କୋପ-୨୮ ସମ୍ମିଳନୀରେ ଜିନ୍ଦଲ ଷ୍ଟେନଲେସ : ୨୦୩୫ ପୂର୍ବରୁ ୫୦% କାର୍ବନ ନିର୍ଗମନ ହ୍ରାସର ମଧ୍ୟ-ମିଆଦି ଲକ୍ଷ୍ୟ ହାସଲ କରିବାକୁ ସ୍ଥିର କରିଛି


ପ୍ରତିବର୍ଷ ୧୫ ଲକ୍ଷ ଟନ୍ କାର୍ବନ ନିର୍ଗମନକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବିଭିନ୍ନ ପ୍ରକଳ୍ପରେ କମ୍ପାନୀ ପ୍ରାୟ ୭୦୦ କୋଟି ଟଙ୍କା ବିନିଯୋଗ କରିବ

ଭୁବନେଶ୍ୱର, ଡିସେମ୍ବର ୮, ୨୦୨୩: ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ଏହାର ୫୦ ପ୍ରତିଶତ କାର୍ବନ ନିର୍ଗମନ ହ୍ରାସର ମଧ୍ୟ-ମିଆଦି ଲକ୍ଷ୍ୟକୁ ୨୦୩୫ର ଯଥେଷ୍ଟ ପୂର୍ବରୁ ହାସଲ କରିବାକୁ ସ୍ଥିର କରିଛି । ପ୍ରଥମ ଥର ପାଇଁ ସମ୍ମାନଜନକ ମିଳିତ ଜାତିସଂଘର କୋପ-୨୮ ଜଳବାୟୁ ସମ୍ମିଳନୀରେ ଉପସ୍ଥିତ ରହି ଜିନ୍ଦଲ ପକ୍ଷରୁ ସୂଚନା ଦିଆଯାଇଛି ।

ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ନିମନ୍ତ୍ରିତ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ ଦୁବାଇର ଇଣ୍ଡିଆ ପାଭିଲିଅନରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ପାର୍ଶ୍ୱ କାର୍ଯ୍ୟକ୍ରମରେ କମ୍ପାନୀର ଡିକାର୍ବୋନାଇଜେସନ୍ ପଦକ୍ଷେପଗୁଡ଼ିକ ପ୍ରଦର୍ଶନ କରିଥିଲା । \”ଶକ୍ତି, ଶିଳ୍ପ / ଟ୍ରାନ୍ସମିସନ୍ / ଆଦିମ ଜନଜାତିର ବିଷୟବସ୍ତୁ ଦିବସ ସହିତ ସମକକ୍ଷ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଷଷ୍ଠ ଦିବସରେ \”କାର୍ବନମୁକ୍ତ ଭବିଷ୍ୟତ: ଭାରତୀୟ ଇସ୍ପାତ କ୍ଷେତ୍ରର ରୂପାନ୍ତରଣ\” ଶୀର୍ଷକ କାର୍ଯ୍ୟକ୍ରମ ପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟକୁ ନୋଡାଲ ମନ୍ତ୍ରଣାଳୟ ଭାବେ ନିଯୁକ୍ତ କରାଯାଇଥିଲା ।

ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “କୋପ-୨୮ କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ଦ୍ୱାରା ଆମନ୍ତ୍ରିତ ହୋଇଥିବାରୁ ଆମେ ନିଜକୁ ଭାଗ୍ୟବାନ୍ ମନେ କରୁଛୁ । ଆମର ଡିକାର୍ବୋନାଇଜେସନ୍ ପ୍ରୟାସକୁ ନେଇ ଆମେ ଗର୍ବିତ, ଏବଂ ଏହି ସମ୍ମାନନୀୟ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରୁଛୁ । ପ୍ରତିବର୍ଷ ୧୫ ଲକ୍ଷ ଟନ୍ କାର୍ବନ ନିର୍ଗମନ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭିନ୍ନ ସ୍ଥିରତା ପ୍ରକଳ୍ପରେ ଆମେ ୭୦୦ କୋଟି ଟଙ୍କା ବିନିଯୋଗ କରୁଛୁ । ଉନ୍ନତ ଶ୍ରେଣୀର ଟେକ୍ନୋଲୋଜି, ନବସୃଜନ, ଗବେଷଣାରେ ପୁଞ୍ଜି ବିନିଯୋଗ, ଉଚ୍ଚ ଶ୍ରେଣୀର ଷ୍ଟେନଲେସ୍ ଷ୍ଟିଲ୍ ସମାଧାନ ପ୍ରଦାନ ପାଇଁ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଆଣିବା ସହିତ ଆମେ ଏକ ଆଧୁନିକ, ସ୍ଥାୟୀ ବିଶ୍ୱ ଗଠନରେ ସହଭାଗୀ ହେବାକୁ ପ୍ରଚେଷ୍ଟା କରୁଛୁ ।”

ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଜିନ୍ଦଲ ଷ୍ଟେନଲେସର ମୁଖ୍ୟ ସଷ୍ଟେନେବିଲିଟି ଅଧିକାରୀ, ଶ୍ରୀ କଲ୍ୟାଣ ଭଟ୍ଟାଚାର୍ଜୀ ଇସ୍ପାତ ତିଆରି କାର୍ବନ ହ୍ରାସ କରିବାରେ ଏକ କଷ୍ଟକର ସେକ୍ଟର ହେବା ସତ୍ୱେ କମ୍ କାର୍ବନ ପଥ ପ୍ରତିଷ୍ଠା କରିବାରେ, ଏହି କ୍ଷେତ୍ରର ଅଗ୍ରଣୀ କମ୍ପାନୀ ଭାବେ ସଂସ୍ଥାର ନିରନ୍ତର ଉଦ୍ୟମ ବିଷୟରେ ବର୍ଣ୍ଣନା କରିଥିଲେ ।

\”ଆମର କାର୍ବନ ଫୁଟ୍ ପ୍ରିଂଟ ହ୍ରାସ କରିବା ପାଇଁ ଆମେ ଆଭ୍ୟନ୍ତରୀଣ ଉନ୍ନତି ଏବଂ ବାହ୍ୟ ଅଂଶୀଦାରମାନଙ୍କ ସହ ଟାଇ-ଅପ୍ ଭଳି ଅନେକ ପଦକ୍ଷେପ ଗ୍ରହଣ କରିଛୁ । ୨୦୫୦ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ପୂରଣ କରିବା ପାଇଁ ଆମର ଡିକାର୍ବୋନାଇଜେସନ୍ ପଦକ୍ଷେପଗୁଡ଼ିକୁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ କରିଛୁ । ଆମେ ଡିଜିଟାଲାଇଜେସନ ପ୍ଲାଟଫର୍ମ ମାଧ୍ୟମରେ ତଥ୍ୟ ପରିଚାଳନା କରୁଛୁ, ଯାହା ସ୍ୱୟଂଚାଳିତ ଭାବରେ ଆମର ଇଆରପି ସିଷ୍ଟମ୍ ଏସଏପି ଏସ୪ ହାନାରୁ ଉତ୍ପାଦନ, ଶକ୍ତି, ସାମଗ୍ରୀ ବ୍ୟବହାର ଏବଂ କାର୍ବନ ନିର୍ଗମନ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଥାଏ । ଏହା ଜିଏଚଜି ଆକାଉଂଟିଙ୍ଗ ଏବଂ ରିପୋର୍ଟର ସଠିକତା ଏବଂ ସ୍ୱଚ୍ଛତା ପାଇଁ ସାହାଯ୍ୟ କରେ । ଆମର ସମସ୍ତ ସମ୍ପ୍ରସାରଣ ପ୍ରକଳ୍ପଗୁଡିକ ସ୍ୱଚ୍ଛ ଶକ୍ତି ଉତ୍ସ ଦ୍ୱାରା ଚାଳିତ । ଏହା ବ୍ୟତୀତ ଆମର ଭେଣ୍ଡର ମାନଙ୍କୁ ସଷ୍ଟେନେବଲ ପ୍ରଣାଳୀ ଗ୍ରହଣ କରିବା ସହ ତଥ୍ୟ ସଂଗ୍ରହ ଏବଂ ରିପୋର୍ଟିଂ ପ୍ରୋଟୋକଲଗୁଡ଼ିକୁ ଉନ୍ନତ କରିବା ପାଇଁ ପ୍ରୋତ୍ସାହିତ କରୁଅଛୁ,\” କହିଥିଲେ ଶ୍ରୀ ଭଟ୍ଟାଚାର୍ଜୀ ।

