ଜିନ୍ଦଲ ଆଡଭାନ୍ସଡ ମ୍ୟାଟେରିଆଲ୍ସ ୨୫୦ ଏକର ବ୍ୟାପ୍ତ ପ୍ଲାଂଟରେ ୧୦୦୦ କୋଟି ଟଙ୍କା ନିବେଶ କରିବା ପାଇଁ ତାମିଲନାଡୁ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛି

ଭୁବନେଶ୍ୱର, ଜାନୁଆରୀ ୯, ୨୦୨୪: ଜିନ୍ଦଲ ଆଡଭାନ୍ସଡ ମ୍ୟାଟେରିଆଲ୍ସ ପ୍ରାୟ ୧୦୦୦ କୋଟି ଟଙ୍କା ନିବେଶ କରି ଦକ୍ଷିଣ ଭାରତରେ ଏହାର ପ୍ରଥମ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ପାଇଁ ତାମିଲନାଡୁ ସରକାରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରିଛି । ୨୫୦ ଏକର ପରିସରରେ ବ୍ୟାପିଥିବା ଏହି ଅତ୍ୟାଧୁନିକ ପ୍ଲାଂଟ ତ୍ରିଚିରେ ସ୍ଥାପନ ହେବ ଏବଂ ପ୍ରାୟ ୩୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ।
ଚେନ୍ନାଇରେ ଆୟୋଜିତ ଦୁଇ ଦିନିଆ ବୈଶ୍ୱିକ ନିବେଶକ ସମ୍ମିଳନୀରେ ଜାମର ନିର୍ଦ୍ଦେଶକ, ଶ୍ରୀ ସି ପି ଅଗ୍ରୱାଲ ଏବଂ ତାମିଲନାଡୁ ସରକାରଙ୍କ ଗାଇଡାନ୍ସ, ଶିଳ୍ପ, ନିବେଶ ପ୍ରୋତ୍ସାହନ ଓ ବାଣିଜ୍ୟ ବିଭାଗର ଏମଡି ଓ ସିଇଓ, ଶ୍ରୀ ଭି ବିଷ୍ଣୁ (ଆଇଏଏସ୍) ମିଳିତ ଭାବେ ସୋମବାର ଦିନ ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି । ତାମିଲନାଡୁର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀ ଏମ କେ ଷ୍ଟାଲିନ, ତାମିଲନାଡୁର ମାନ୍ୟବର ରାଜ୍ୟ ଶିଳ୍ପ ମନ୍ତ୍ରୀ ଡ. ଟି ଆର ବି ରାଜା; ତାମିଲନାଡୁର ମୁଖ୍ୟ ଶାସନ ସଚିବ ଶ୍ରୀ ଶିବ ଦାସ ମୀନା ପ୍ରମୁଖ ଏହି ସମାବେଶରେ ଉପସ୍ଥିତ ଥିଲେ ।
ଜାମ ଏହାର ପ୍ଲାଂଟରେ ଅଭିନବ କମ୍ପୋଜିଟ୍ ସାମଗ୍ରୀ ଉତ୍ପାଦନ କରିବ, ଯାହାକି ସାରା ଭାରତରେ କମ୍ପାନୀର ଚତୁର୍ଥ ପ୍ଲାଂଟ । ଏମଓୟୁ ଅନୁଯାୟୀ, ତାମିଲନାଡୁ ସରକାର ଆବଶ୍ୟକ ଭିତିଭୂମି ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଅବସରରେ ଜାମର ନିର୍ଦ୍ଦେଶକ ଶ୍ରୀ ସି ପି ଅଗ୍ରୱାଲ କହିଛନ୍ତି, “ଦକ୍ଷିଣ ଭାରତରେ ଆମର ଗ୍ରାହକ ସେବା ଅଭିଜ୍ଞତାକୁ ବୃଦ୍ଧି କରିବାରେ ଏହି ଏମଓୟୁ ର ପ୍ରମୁଖ ଭୂମିକା ରହିଛି । ତାମିଲନାଡୁର ସୁଦୃଢ଼ ଭିତିଭୂମି, ଅଧିକ ବାଣିଜ୍ୟ ସୁଯୋଗ ପାଇଁ ତ୍ରିଚିର ବନ୍ଦରଠାରୁ କମ ଦୂରତା, ଏବଂ ଭିତିଭୂମି ଏବଂ ଏରୋସ୍ପେସ୍ କ୍ଷେତ୍ରରେ ଥିବା ଇକୋସିଷ୍ଟମ ଆମର ପ୍ରତିବଦ୍ଧତାକୁ ଆହୁରି ଭଲ ଭାବେ ବିସ୍ତାର କରିବାକୁ ସକ୍ଷମ କରିବ । ବିଭିନ୍ନ ପଦକ୍ଷେପ ମାଧ୍ୟମରେ ନିରନ୍ତର ବିକାଶ ଏବଂ ବୈଷୟିକ ଜ୍ଞାନକୌଶଳର ବିକାଶ ଉପରେ ଆମେ ଗୁରୁତ୍ୱ ଦେଉଅଛୁ ।\”
ଏହି ବିକାଶ ଉପରେ ମନ୍ତବ୍ୟ ଦେଇ ତାମିଲନାଡୁ ସରକାରଙ୍କ ବାଣିଜ୍ୟ ବିଭାଗର ଏମଡି ଏବଂ ସିଇଓ ଶ୍ରୀ ଭି ବିଷ୍ଣୁ (ଆଇଏଏସ୍) କହିଛନ୍ତି, “ଆମ ଲକ୍ଷ୍ୟକୁ ବୁଝିଥିବାରୁ ମୁଁ ନିବେଶକ, ଚିନ୍ତାନାୟକ , ନୀତି ନିର୍ମାତା ଏବଂ ବୁଦ୍ଧିଜୀବୀଙ୍କ ନିକଟରେ କୃତଜ୍ଞ । ତାମିଲନାଡୁ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୪ର ସଫଳତାରେ ଆମ ଉଦ୍ଦେଶ୍ୟ ଓ ଦୂରଦୃଷ୍ଟି ପ୍ରତିଫଳିତ ହୋଇଛି । ତାମିଲନାଡୁ ପ୍ରତିରକ୍ଷା ଶିଳ୍ପ କରିଡରରେ ଭିତିଭୂମି ଏବଂ ଏରୋସ୍ପେସରେ ଅଧିକ ଶିଳ୍ପ ଅଛି ଏବଂ ଜାମ ମଧ୍ୟ ଏହା ଉପରେ ଧ୍ୟାନ ଦେଉଛି । ଦକ୍ଷିଣ ଭାରତର ବାକି ଅଂଚଳ ସହ ତାମିଲନାଡୁର କେନ୍ଦ୍ରୀୟ ସଂଯୋଗକୁ ଦୃଷ୍ଟିରେ ରଖି ଜାମ ସହିତ ଏହି ଏମଓୟୁ ସହରର ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ପ୍ରସ୍ତୁତ ଅଛି ।”
ବୈଶ୍ୱିକ ସ୍ତରରେ କମ୍ପୋଜିଟଗୁଡିକ ସେମାନଙ୍କର ବିଭିନ୍ନ ସୁବିଧା ଯେପରିକି ତିନି ଗୁଣ ହାଲୁକା, ଦୁଇଗୁଣ ଶକ୍ତିଶାଳୀ, କ୍ଷୟ-ପ୍ରତିରୋଧକ ଏବଂ ଅଣ-ପରିବାହୀ ଇତ୍ୟାଦି ଯୋଗୁଁ ଆଦୃତ ହେଉଛି ।