ଜିନ୍ଦଲ ଷ୍ଟେନଲେସ କଂଚାମାଲର ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଫେରୋ ନିକେଲ ଏବଂ ଫେରୋ ମଲିବଡେନମ୍ ଉପରେ ମୌଳିକ କଷ୍ଟମ୍ ଡ୍ୟୁଟିର ଦୀର୍ଘକାଳୀନ ଛାଡ ପ୍ରସ୍ତାବ ଦେଇଛି

ଭୁବନେଶ୍ୱର, ଜାନୁଆରୀ ୫, ୨୦୨୪: ୨୦୨୪-୨୫ ବଜେଟ୍ ପୂର୍ବରୁ, ଭାରତର ସର୍ବବୃହତ୍ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ, ଜିନ୍ଦଲ ଷ୍ଟେନଲେସ୍ ଆଜି ଶୁଦ୍ଧ ନିକେଲ ବ୍ୟତୀତ ଷ୍ଟେନଲେସ ଷ୍ଟିଲ ସ୍କ୍ରାପ ଏବଂ ଷ୍ଟିଲ ସ୍କ୍ରାପ ଉପରେ ଜିରୋ କଷ୍ଟମ ଡ୍ୟୁଟି ଜାରି କରିବାକୁ ପ୍ରସ୍ତାବ ଦେଇଛି ।
ବଜେଟ୍ ସୁପାରିଶରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ନିକଟବର୍ତୀ କେନ୍ଦ୍ର ବଜେଟ ୨୦୨୪ -୨୫କୁ ଆଖି ଆଗରେ ରଖି ଆମେ ଇସ୍ପାତ ମନ୍ତ୍ରଣାଳୟର ନିରନ୍ତର ସହାୟତା ପାଇଁ ଅନୁରୋଧ କରୁଛୁ । ବିଶେଷ କରି, ଫେରୋ ନିକେଲ୍ ଏବଂ ଫେରୋ ମଲିବଡେନମ୍ ଉପରେ ମୌଳିକ କଷ୍ଟମ ଡ୍ୟୁଟିର ଦୀର୍ଘକାଳୀନ ରିହାତି ମିଳିଲେ ଶିଳ୍ପ ସଂସ୍ଥାନମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କଂଚାମାଲ ସୁଲଭ ମୂଲ୍ୟରେ ମିଳିବା ସୁନିଶ୍ଚିତ କରିହେବ । ଏହା ବ୍ୟତୀତ, ଆମେ ଷ୍ଟେନଲେସ ଷ୍ଟିଲ୍ ସ୍କ୍ରାପ ଓ ଷ୍ଟିଲ୍ ସ୍କ୍ରାପ ଉପରେ ବର୍ତମାନ ଚାଲୁଥିବା ଜିରୋ କଷ୍ଟମ ଡ୍ୟୁଟିକୁ ଜାରି ରଖିବାକୁ ସୁପାରିଶ କରିବୁ । ଦେଶରୁ କ୍ରୋମ ପଥର ରପ୍ତାନି ଉପରେ ୩୦% ରପ୍ତାନି ଶୁଳ୍କ ଜାରି କରିବାକୁ ଆମେ ଅନୁରୋଧ କରୁଛୁ । ଚୀନ ଦ୍ୱାରା ହେଉଥିବା ଡମ୍ପିଂ ଏବଂ ଚାଲୁ ମାଲ୍ ଆମଦାନୀ, ବିଶେଷ କରି ୨୦୦ ଗ୍ରେଡ ସିରିଜ, ଏକ ଜଣାଶୁଣା ଚ୍ୟାଲେଞ୍ଜ । ଏହାର ସମାଧାନ ପାଇଁ ଆମେ ଷ୍ଟେନଲେସ ଷ୍ଟିଲ ପାଇଁ ସ୍ଥିର ଶୁଳ୍କ ମୂଲ୍ୟ ପ୍ରତିଷ୍ଠା ଏବଂ କମ୍ ଡ୍ୟୁଟି ନିୟମ ବିଲୋପ କରିବା ଏବଂ ସବସିଡି ମାର୍ଜିନ / ଡମ୍ପିଂ ମାର୍ଜିନ ଉପରେ ଆଧାର କରି ଡ୍ୟୁଟି ଲାଗୁ କରିବା ପାଇଁ ବାଣିଜ୍ୟ ପ୍ରତିକାର ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ଦେଉଛୁ ।”
ଏହି ପ୍ରସ୍ତାବଗୁଡିକ ଭାରତୀୟ ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପକୁ ସ୍ଥିର ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ଅଣାଯାଇଛି ଯାହା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ କରିବାରେ ସହଯୋଗୀ ହେବ ।
ଜିନ୍ଦଲ ଷ୍ଟେନଲେସ ନିଶ୍ଚିତ ଯେ ଏହି ପ୍ରସ୍ତାବଗୁଡ଼ିକ ଷ୍ଟେନଲେସ ଷ୍ଟିଲ ଶିଳ୍ପକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଅକ୍ଷୟ ଶକ୍ତି ପଦକ୍ଷେପ ମାଧ୍ୟମରେ କମ୍ପାନୀ ବାର୍ଷିକ ଯ ୧.୯ ବିଲିୟନ ୟୁନିଟ୍ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିବାକୁ ଯୋଜନା କରିଛି । ପ୍ରଥମ ଥର ପାଇଁ ମିଳିତ ଜାତିସଂଘ କନଫେଡେରେସନ୍ ଅଫ୍ ପାର୍ଟିସ୍ (ସିଓପି) ୨୮ ଜଳବାୟୁ ଶିଖର ସମ୍ମିଳନୀରେ ଏହାର ଉପସ୍ଥିତିକୁ ଚିହ୍ନିତ କରି ଜିନ୍ଦଲ ଷ୍ଟେନଲେସ୍ ୨୦୩୫ର ଲକ୍ଷ୍ୟ ବର୍ଷ ଯଥା ପୂର୍ବରୁ ଏହାର ୫୦% କାର୍ବନ ନିର୍ଗମନ ହ୍ରାସର ମଧ୍ୟମ ଅବଧି ଲକ୍ଷ୍ୟ ହାସଲ କରିବ ବୋଲି ଘୋଷଣା କରିଛି ।