ଜିନ୍ଦଲ ଷ୍ଟେନଲେସ୍ ଏହାର ପ୍ରଥମ ମୁଖ୍ୟ ସ୍ଥାୟୀତା ଅଧିକାରୀଙ୍କ ନିଯୁକ୍ତି ସହିତ ନେଟ୍ ଜିରୋ ନିର୍ଗମନ ପାଇଁ ପ୍ରତିବଦ୍ଧ

ଭୁବନେଶ୍ୱର: ପରିବେଶ, ସାମାଜିକ ଓ ଶାସନ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି, ଜିନ୍ଦଲ ଷ୍ଟେନଲେସ୍ ବରିଷ୍ଠ ପଦବୀ ଭାବେ ମୁଖ୍ୟ ସ୍ଥାୟୀତା ଅଧିକାରୀ (ସିଏସଓ) ପଦବୀ ନିଯୁକ୍ତ କରିଛି । କମ୍ପାନୀର ପ୍ରଥମ ସିଏସଓ ଭାବରେ ଶ୍ରୀ କଲ୍ୟାଣ କୁମାର ଭଟ୍ଟାଚାର୍ଜୀ ନିଯୁକ୍ତ ହୋଇଛନ୍ତି । ଶ୍ରୀ ଭଟ୍ଟାଚାର୍ଜୀ ଜିନ୍ଦଲ ଷ୍ଟେନଲେସର ସ୍ଥାୟୀତା ପଦକ୍ଷେପ ପାଇଁ ଦାୟୀ ରହିବେ, ଯେଉଁଥିରେ ବର୍ତମାନର ତଥା ଭବିଷ୍ୟତର କ୍ଷମତା ସମ୍ପ୍ରସାରଣ ଯୋଜନା ପାଇଁ ଡି଼କାର୍ବୋନାଇଜ୍ ପ୍ରୟାସ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ନେଇ ୨୦୫୦ ସୁଦ୍ଧା କମ୍ପାନୀର ନେଟ୍ ଜିରୋ ହାସଲ କରିବାକୁ ଲକ୍ଷ୍ୟ ରଖାଯିବ ।

ଏହି ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ଜିନ୍ଦଲ ଷ୍ଟେନଲେସରେ ସିଏସଓ ପଦବୀ ବ୍ୟବସାୟ ତଥା ବାହାରେ ନିରନ୍ତର ଉତ୍କର୍ଷତା ପାଇଁ ଦିଗ ନିର୍ଦ୍ଧାରିତ କରିବା ପାଇଁ ଏକ ପଦକ୍ଷେପ । ଏକ ଦାୟିତ୍ୱପୂର୍ଣ୍ଣ କର୍ପୋରେଟ ଭାବରେ ସ୍ଥାୟୀ ଉତ୍ପାଦନକୁ ସ୍ଥାନାନ୍ତର କରିବାକୁ ପ୍ରତିବଦ୍ଧ, ଆମେ ସଚେତନତା ସହ ଆମର କାର୍ବନ ଏମିସନକୁ ହ୍ରାସ କରିବାକୁ ପଦକ୍ଷେପ ନେଇଛୁ । ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଆମେ ଆର୍ôଥକ ବର୍ଷ ୨୦୨୨ରେ ୧.୪ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ହ୍ରାସ କରିଛୁ । ଅକ୍ଷୟ ଶକ୍ତି , ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନରେ ବିନିଯୋଗଠାରୁ ଆରମ୍ଭ କରି ଆମର ଉତ୍ପାଦନ କାରଖାନାରେ ଇଭି ପ୍ରବର୍ତନ ପର୍ଯ୍ୟନ୍ତ, ଆମେ ନିରନ୍ତର ଏକ ଇକୋସିଷ୍ଟମ୍ ନିର୍ମାଣ କରୁଛୁ ଯାହା ଆମର ପରିବେଶ, ସାମାଜିକ ଓ ଶାସନର ଲକ୍ଷ୍ୟକୁ ସମର୍ଥନ କରେ ।

