ଜିନ୍ଦଲ ଷ୍ଟେନଲେସ୍ ଯାଜପୁର ଓ ହିସାରରେ ଛାତ ସୋଲାର ପ୍ଲାଂଟ ସ୍ଥାପନା ପାଇଁ ୧୨୦ କୋଟି ବିନିଯୋଗ କରିଛି

ନୂଆଦିଲ୍ଲୀ/ଯାଜପୁର, ୬ ମାର୍ଚ୍ଚ, ୨୦୨୩: ଅଙ୍ଗାରକାମ୍ଳ ପଦଚିହ୍ନକୁ ହ୍ରାସ କରିବା ପାଇଁ ଜିନ୍ଦଲ ଷ୍ଟେନଲେସ୍ ଯାଜପୁରରେ ୨୧ ମେଗାୱାଟ୍ ଓ ହିସାରରେ ୬ ମେଗାୱାଟ୍ କ୍ଷମତା ବିଶିଷ୍ଟ ଛାତ ସୋଲାର ପ୍ଲାଂଟ ସ୍ଥାପନ କରିବାକୁ ଯୋଜନା କରିଛି । ୧୨୦ କୋଟିରୁ ଅଧିକ ପୁଞ୍ଜି ନିବେଶ ସହିତ ଏହି ସୋଲାର ପ୍ଲାଂଟ ସ୍ଥାପନ ପାଇଁ ଉଭୟ ୟୁନିଟରେ ଥିବା ବିଭିନ୍ନ ଉତ୍ପାଦନ ୟୁନିଟର ଛାତ ଗୁଡି଼କ ଚିହ୍ନଟ କରାଯାଇଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ଉଭୟ ପ୍ରକଳ୍ପ ଶେଷ ହେବାର ଯୋଜନା ରହିଛି ।

ଦୁଇଟି ଛାତ ସୋଲାର ପ୍ଲାଂଟ ପ୍ରାୟ ୭୯୫ ମିଲିଅନ୍ ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିବ ଏବଂ ଏହାର ଅଙ୍ଗାରକାମ୍ଳ ଅବରୋଧ ସମ୍ଭାବନା ୨୫ ବର୍ଷ ମଧ୍ୟରେ ୫,୬୪,୪୫୦ ଟନ୍ ହେବ । ପରିବେଶ ସଂରକ୍ଷଣ ବ୍ୟତୀତ ଏହି ଛାତ ସୋଲାର ପ୍ଲାଂଟ ୧୦୮ ଏକର ଜମି, ଯାହାକି ପ୍ଲାଂଟ ଭିତରେ ଭୂମିରେ ସ୍ଥାପନ ହୋଇଥିଲେ ବ୍ୟବହାର ହୋଇଥାଆନ୍ତା, ତାକୁ ରକ୍ଷକରାଯାଇପାରିଛି ।

ଏହି ବିକାଶ ଉପରେ ସୂଚନା ଦେଇ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ, ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ଯେ, \”ଆମର ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମ ଭଳି ଏକ ଟ୍ରପିକାଲ୍ ଦେଶରେ ସୋଲାର ଛାତର ପ୍ଲାଂଟ ବିଦ୍ୟୁତ ଉତ୍ସର ଏକ ଉତମ ବିକଳ୍ପ । ଜିନ୍ଦଲ ଷ୍ଟେନଲେସ୍ ଏହାର ଗୁଣାତ୍ମକ ଉତ୍ପାଦନ ପାଇଁ ସମଗ୍ର ବିଶ୍ୱରେ ପରିଚିତ । ଆମର ଲକ୍ଷ୍ୟ ହେଉଛି ଏହା ସୁନିଶ୍ଚିତ କରିବା ଯେ ଆମର ଅଭିବୃଦ୍ଧି ସର୍ବୋତମ ସ୍ଥାୟୀ ଅଭ୍ୟାସରୁ ଆସୁ ଯାହାକି ସାମାଜିକ ଉନ୍ନତି, ଉତମ ଶାସନ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଡି଼ଜିଟାଲକରଣକୁ କେନ୍ଦ୍ର ରହିଥାଉ ।

ଜିନ୍ଦଲ ଷ୍ଟେନଲେସ୍ ର ହିସାର ୟୁନିଟ୍ ପୂର୍ବରୁ ୪.୧ ମେଗାୱାଟର ଛାତ ସୋଲାର ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିସାରିଛି ଯାହା ୧୧୦.୭ ମିଲିଅନ୍ ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିବାରେ ଏବଂ ୭୮୫୯୭ ଟନ୍ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସକ୍ଷମ ଅଟେ । ଏଭଳି ସ୍ଥାୟୀ ପଦକ୍ଷେପ କାର୍ଯ୍ୟକାରୀ କରି ଏବଂ ଅକ୍ଷୟ ଶକ୍ତି ସମାଧାନ ଗ୍ରହଣ କରି କମ୍ପାନୀ ଏହାର ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ୍ୟ କରିବା ଦିଗରେ ଗୁରତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି । ମୁଖ୍ୟ ସଷ୍ଟେନେବିଲିଟି ଅଫିସର (ସିଏସ୍‌ଓ) ଭଳି ଜଣେ ବରିଷ୍ଠ ପଦବୀ ନୂଆ କରି ଆଣିବାଠାରୁ ଆରମ୍ଭ କରି ହିସାରରେ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଂଟ ସ୍ଥାପନ ପାଇଁ ଭାରତର ପ୍ରଥମ ଷ୍ଟେନଲେସ୍ ଷ୍ଟିଲ୍ କମ୍ପାନୀ ହେବା ପର୍ଯ୍ୟନ୍ତ, ଜିନ୍ଦଲ ଷ୍ଟେନଲେସ୍ ଭାରତକୁ ଅଙ୍ଗାରକାମ୍ଳ ବ୍ୟବହାରରେ ହ୍ରାସ ହୋଇଥିବା ଲକ୍ଷ୍ୟରେ ସାହାଯ୍ୟ କରିଛି । କମ୍ପାନୀ ଆର୍ôଥକ ବର୍ଷ ୨୦୨୨ରେ ସଫଳତାର ସହିତ ଏହାର ଅଙ୍ଗାରକାମ୍ଳ ନିର୍ଗମନକୁ ୧.୪ ଲକ୍ଷ ଟନ୍ ହ୍ରାସ କରିଛି । ଏବେ ଏହା ଯାଜପୁରରେ ଏହାର ପ୍ଲାଂଟ ପାଇଁ ଏକ ୟୁଟିଲିଟି ସ୍କେଲ୍ କ୍ୟାପ୍ଟିଭ୍ ଅକ୍ଷୟ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ‘ରିନ୍ୟୁ ପାୱା’ର୍ ସହିତ ଏକ ଚୁକ୍ତିନାମା କରିଛି । ଏହି ପ୍ରକଳ୍ପ ସୋଲାର ଏବଂ ବାୟୁ ଶକ୍ତି ଉତ୍ପାଦନ ପ୍ରଯୁକ୍ତିର ମିଶ୍ରଣକୁ ବ୍ୟବହାର କରି ବର୍ଷକୁ ୭୦୦ ମିଲିଅନ୍ ୟୁନିଟ୍ ଉତ୍ପାଦନ କରିବ ।

Leave a Reply

Your email address will not be published. Required fields are marked *