ଜିନ୍ଦଲ ଷ୍ଟେନଲେସ ୧୫୦ କର୍ମଚାରୀଙ୍କୁ ଇଏସଓପି ପ୍ରଦାନ କଲା


ଭୁବନେଶ୍ୱର, ୧୬ ଜାନୁୟାରୀ, ୨୦୨୪: ଭାରତର ସବୁଠୁ ବଡ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଲିମିଟେଡ ନିଜର ବରିଷ୍ଠ ଟିମରୁ ପ୍ରାୟ ୧୫୦ ଜଣ ସଦସ୍ୟଙ୍କ ପାଇଁ ଏକ କର୍ମଚାରୀ ଷ୍ଟକ୍ ଅପ୍ସନ୍ ପ୍ଲାନ୍ (ଇଏସଓପି) ଘୋଷଣା କରିଛନ୍ତି । ଇଏସଓପି ଏବଂ ପ୍ରତିବନ୍ଧିତ ଷ୍ଟକ ୟୁନିଟ ଉପକରଣର ସମାନ ମିଶ୍ରଣ ବ୍ୟବହାର କରି ଜିନ୍ଦଲ ଷ୍ଟେନଲେସ ଲିମିଟେଡ କର୍ମଚାରୀ ଷ୍ଟକ୍ ଅପ୍ସନ୍ ସ୍କିମ୍ ୨୦୨୩ ଅଧିନରେ କମ୍ପାନୀ ଯୋଗ୍ୟ କର୍ମଚାରୀମାନଙ୍କୁ ୧୫,୬୮,୨୬୬ ଷ୍ଟକ୍ ବିକଳ୍ପ ପ୍ରଦାନ କରିଛି । କାର୍ଯ୍ୟକ୍ଷେତ୍ରରେ ପ୍ରଦର୍ଶନ ଆଧାରରେ ଏହି ଇଏସଓପି ଚାରି ବର୍ଷ ମଧ୍ୟରେ ନ୍ୟସ୍ତ ହେବ । ଇଏସଓପି ଲାଗୁ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତିଭାଙ୍କୁ ଆକର୍ଷିତ କରିବା, ଉତ୍ସାହିତ କରିବା ଏବଂ ବଜାୟ ରଖିବା, ଏକ ଅଂଶୀଦାର ଭାବେ ମାଲିକାନା ଭାବନା ପୋଷଣ କରିବା ଏବଂ କର୍ମଚାରୀଙ୍କ ସ୍ୱାର୍ଥକୁ କମ୍ପାନୀର ସ୍ୱାର୍ଥ ସହିତ ଯୋଡ଼ିବା ।

ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ଇଏସଓପିର କାର୍ଯ୍ୟକାରିତା ହେଉଛି ଆମର ଲୋକମାନଙ୍କୁ ବଜାୟ ରଖିବା ଏବଂ ଆମର ପ୍ରଗତିରେ ସେମାନଙ୍କୁ ପ୍ରକୃତ ଅଂଶୀଦାର କରିବା ନେଇ ଆମ ଉଦ୍ଦେଶ୍ୟର ଏକ ସାକ୍ଷ୍ୟ । ଏହା ବ୍ୟତୀତ ଏହା ଆମର ବରିଷ୍ଠ ଦଳର ସ୍ୱାର୍ଥକୁ ଆମର ଦୀର୍ଘକାଳୀନ ଅଭିବୃଦ୍ଧି ଯୋଜନା ସହିତ ଯୋଡ଼ିବାରେ ସାହାଯ୍ୟ କରିବ । କର୍ମଚାରୀମାନଙ୍କୁ ଆମର ସଫଳତାର ଏକ ଅଂଶ ପ୍ରଦାନ କରିବା ସହ ସହଯୋଗ ଏବଂ ସହଭାଗୀ ସଫଳତାର ଏକ ସଂସ୍କୃତି ଆରମ୍ଭ କରିଛୁ । ପ୍ରତ୍ୟେକ ବ୍ୟକ୍ତି କମ୍ପାନୀର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ କରନ୍ତୁ ଏବଂ ଏଥିରୁ ଉପକୃତ ହୁଅନ୍ତୁ, ସେ ଦିଗକୁ ଆମେ ସୁନିଶ୍ଚିତ କରିବୁ ।

ଜିନ୍ଦଲ ଷ୍ଟେନଲେସର ସିଏଚଆରଓ, ଶ୍ରୀ ସୁଶୀଲ ବାଭେଜା କହିଛନ୍ତି, \”ଇଏସଓପି ଆରମ୍ଭ କରି ଆମେ ଆନନ୍ଦିତ । ଆମର ପ୍ରମୁଖ ପ୍ରତିଭାଙ୍କ ପାଇଁ ଧନ ସୃଷ୍ଟିର ଆଉ ଏକ ସୁଯୋଗ । ଏହି ପଦକ୍ଷେପ କେବଳ ଆକର୍ଷିତ କରିବା ଏବଂ ବଜାୟ ରଖିବା ପାଇଁ ନୁହେଁ, ବରଂ ତା\’ସହ ଆମର କର୍ମଚାରୀଙ୍କ ମଧ୍ୟରେ ମାଲିକାନାର ଏକ ଗଭୀର ଭାବନାକୁ ବିକଶିତ କରିବା, ସେମାନଙ୍କ ସ୍ୱାର୍ଥକୁ କମ୍ପାନୀର ସଫଳତା ସହ ସହ ଯୋଡିବା ।

ଏହି ପ୍ରମୁଖ ପଦକ୍ଷେପ କର୍ମଚାରୀଙ୍କ ଅବଦାନକୁ ଚିହ୍ନିବା ଏବଂ ମୂଲ୍ୟ ଦେବା ପାଇଁ କମ୍ପାନୀର ଥିବା ନିଷ୍ଠାକୁ ଆଲୋକିତ କରେ । କର୍ମଚାରୀମାନଙ୍କୁ ଅଂଶୀଦାରରେ ପରିଣତ କରି କମ୍ପାନୀ କେବଳ ଦକ୍ଷତାକୁ ଉତ୍ସାହିତ କରେ ନାହିଁ, ବରଂ ସେମାନଙ୍କ ମଧ୍ୟରେ ମାଲିକାନାର ଏକ ଭାବନା ମଧ୍ୟ ସୃଷ୍ଟି କରେ ।

Leave a Reply

Your email address will not be published. Required fields are marked *