ଜିନ୍ଦଲ ଷ୍ଟେନଲେସର ମୁଖ୍ୟ ସ୍ଥାୟୀତା ଅଧିକାରୀ ଶ୍ରୀ କଲ୍ୟାଣ କୁମାର ଭଟ୍ଟାଚାର୍ଜୀ ନିଜର ଭୂମିକା ବିଷୟରେ କହିଛନ୍ତି, \”ଆରମ୍ଭରୁ ଜିନ୍ଦଲ ଷ୍ଟେନଲେସର ଅପରେସନ୍ ଏବଂ ସମ୍ପ୍ରସାରଣ ଯୋଜନାରେ ସ୍ଥାୟୀତା ଶୀର୍ଷରେ ରହିଛି । ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନ ପାଇଁ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଂଟ ସ୍ଥାପନ କରିବାରେ ଆମେ ଭାରତର ପ୍ରଥମ ଷ୍ଟେନଲେସ୍ ଷ୍ଟିଲ୍ କମ୍ପାନୀ । ଆମେ କ୍ରମାଗତ ଭାବରେ ନିମ୍ନ କାର୍ବନ ଟେକ୍ନୋଲୋଜି, ପୁନଃ ବ୍ୟବହାର ପ୍ରକ୍ରିୟା, ଡି଼ଜିଟାଲାଇଜେସନ୍ ଏବଂ ଶକ୍ତି ଦକ୍ଷତା ପ୍ରକଳ୍ପ ପାଇଁ ପ୍ରକ୍ରିୟା ନବୀକରଣରେ ବିନିଯୋଗ କରୁଛୁ । ଏକ ସ୍ଥାୟୀ ଭବିଷ୍ୟତକୁ ଯିବାବେଳେ ମୋତେ ଏହି ଦାୟିତ୍ୱ ଦେଇଥିବାରୁ ମୁଁ କମ୍ପାନୀକୁ କୃତଜ୍ଞତା ଜଣାଉଛି । ”

ଶ୍ରୀ ଭଟ୍ଟାଚାର୍ଜୀ ୧୫ ବର୍ଷରୁ ଅଧିକ ସମୟ ଧରି ଜିନ୍ଦଲ ଷ୍ଟେନଲେସ ସହିତ ଜଡ଼ିତ ଅଛନ୍ତି । ଜିନ୍ଦଲ ଷ୍ଟେନଲେସରେ ତାଙ୍କର ନୂତନ ଭୂମିକା ପୂର୍ବରୁ ସେ କମ୍ପାନୀରେ ଶକ୍ତି ଏବଂ ଇଏସଜିର ଉପସଭାପତି ଥିଲେ । ଉପସଭାପତି ଭାବରେ ସେ ଏଂଟରପ୍ରାଇଜ୍ ଇଏସଜି ରୂପାନ୍ତରିକରଣ, ଇସ୍ପାତ ଉତ୍ପାଦନରେ ଅଙ୍ଗାରକାମ୍ଳ ନିରପେକ୍ଷତା, ଡି଼କାରବୋନାଇଜେସନ୍ ପଥ ଏବଂ ସ୍ଥିରତା ପାଇଁ ନେତୃତ୍ୱ ନେଇଛନ୍ତି ।ଶ୍ରୀ ଭଟ୍ଟାଚାର୍ଜୀଙ୍କ ଇସ୍ପାତ ଶିଳ୍ପରେ ପ୍ରାୟ ତିନି ଦଶନ୍ଧିର ଅଭିଜ୍ଞତା ରହିଛି ।

ଜିନ୍ଦଲ ଷ୍ଟେନଲେସ୍ କ୍ରମାଗତ ଭାବରେ ଏହାର ଅଙ୍ଗାରକାମ୍ଳ ନିର୍ଗମନକୁ ମୂଲ୍ୟାଙ୍କନ କରୁଛି । ନିକଟରେ ଯାଜପୁରରେ ଏହାର କାରଖାନା ପାଇଁ ଏକ ୟୁଟିଲିଟି-ସ୍କେଲ୍ କ୍ୟାପ୍ଟିଭ୍ ଅକ୍ଷୟ ଶକ୍ତି ପ୍ରକଳ୍ପର ବିକାଶ ପାଇଁ କମ୍ପାନୀ ସର୍ବବୃହତ ଅକ୍ଷୟ ଶକ୍ତି କମ୍ପାନୀ ରେନ୍ୟୁ ପାୱାର ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହି ପ୍ରକଳ୍ପ ସୌରଶକ୍ତି ଏବଂ ପବନଶକ୍ତି ଉତ୍ପାଦନ ପ୍ରଯୁକ୍ତିର ମିଶ୍ରଣ ବ୍ୟବହାରକରି ବର୍ଷକୁ ୭୦୦ନିୟୁତ ୟୁନିଟ୍ ଉତ୍ପାଦନ କରିବ । ହିସାରରେ ଏକ ଗ୍ରୀନ୍ ହାଇଡ୍ରୋଜେନ ନିର୍ମାଣ ପାଇଁ ଜିନ୍ଦଲ ଷ୍ଟେନଲେସ୍ ହାଇଜେନକୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ସହ ମଧ୍ୟ ସହଭାଗ ରହିଛି ଯାହା ଅଙ୍ଗାରକାମ୍ଳ ହ୍ରାସ କରିବାରେ ଯଥେଷ୍ଟ ସହଯୋଗ କରିବ । ଜିନ୍ଦଲ ଷ୍ଟେନଲେସ୍ ଭାରତର ମଧ୍ୟ ୨୦୭୦ ସୁଦ୍ଧା ନେଟ୍ ଜିରୋ ହାସଲ କରିବା ପାଇଁ ଲକ୍ଷ୍ୟକୁ ନଜରରେ ରଖି ଏପରି ସହଭାଗିତା ଆରମ୍ଭ କରୁଛି ।

Leave a Reply

Your email address will not be published. Required fields are marked *