣ ପ୍ରତିଶ୍ରୁତିବଦ୍ଧତା ।

ବୁଝାମଣାପତ୍ର ସ୍ୱାକ୍ଷରିତର ଏହି ଅପୂର୍ବ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ନିଜର ମତବ୍ୟକ୍ତ କରି କହିଛନ୍ତି, “ଓଡ଼ିଶାର ଲୋକମାନଙ୍କୁ ଏଭଳି ନୂତନ କ୍ଷେତ୍ରରେ ଉଚ୍ଚ ଧରଣର କୁଶଳୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖି ଆମେ ନୂତନ ବର୍ଗର କ୍ଷେତ୍ରକୁ ଆହୁରି ଉର୍ଦ୍ଧ୍ୱକୁ ନେବାର ସୁଯୋଗକୁ ଅଧିକ ଦୃଷ୍ଟି ଦେଉଛୁ । ଜେଏସଡ଼ବ୍ଲୁ ଗ୍ରୁପ ସହିତ ଏହି ମିଳିତ ପ୍ରୟାସ ଜରିଆରେ ଆମେ ଭବିଷ୍ୟତ ପୀଢ଼ିଙ୍କ ପାଇଁ ଏକ ନୂତନତ୍ୱ ପ୍ରସ୍ତୁତ କରିବାକୁ ଯାଉଛୁ ଯେଉଁଠାରେ ଶିଳ୍ପ ସମୃଦ୍ଧିକୁ ଆମର ଏହି ଅଭିନବୀକରଣ ଆଗକୁ ଚଳାଇବା ସହିତ ଓଡ଼ିଶାର ଯୁବକମାନେ ସେମାନଙ୍କର କୁଶଳତା ତଥା ନିଯୁକ୍ତିକୁ ପାଇବା ସହିତ ଆଗାମୀ ପୀଢ଼ିର ଅର୍ଥନୀତିକୁ ଅଧିକ ବିକଶିତ କରିବାକୁ ସୁନିଶ୍ଚିତ କରିପାରିବେ ।”

ଶ୍ରୀ ସଜ୍ଜନ ଜିନ୍ଦଲ, ଅଧ୍ୟକ୍ଷ, ଜିନ୍ଦଲ ଗ୍ରୁପ୍‌, ଜେଏସଡ଼ବ୍ଲୁ ଗ୍ରୁପ ଓଡ଼ିଶା ପ୍ରତି ଥିବା ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ଅଧିକ ପ୍ରାଧାନ୍ୟ ଦେଇ ମତବ୍ୟକ୍ତ କରି କହିଥିଲେ ଯେ, “ଓଡ଼ିଶା ସହିତ ଆମର ଯୋଡ଼ି ହୋଇ ରହିଥିବା ଏହି ଦୂରଦୃଷ୍ଟି ସମ୍ପନ୍ନ ବୁଝାମଣା ଆମର ଏହି ନୂଆ ଅଧ୍ୟାୟ ପାଇଁ ଏକ ମୂଳଦୁଆ ଅଟେ । ରାଜ୍ୟର ପ୍ରଗତି ତଥା ବିକାଶ ଦିଗରେ ଆମର ଏହି ପ୍ରକଳ୍ପ ଆମ ଜୟଯାତ୍ରାର ଏକ ମାଇଲଖୁଂଟ ହେବ । ଓଡ଼ିଶାର ଏହି ଗର୍ବିତ ପରସ୍ପର ସହିତ ଜଡ଼ିତ ପରିବେଶ ମଧ୍ୟରେ ଆମର ଏହି ମିଳିତ କର୍ମ ସମ୍ପାଦନର ଲକ୍ଷ୍ୟ ଏଥିରେ ଅଂଶଗ୍ରହଣ କରୁଥିବା ସବୁ ଲାଭାଂଶୀମାନଙ୍କୁ ଏକ ପରସ୍ପର ସାହାଯ୍ୟକାରୀ ପରିବେଶ ସୃଷ୍ଟି ସହିତ ବିକାଶ ଏବଂ ନବୀକରଣର ପ୍ରୋତ୍ସାହନ ତଥା ଉଚ୍ଚ ମାନର କୁଶଳୀ କର୍ମ ନିଯୁକ୍ତିର ଏକ ବ୍ୟାପକ ସୁଯୋଗ ସୃଷ୍ଟି । ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟରେ ଆମର ଏହି ଉତ୍ସର୍ଗୀକୃତ ଅବଦାନର ସକାରାତ୍ମକ ଧାରାକୁ ଆଗେଇ ନେବାର ବିଶ୍ୱାସକୁ ନେଇ ଏହି ପ୍ରକଳ୍ପ ଆମ ପାଇଁ ଏକ ପ୍ରମାଣପତ୍ର ଅଟେ ।”

ଓଡ଼ିଶା ଭାରତର ଆଗ ଧାଡ଼ିରେ ରହିଥିବା ଏହି ଇଭି ତଥା ସବୁଜ ବୈଷୟିକ କ୍ଷେତ୍ରରେ ନିଜକୁ ଅବସ୍ଥାପିତ କରିବା ପାଇଁ ଜେଏସଡ଼ବ୍ଲୁ ଗ୍ରୁପ ତଥା ଓଡ଼ିଶା ସରକାରଙ୍କ ମଧ୍ୟରେ ଭାଗିଦାରୀତା କେବଳ ରାଜ୍ୟ ପୁଞ୍ଜିନିବେଶ ପରିବେଶକୁ ଆକର୍ଷିତ କରିବା ତାହା ନୁହେଁ ଏହା ମଧ୍ୟ ରାଜ୍ୟର ବିଶେଷ ଉଦ୍ଦେଶ୍ୟ ସାଧନକାରୀ ପଦକ୍ଷେପ ଗୁଡ଼ିକୁ ମଧ୍ୟ ସଫଳ କରିପାରିବ ।

ଏହି ପ୍ରକଳ୍ପରେ ରହିଛି ଏକ ୫୦ଜିଡ଼ବ୍ଲୁଏଚ ଇଭି ବ୍ୟାଟେରୀ ପ୍ଲାଂଟ, ଲିଥିୟମ୍ ରିଫାଇନାରୀ, କପରସ୍ମେଲଟର ତଥା ଏଥିସହିତ ଯୋଡ଼ି ହୋଇ ରହିଥିବା ଅନେକଗୁଡ଼ିଏ ଉପାଦାନ ନିର୍ମାଣକାରୀ ୟୁନିଟ୍ ।

Leave a Reply

Your email address will not be published. Required fields are marked *