ଏହି ପ୍ରୟାସରେ ସୌରଶକ୍ତି ଏବଂ ପବନ, ସବୁଜ ହାଇଡ୍ରୋଜେନ, ସ୍କ୍ରାପ୍ ବ୍ୟବହାରକୁ ବଢାଇବା, ବର୍ଜ୍ୟ ଉତାପ ସଂଗ୍ରହ, ଇନ୍ଧନ ପ୍ରତିସ୍ଥାପନ, ଭାସମାନ ସୌର ଶକ୍ତି ପ୍ଲାଂଟ , ଛାତ ଉପର ସୋଲାର ପ୍ଲାଂଟ, ବୈଦ୍ୟୁତିକ ଯାନ ବ୍ୟବହାର, ପ୍ରାକୃତିକ ଗ୍ୟାସ ଭଳି ଅକ୍ଷୟ ଶକ୍ତି ଅନ୍ତର୍ଭୁକ୍ତ । ୧୦୦ ମେଗାୱାଟ ପବନ-ସୋଲାର ହାଇବ୍ରିଡ ଆରଇ ରାଉଣ୍ଡ-କ୍ଲକ୍ ପ୍ରକଳ୍ପ ପାଇଁ ରିନ୍ୟୁ ପାୱାର ସହିତ ସ୍ୱାକ୍ଷର ହୋଇଥିବା ଏମଓୟୁ ଯାହାକି ୨୦୨୪ରେ କାର୍ଯ୍ୟକାରୀ ହେବ , ପ୍ରାୟ ୩୦୦ ମେଗାୱାଟ ସାମଗ୍ରିକ କ୍ଷମତା ହାସଲ ପାଇଁ ଆଲୋଚନା ପରିସରରେ ଥିବା ଏବଂ ସବୁଜ ହାଇଡ୍ରୋଜେନ୍ ପ୍ଲାଂଟ ଇତ୍ୟାଦି ଆମର ମଧ୍ୟ-ମିଆଦି ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।

ଏହାର ନେଟ୍ ଜିରୋ ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧତା ଅନୁଯାୟୀ, ଜିନ୍ଦଲ ଷ୍ଟେନଲେସ୍ ଆଜି ସାର୍ବଜନୀନ ଡୋମେନରେ କର୍ପୋରେଟ୍ ସ୍ଥିରତା ଉପରେ ଏହାର କ୍ଷୁଦ୍ର ଚଳଚ୍ଚିତ୍ର ରିଲିଜ କରିଛି । ମଙ୍ଗଳବାର କୋପ-୨୮ ଇଭେଂଟରେ ଖେଳାଯାଇଥିବା ଏହି ଫିଲ୍ମକୁ ଏଠାରେ ଦେଖାଯାଇପାରିବ । ନଭେମ୍ବର ୩୦ରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେଉଥିବା ଜାତିସଂଘର କନଫେଡେରେସନ୍ ଅଫ୍ ପାର୍ଟିସ୍ ବା କୋପ-୨୮ରେ ପ୍ରାୟ ୨୦୦ ଟି ଦେଶର ରାଷ୍ଟ୍ରମୁଖ୍ୟ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସମ୍ମିଳିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *