ଭାରତରେ ପ୍ରଥମ ସବୁଜ ହାଇଡ୍ରୋଜେନ ଶୁଭାରମ୍ଭ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍) : ମାର୍ଚ୍ଚ ୪, ୨୦୨୪: ଜିନ୍ଦଲ ଷ୍ଟେନଲେସ (ଜେଏସଏଲ) ଆଜି ହରିୟାଣାର ହିସାରରେ ଥିବା ଷ୍ଟେନଲେସ ଷ୍ଟିଲ ପ୍ଲାଂଟରେ ସବୁଜ ହାଇଡ୍ରୋଜେନର ପ୍ରଥମ ବ୍ୟବହାର ଆରମ୍ଭ କରିଛି ଏବଂ ସ୍ଥିରତା ପ୍ରତି ପ୍ରତିବଦ୍ଧତା ଏବଂ ନେଟ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଭାରତର ଲକ୍ଷ୍ୟ ଅନୁଯାୟୀ ଉଦ୍ୟମ ଆରମ୍ଭ କରିଛି ।ନିରନ୍ତର ବିକାଶ ଦିଗରେ କମ୍ପାନୀର ପ୍ରତିବଦ୍ଧତା ଏବଂ ଭାରତର ନେଟ୍ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ । ଇସ୍ପାତ ମନ୍ତ୍ରଣାଳୟର ଶାସନ ସଚିବ ଶ୍ରୀ ନାଗେନ୍ଦ୍ର ନାଥ ସିହ୍ନା, ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ ଓ ହାଇଜେନକୋ ଗ୍ରୀନ ଏନର୍ଜି (ବୈଷୟିକ ସହଭାଗୀ)ର ସିଇଓ ଶ୍ରୀ ଅମିତ ବଂଶଲଙ୍କ ଉପସ୍ଥିତିରେ ମାନ୍ୟବର ଇସ୍ପାତ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରୁ ଭର୍ଚୁଆଲ୍ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ।
ଏହି ପଦକ୍ଷେପକୁ ପ୍ରଶଂସା କରି ମାନ୍ୟବର କେନ୍ଦ୍ର ଇସ୍ପାତ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, “ଷ୍ଟେନଲେସ ଷ୍ଟିଲ କ୍ଷେତ୍ରରେ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ କାରଖାନା ଆରମ୍ଭ କରିଥିବାରୁ ମୁଁ ଉଭୟ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ଏବଂ ହାଇଜେନକୋକୁ ଅଭିନନ୍ଦନ ଜଣାଉଛି । ଏହି ସବୁଜ ହାଇଡ୍ରୋଜେନ ପଦକ୍ଷେପ ଇସ୍ପାତ କ୍ଷେତ୍ରକୁ ଅଧିକ ସବୁଜ ଏବଂ ସ୍ଥାୟୀ କରିବ । ୨୦୭୦ସୁଦ୍ଧା ନେଟ୍ ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଅନୁଯାୟୀ ଇସ୍ପାତ କ୍ଷେତ୍ରଏକ ସବୁଜ ଭବିଷ୍ୟତ ପାଇଁ ନବୋନ୍ମେଷ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି ।”
ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀ ନାଗେନ୍ଦ୍ର ନାଥ ସିହ୍ନା ଏହା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ସବୁଜ ହାଇଡ୍ରୋଜେନ ଟେକ୍ନୋଲୋଜିରେ ଜିନ୍ଦଲ ଷ୍ଟେନଲେସରଦୀର୍ଘମିଆଦୀ ପ୍ରତିବଦ୍ଧତାର ନିଷ୍ପତି, ଏହାର ପରିବେଶ ଦାୟିତ୍ୱ ସହ ଭବିଷ୍ୟତ ଚିନ୍ତାଧାରାକୁ ପ୍ରତିଫଳିତ କରୁଛି । ହାଇଡ୍ରୋଜେନ ଉତ୍ପାଦନ ପାଇଁ ଅକ୍ଷୟ ଶକ୍ତି ଉତ୍ସଗୁଡିକର ବ୍ୟବହାର କରି ଆମେ କେବଳ ଆମର ଅଙ୍ଗାରକାମ୍ଳ ପଦଚିହ୍ନ ହ୍ରାସ କରୁନାହୁଁ ବରଂ ଆମ ଶକ୍ତି ମିଶ୍ରଣରେ ବିବିଧତା ଆଣିବା ସହ ଶକ୍ତି ନିରାପତାକୁ ବଢାଇ ପାରିବା । ”
ଏହି ପ୍ରକଳ୍ପକୁ ନେଇ ଆଶାବାଦୀ ଥିବା ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ସଷ୍ଟେନେବଲିଟି ପାଇଁ ଆମର ପ୍ରତିବଦ୍ଧତା ଏହି ପାଇଲଟ୍ ପ୍ରୋଜେକ୍ଟରୁ ଉର୍ଦ୍ଧ୍ୱରେ । ଏହା କେବଳ ଆରମ୍ଭ ମାତ୍ର; ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନର ଅନ୍ୟାନ୍ୟ ପ୍ରକ୍ରିୟାରେ ସଫଳ ପ୍ରୟୋଗକୁ ଦୃଷ୍ଟିରେ ରଖି ଆମେ ଏହାକୁ ବଢ଼ାଇବୁ । ଆମେ ଅନୁଭବ କରୁ ଯେ ସଷ୍ଟେନେବଲିଟି କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏକ ଯାତ୍ରା, ଯାହା ନିରନ୍ତର ପ୍ରୟାସ ଏବଂ ନୂତନତ୍ୱ ଆବଶ୍ୟକ କରେ । ”
ଏହି ଅବସରରେ ହାଇଜେନକୋର ସିଇଓ ଶ୍ରୀ ଅମିତ ବଂସଲ୍ କହିଛନ୍ତି, “ବିଶ୍ୱରେ ସବୁଜ ହାଇଡ୍ରୋଜେନ ବିପ୍ଳବକୁ ତ୍ୱରାନ୍ୱିତ କରିବାରେ ଏହା ଏକ ଅଦ୍ୱିତୀୟ ସଫଳତା । ଏହା ମଧ୍ୟ ବିଭିନ୍ନ କ୍ଷେତ୍ରରେ ସବୁଜ ହାଇଡ୍ରୋଜେନକୁ ବୃହତ ପରିମାଣରେ ଆପଣେଇ ଶକ୍ତି ପରିବର୍ତନ ଦିଗରେ ଆମର ପ୍ରତିବଦ୍ଧତାକୁ ଉତ୍ସାହ ପ୍ରଦାନ କରିବ ।”
ସବୁଜ ହାଇଡ୍ରୋଜେନ୍ ସମାଧାନ ନିୟୋଜନ କରିବାରେ ବିଶ୍ୱସ୍ତରୀୟ ଅଗ୍ରଣୀ ହାଇଜେନକୋ ଗ୍ରୀନ୍ ଏନର୍ଜିଜ୍ ପ୍ରାଇଭେଟ ଲିମିଟେଡ୍ ସହ ମିଶି ଏହି ଅତ୍ୟାଧୁନିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ପ୍ଲାଂଟ ପ୍ରତିଷ୍ଠା କରାଯାଇଛି । ୩୫୦ ଏନଏମ୩/ଘଂଟା କ୍ଷମତା ବିଶିଷ୍ଟ କ୍ଷାରୀୟ ବାଇପୋଲାର ଇଲେକ୍ଟ୍ରୋଲାଇଜର ଉତ୍ସର୍ଗୀକୃତ ସୌର ଶକ୍ତି ଓ ଷ୍ଟୋରେଜ ବ୍ୟବହାର କରି ସବୁଜ ହାଇଡ୍ରୋଜେନର ଘଂଟା ପ୍ରତି ହାରାହାରି ୯୦ ଏନଏମ୩ ରାଉଣ୍ଡ ଦ କ୍ଲକ୍ ଯୋଗାଣକୁ ସୁନିଶ୍ଚିତ କରିବ । ଏହି ସୁବିଧା ଦ୍ୱାରା ୨୦ ବର୍ଷ ମଧ୍ୟରେ ପ୍ରାୟ ୫୪ ହଜାର ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏହା ଏକ ଦୀର୍ଘକାଳୀନ କ୍ରୟ ଚୁକ୍ତି ଉପରେ ଆଧାରିତ ।
ହାଇଡ୍ରୋଜେନ୍ ଉତ୍ପାଦନ, ଅକ୍ଷୟ ଶକ୍ତି ଉତ୍ପାଦନ, ଷ୍ଟେଟ୍ ଅଫ୍ ଚାର୍ଜ, ଚାପ, ତାପମାତ୍ରା ଉପରେ ନଜର ରଖିବା ପାଇଁ ଏଥିରେ ଏକ ବିସ୍ତୃତ ମନିଟରିଂ ବ୍ୟବସ୍ଥା ଅଛି । ହାଇଜେନକୋର ଟେକ୍ନୋଲୋଜି ହାଇଡ୍ରୋଜେନ୍ ଉତ୍ପାଦନ ବୃଦ୍ଧି କରିବ ଏବଂ ମୂଲ୍ୟ-ପ୍ରତିଦ୍ୱନ୍ଦୀ ହାଇଡ୍ରୋଜେନ୍ ବିତରଣ କରିବ ।
ଶକ୍ତି ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳ ଥିବା ଭାରତ ଗତ ବର୍ଷ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ସମ୍ପର୍କରେ ଘୋଷଣା କରିଥିଲା । ୨୦୩୦ ସୁଦ୍ଧା ପାଂଚ ନିୟୁତ ଟନ୍ ସବୁଜ ହାଇଡ୍ରୋଜେନ ଉତ୍ପାଦନ କରିବାକୁ ଏହି ମିଶନ ଯୋଜନା କରିଛି ।
ଜିନ୍ଦଲ ଷ୍ଟେନଲେସ୍ ଏହାର ଡିକାର୍ବୋନାଇଜେସନ୍ ପ୍ରୟାସରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଦୁବାଇରେ ଆୟୋଜିତ ମିଳିତ ଜାତିସଂଘ ସିଓପି୨୮ ଶିଖର ସମ୍ମିଳନୀରେ ଇସ୍ପାତ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିମନ୍ତ୍ରଣ କ୍ରମେ କମ୍ପାନୀ ଇଣ୍ଡିଆ ପାଭିଲିୟନରେ ଏହାର ପଦକ୍ଷେପକୁ ପ୍ରଦର୍ଶନ କରିଛି । ବିଗତ ଦୁଇ ଆର୍ôଥକ ବର୍ଷରେ ( ଆର୍ôଥକ ବର୍ଷ୨୨ ଏବଂ ଆର୍ôଥକ ବର୍ଷ୨୩) ପ୍ରାୟ ୨୪୦,୦୦୦ ଟନ୍ ଅଙ୍ଗାରକାମ୍ଲ ହ୍ରାସ ସହିତ ଜିନ୍ଦଲ ଷ୍ଟେନଲେସ୍ ୨୦୩୫ ପୂର୍ବରୁ ୫୦% କାର୍ବନ ନିର୍ଗମନ ହ୍ରାସର ମଧ୍ୟମ ଲକ୍ଷ୍ୟ ହାସଲ କରିବା ଏବଂ ୨୦୫୦ ସୁଦ୍ଧା ନେଟ୍ ଜିରୋ ହାସଲ ଦିଗରେ ଅଗ୍ରସର ।