ଜିନ୍ଦଲ ଷ୍ଟେନଲେସର ଟ୍ରାଇବାଲ ଗ୍ଲୋବାଲ କନକ୍ଲେଭ ୨୦୨୫ରେ ସିଏସଆର୍ ପଦକ୍ଷେପ ପ୍ରଦର୍ଶନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଓଡ଼ିଶାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଜାନୁଆରି ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଟ୍ରାଇବାଲ୍ ଗ୍ଲୋବାଲ୍ କନକ୍ଲେଭ୍ ୨୦୨୫ରେ ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାତା ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ (ଜେଏସଏଲ୍‌) ମୁଖ୍ୟ ପ୍ରାୟୋଜକ ଭାବେ ଭାଗିଦାରୀ କରିବା ସହ ସିଏସ୍‌ଆର୍ ପଦକ୍ଷେପ ପ୍ରଦର୍ଶନ କରୁଛି । ଏହା କମ୍ପାନୀ ପାଇଁ ଏକ ଗର୍ବର ବିଷୟ । ଏହି କାର୍ଯ୍ୟକ୍ରମର ଅଂଶୀଦାର ଭାବରେ ଜେଏସ୍‌ଏଲ୍ ଏହାର ସିଏସଆର୍ ପ୍ରକଳ୍ପର ହିତାଧିକାରୀଙ୍କ ଦକ୍ଷତା ଏବଂ କାରିଗରୀ ଉପସ୍ଥାପନ କରୁଅଛି । ସେମାନେ ଜେଏସ୍‌ଏଲ୍ ସହଯୋଗରେ ଶିଖିଥିବା ପାରମ୍ପରିକ କଳା, ହସ୍ତଶିଳ୍ପ କୌଶଳ ଏବଂ ଉତ୍ପାଦକୁ ପ୍ରଦର୍ଶନ କରୁଛନ୍ତି । ସାଂସଦ ଡ. ରବି ନାରାୟଣ ବେହେରାଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ଓଡ଼ିଶା ସରକାରଙ୍କ ପଂଚାୟତରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

କମ୍ପାନୀର ଅଂଶଗ୍ରହଣ ଉପରେ ମନ୍ତବ୍ୟ ଦେଇ ଜିନ୍ଦଲ ଷ୍ଟେନଲେସର ସିଏସଆର ଆଂଚଳିକ ମୁଖ୍ୟ, ଶ୍ରୀ ସୁକାନ୍ତ ରଥ କହିଛନ୍ତି, \”ଜିନ୍ଦଲ ଷ୍ଟେନଲେସରେ ଆମେ ଗୋଷ୍ଠୀ ସଶକ୍ତୀକରଣ ମାଧ୍ୟମରେ ହେଉଥିବା ରୂପାନ୍ତରଣରେ ବିଶ୍ୱାସ କରୁ । ଆମର ସିଏସଆର ପଦକ୍ଷେପ ମାଧ୍ୟମରେ, ଆମେ ପ୍ରତିଭାର ବିକାଶ, ଐତିହ୍ୟ ସଂରକ୍ଷଣ ଏବଂ ଲୋକଙ୍କ ଅର୍ଥନୈତିକ ବିକାଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାର ସମୃଦ୍ଧ ଆଦିବାସୀ ସଂସ୍କୃତି ଓ କାରିଗରୀର ଉତ୍ସବ \’ଟ୍ରାଇବାଲ୍ ଗ୍ଲୋବାଲ୍ କନକ୍ଲେଭ୍‌-୨୦୨୫\’ର ପ୍ରାୟୋଜକ ହେବା ଆମ ପାଇଁ ଏକ ସମ୍ମାନର ବିଷୟ ।\”

ଜିନ୍ଦଲ ଷ୍ଟେନଲେସର ସିଏସଆର ପ୍ରୟାସ ଦକ୍ଷତା ବିକାଶ ଏବଂ ସ୍ଥାୟୀ ଜୀବିକା ମାଧ୍ୟମରେ ଲୋକଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଏ । ସ୍ଥାନୀୟ କାରିଗରମାନଙ୍କୁ ସହଯୋଗ କରିବା, ଅର୍ଥନୈତିକ ଅଭିବୃଦ୍ଧିର ମାର୍ଗ ପ୍ରଶସ୍ତ କରିବା ଏବଂ ଭାରତର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ଦିଗରେ ପ୍ରତିବଦ୍ଧ ହୋଇ କମ୍ପାନୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛି । ଏଭଳି କାର୍ଯ୍ୟକ୍ରମରେ ଆଦିବାସୀ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରି ଜିନ୍ଦଲ ଷ୍ଟେନଲେସ୍ ଏକ ଆତ୍ମନିର୍ଭରଶୀଳ ଓ ସମାବେଶୀ ସମାଜରେ ଯୋଗଦାନ କରିବାର ଲକ୍ଷ୍ୟକୁ ସୁଦୃଢ଼ କରିଛି । ଏହି ସମ୍ମିଳନୀରେ ୨୦ଟି ଦେଶ ଏବଂ ଭାରତର ୨୮ଟି ରାଜ୍ୟର ଅଂଶଗ୍ରହଣକାରୀ ସାମିଲ ହୋଇଛନ୍ତି । ଏଥିରେ ୬୦ରୁ ଅଧିକ ଷ୍ଟଲ୍‌, କର୍ମଶାଳା, ପ୍ୟାନେଲ୍ ଆଲୋଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।

Leave a Reply

Your email address will not be published. Required fields are marked *