ନଗର ବିଜେପି ପକ୍ଷରୁ ଜଟଣୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଜଟଣୀ : ୧୪/୦୧ ବର୍ତ୍ତମାନ ଜଟଣୀ ତହସିଲ ଅଫିସ ପାଲଟିଛି ଅଘୋଷିତ ବିଜେଡି ପାର୍ଟି ଅଫିସ। ଜଟଣୀ ତହସିଲଦାର ଏବେ ସାଜିଛନ୍ତି ବିଜେଡିର ତଥାକଥିତ ଏଜେଣ୍ଟ।
ଦୀର୍ଘ ୨୦ ବର୍ଷ ଶାସନକାଳ ଭିତରେ
ବିଜେଡି ସରକାର ଦିନେ ହେଲେ ଜଟଣୀ ଖାସମହଲ ବାସିନ୍ଦାଙ୍କ ସମସ୍ୟା କୁ ଦୃଷ୍ଟି ପକେଇ ନଥିବା ବେଳେ ଭୁବନେଶ୍ୱର ସାଂସଦ ମାନନୀୟା ଅପରିଜିତା ଷଡଙ୍ଗୀଙ୍କ ଉଦ୍ୟମରେ ଜଟଣୀ ଖାସମହଲ ସମସ୍ୟାର ସମାଧାନ ହୋଇ ପଟ୍ଟା ବଣ୍ଟନ ହେବାକୁ ଥିବାବେଳେ ଜଟଣୀ ତହସିଲଦାର ସ୍ଥାନୀୟ କିଛି ବିଜେଡ଼ି ନେତାଙ୍କ ସହ ହାତ ମିଳାଇ ଅନ୍ୟ କୌଣସି ଜନପ୍ରତିନିଧି ଙ୍କୁ ଅବଗତ ନ କରାଇ ରବିବାର ଭଳି ଛୁଟିଦିନରେ କିପରି ତରବରିଆ ଭାବେ
ପଟ୍ଟା ବଣ୍ଟନ କରୁଥିବା ଜାଣିବା ପରେ ,ଏହାକୁ ବିରୋଧ କରି ଜଟଣୀ ତହସିଲଦାର ଅଫିସ ଘେରାଉ କରିବା ସହ ସେହିପରି କାର୍ଯ୍ୟ ଦିବସରେ ଲୋକେ ସେବା ପାଉନଥିବା ବେଳେ ଆଜି କିପରି ତହସିଲଦାର ନିଜେ ପଟ୍ଟା ପ୍ରଦାନ କରିଛନ୍ତି ତାର ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ସରକାରୀ କର୍ମଚାରୀ ହୋଇ ବେଆଇନ କାର୍ଯ୍ୟ କରିଥିବାରୁ ତହସିଲଦାର ଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବି ରଖିବା ସହିତ ଜଟଣୀ ବିଜେପି ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ ।
ସେପଟେ ଉତ୍ତେଜନା କୁ ନଜରରେ ରଖି ତହସିଲରେ ଜଟଣୀ ପୋଲିସ ମୁତୟନ ରହିଛି ।