ଜିନ୍ଦଲ ଷ୍ଟେନଲେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫ୍ଲାଗ ଅଫ କରାଯାଇଥିବା ମୁମ୍ବାଇମେଟ୍ରୋ ପ୍ରକଳ୍ପକୁ ଷ୍ଟେନଲେସ ଷ୍ଟିଲ ଯୋଗାଣ

ମୁମ୍ବାଇ, ୨୦ ଜାନୁଆରୀ ୨୦୨୩: ଭାରତ ସରକାରଙ୍କ “ମେକ ଇନ ଇଣ୍ଡିଆ” ପଦକ୍ଷେପକୁ ଉତ୍ସାହ ପ୍ରଦାନ କରି ମାନ୍ୟବର ପ୍ରଧାନମନ୍ତ୍ରୀ ମୁମ୍ବାଇ ମେଟ୍ରେ।। ଲାଇନ ୨ଏ ଓ ୭ର ଦ୍ୱିତୀୟ ପର୍ଯ୍ୟାୟ ଲଂଚ
କରିଛନ୍ତି । ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ବାହ୍ୟ ପ୍ୟାନେଲ, କାର ପାଇଁ ଷ୍ଟେନଲେସ ଷ୍ଟିଲ ଯୋଗାଇ ଦେଇଛି । ଏହି ପ୍ରକଳ୍ପ ପାଇଁ କାର ବଡି, ଷ୍ଟ୍ରକଚର, ରୁଫ, ଇଂଟେରିୟର, ଅଣ୍ଡରଫ୍ରେମ ଓ ଅନ୍ୟାନ୍ୟ ସାମଗ୍ରୀର ଅଂଶ ବ୍ୟବହାର କରାଯିବ । ଏହି ଉପଲକ୍ଷେ ଏକ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମୁମ୍ବାଇ ମେଟ୍ରୋ ଲାଇନର ଉଦଘାଟନ କରାଯାଇଥିଲା ।


ଏହି ମୁମ୍ବାଇ ମେଟ୍ରୋ ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟେନଲେସ ବିଭିନ୍ନ ଟେଂପରରେ ୨ଜେ ଫିନିସରେ ଉଚ୍ଚମାନର ଷ୍ଟେନଲେସ ଷ୍ଟିଲ ଗ୍ରେଡ ୩୦୧ଏଲଏନ ଯୋଗାଇବା ଆରମ୍ଭ କଲା । ଜାନୁଆରୀ ୨୦୨୧ରେ ଆରମ୍ଭ ହୋଇଥିବା ଏହି ଯୋଗାଣ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଆଶା କରାଯାଉଛି । ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଏହି ପ୍ରକଳ୍ପ ପାଇଁ ଦେଶର ବିଭିନ୍ନ ଉତ୍ପାଦନ ୟୁନିଟରୁ ସାମଗ୍ରୀ ଯୋଗାଉଛି । ପ୍ରାୟ
୫୭୬୦ ଏମଟି ଷ୍ଟେନଲେସ ଷ୍ଟିଲ ଯଥାକ୍ରମେ ୧୮.୬ କିମି ୨ଏ ମେଟ୍ରୋ ଲାଇନ ଓ ୧୬.୫ କିମି ୭ ମେଟ୍ରୋ ଲାଇନର ବିକାଶ ପାଇଁ ବ୍ୟବହୃତ ହେବ ।


ଏହି ଅବସରରେ ସୂଚନା ଦେଇ ଜିନ୍ଦଲ ଷ୍ଟେନଲେସର ଏମଡି, ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତିଯେ- ଏକ ସଂପୂର୍ଣ୍ଣ ପୂର୍ଣ୍ଣ ବ୍ୟବହାରଯୋଗ୍ୟ ଧାତୁ ଭାବରେ ସ୍ୱଳ୍ପ ବର୍ଜ୍ୟବସ୍ତୁ ବୃତିଗତ ଅର୍ଥନୀତିକୁ ସକ୍ଷମ କରାଇବା ପାଇଁ ଷ୍ଟେନଲେସ ଷ୍ଟିଲ ହେଉଛି ସାମଗ୍ରୀର ସବୁଠାରୁ ସ୍ଥାୟୀ ପସନ୍ଦ । ମେଟ୍ରୋ ଓ ରେଳ ପ୍ରକଳ୍ପ ପାଇଁ ସହଭାଗୀ ହୋଇଥିବାରୁ ଆମେ ସର୍ବଦା ଗର୍ବିତ । ଆମର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣି ଉନ୍ନତମାନର ସାଗ୍ରୀ
ଯୋଗାଇବା ପାଇଁ ଆମେ ପ୍ରତିବଦ୍ଧ । ଅତୀତରେ ଜିନ୍ଦଲ ଷ୍ଟେନଲେସ ଦିଲ୍ଲୀ, କୋଲକାତା, ବାଙ୍ଗାଲୋର, ଚେନ୍ନାଇ ଓ ଅନ୍ୟାନ୍ୟ ମେଟ୍ରୋ ପ୍ରକଳ୍ପ
ବ୍ୟତୀତ ସିଡନି ଓ କୁଇନସଲ୍ୟାଣ୍ଡର ମେଟ୍ରୋ ପ୍ରକଳ୍ପ ପାଇଁ ସାମଗ୍ରୀ ଯୋଗାଇଛି ।

Leave a Reply

Your email address will not be published. Required fields are marked *