ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ଜେଏସପି ଫାଉଣ୍ଡେସନ ନିକ୍ଷୟ ମିତ୍ର ରୂପେ  ପଞ୍ଜିକୃତ

 ଅନୁଗୁଳ :  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ସାମାଜିକ ଦାୟିତ୍ୱବୋଧ ଶାଖା ଜେଏସପି ଫାଉଣ୍ଡେସନ ନିକ୍ଷୟ ମିତ୍ର ରୂପେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ ରେ ସାମିଲ ହୋଇଛି। ଏଥିପାଇଁ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁଗୁଳ ଠାରେ ଏକ ସମାରୋହରେ ଜେଏସପି କୁ  ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି।

           ଏହି ସମାରୋହରେ ଟିବି ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ ଡ଼ା. ଆର୍. ପି. ଯୋଶୀ ଜେଏସପି ଫାଉଣ୍ଡେସନ ର ଯକ୍ଷ୍ମା ଦୂରୀକରଣ ରେ ସହଯୋଗ ଓ ସକ୍ରିୟ ଭୂମିକା ର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯକ୍ଷ୍ମା ଚିକିତ୍ସା ଓ ଉପଶମ କ୍ଷେତ୍ର ରେ ପୋଷଣ ବା ପୁଷ୍ଟିକର ଖାଦ୍ୟ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୁଁ କହିବି ଯେ ଜେଏସପି ଫାଉଣ୍ଡେସନ  ର ଏ କ୍ଷେତ୍ରରେ ଯେଉଁ ସହଯୋଗ ରହିଛି ତାହା ଅତୀବ ପ୍ରଶଂସନୀୟ।

ନିକ୍ଷୟ ମିତ୍ର ଭାବରେ ଜେଏସପି ଫାଉଣ୍ଡେସନ ଅନୁଗୁଳ ଜିଲ୍ଲାର ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ର ପ୍ୟାକେଟ ଯୋଗାଇବ। ଏହି ପ୍ୟାକେଟ ରେ ଥିବା ପୋଷଣଯୁକ୍ତ ଖାଦ୍ୟ ଯକ୍ଷ୍ମା ରୋଗୀଙ୍କୁ ଆଶୁ ସୁସ୍ଥ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟ ରେ ଉନ୍ନତି ଆଣିପାରିବ ବୋଲି ମତବ୍ୟକ୍ତ କରାଯାଇଛି।

             ନିକ୍ଷୟ ମିତ୍ର ର ଭୂମିକା ନେବା ପ୍ରସଙ୍ଗରେ କମ୍ପାନୀର ସିଏସଆର୍ ଗ୍ରୁପ୍ ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା ପ୍ରକାଶ କରିଥିଲେ କି ଫାଉଣ୍ଡେସନ କୁ ଏଭଳି ମାନ୍ୟତା ମିଳିବା  ଏବଂ ପିପିପି ମୋଡ ରେ ଯକ୍ଷ୍ମା ଭଳି ଗୁରୁତର ବ୍ୟାଧି କୁ ନିୟନ୍ତ୍ରଣ କରିବାର ଯେଉଁ ଆହ୍ୱାନ ଫାଉଣ୍ଡେସନ ନେଇଛି ତାହା ନିଶ୍ଚିତ ରୂପେ ଅନନ୍ୟ। ଜେଏସପି ଫାଉଣ୍ଡେସନ ସ୍ଥାନୀୟ ସ୍ବାସ୍ଥ୍ୟ କର୍ତୃପକ୍ଷ ଙ୍କ ସହଭାଗିତାରେ ଯକ୍ଷ୍ମା ରୋଗକୁ ସମ୍ପୂର୍ଣ ମୂଳପୋଛ କରିବାରେ ନିଜର ସହଯୋଗ ଜାରିରଖିବ।            ଏହି ସମାରୋହରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଶିବାନନ୍ଦ ମହାନ୍ତି,ସହକାରୀ ଜନ ସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡ଼ା. ବିଶ୍ବବିହାରୀ ମହାନ୍ତି, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ର ଅର୍ଥନୈତିକ ପରାମର୍ଶଦାତା ଡ଼ା. କେ. କେ. ତ୍ରିପାଠୀ,ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଏନ୍ ଟି ଇ ପି ର ଜାତୀୟ ପରାମର୍ଶଦାତା ଶ୍ରୀମତୀ ସୋଫିଆ ଖୁମଖୁଚାମ୍,ଦିଲ୍ଲୀ ସ୍ଥିତ ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଅଭିଯାନ ର ଜାତୀୟ ପରାମର୍ଶଦାତା ଶ୍ରୀ ଧର୍ମା ରାଓ ଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଅଂଶଗ୍ରହଣ କରିଥିଲେ।

              ଶ୍ରୀମତୀ ଶାଲୁ ଜିନ୍ଦଲ ଙ୍କ ନେତୃତ୍ୱରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଦେଶର ପାଞ୍ଚ ହଜାର ରୁ ଅଧିକ  ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ପ୍ୟାକେଟ ଦିଆଯାଇ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଯୋଜନାକୁ ସଫଳ କରାଯିବା ସହ ରୋଗୀଙ୍କ ପିଲାମାନଙ୍କୁ ମଧ୍ୟ ଶିକ୍ଷାଦାନ ରେ ସହଯୋଗ କରାଯାଉଛି।

Leave a Reply

Your email address will not be published. Required fields are marked *