ଜନ୍ମଗତ ହୃଦ୍ରୋଗ ସଚେତନତା ସପ୍ତାହ ପାଳନ

ଭୁବନେଶ୍ୱର – ୧୬ । ୨ -: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଜନ୍ମଗତ ହୃଦ୍ରୋଗ ସଚେତନତା ସପ୍ତାହ ପାଳନ କରାଯାଇଛି ।
ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନ୍ମଗତ ହୃଦ୍ରୋଗରେ ଆକ୍ରାନ୍ତ ହୋଇଥିବା ୫୦ରୁ ଅଧିକ ଶିଶୁ ଏବଂ ତାଙ୍କର ଅଭିଭାବକ
ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା “ଉଇଜଋ ଉକ୍ଟଦ୍ଭଦ୍ଭରମଗ୍ଧ” ଆୟୋଜନ କରାଯାଇଥିଲା ।
ଜନ୍ମଗତ ହୃଦ୍ରୋଗର ଲକ୍ଷଣ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ଏବଂ ଅପରେସନ୍ ପରବର୍ତ୍ତୀ ଜୀବନଶୈଳୀ ସମ୍ପର୍କରେ
ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଦିନ ତମାମ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି ଅବସରରେ ସକାଳେ
ଏକ ୱାକଥନ୍ର ଆୟୋଜନ କରାଯାଇଥିଲା, ଏଥିରେ ହସ୍ପିଟାଲର ଡାକ୍ତର, ନର୍ସ , କର୍ମଚାରୀ ଏବଂ ଚିକିତ୍ସା ହୋଇ ସୁସ୍ଥ ଥିବା
ଜନ୍ମଗତ ହୃଦ୍ରୋଗୀ ଏବଂ ତାଙ୍କର ଅଭିଭାବକ ମାନେ ଅଂଶଗ୍ରହଣ କରିଥିଲେ ।
କେୟାର ହସ୍ପିଟାଲ ସବୁବେଳେ ହୃଦ୍ରୋଗ ଉପରେ ଅଧିକ ଗୁରୁତ୍ୱ ହୋଇଥାଏ । ଛୋଟ ପିଲାଙ୍କ ଠାରେ ଦେଖାଯାଉଥିବା
ବିଭିନ୍ନ ପ୍ରକାର ହୃଦ୍ରୋଗର ସଫଳ ଚିକିତ୍ସା ପାଇଁ କେୟାର ହସ୍ପିଟାଲ ଠାରେ ଉଇଜଋ ଉଷସକ୍ଷୟକ୍ସରଦ୍ଭ ଐରବକ୍ସଗ୍ଧ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର, ଭଳି
ଏକ ସ୍ୱତନ୍ତ୍ର ବିଭାଗ ରହିଛି । ଯେଉଁଠାରେ ଅଭିଜ୍ଞ ଡାକ୍ତରୀ ଟିମ୍ ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପଲବ୍ଧ ରହିଛି , ବୋଲି କେୟାର
ହସ୍ପିଟାଲ ଭୁବନେଶ୍ୱର ହୃଦ୍ରୋଗ ବିଭାଗର ମୁଖ୍ୟ ତଥା କ୍ଲିନିକାଲ ଡାଇରେକ୍ଟର ଡାକ୍ତର ମହେନ୍ଦ୍ର ପ୍ରସାହ ତ୍ରିପାଠୀ କହିଥିଲେ ।
ସେହିଭଳି ବରିଷ୍ଟ ଶିଶୁ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ପ୍ରକାଶ ରାଓ ପାଟିଲ କହିଥିଲେ, ଜନ୍ମଗତ ହୃଦ୍ରୋଗ
ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୧୪ ତାରିଖ ଠାରୁ ଫେବୃଆରୀ ୨୧ ପଯ୍ୟନ୍ତ ଜନ୍ମଗତ
ହୃଦ୍ରୋଗ ସଚେତନତା ସପ୍ତାହ ଭାବରେ ପାଳନ କରାଯାଏ । କାରଣ ଆମେ ଯେତେ ଶୀଘ୍ର ଜନ୍ମଗତ ହୃଦ୍ରୋଗକୁ ଚିହ୍ନଟ କରି
ତାର ସଠିକ୍ ଚିକିତ୍ସା କଲେ ସେହି ଶିଶୁ ମାନେ ମଧ୍ୟ ଏକ ସାଧାରଣ ଶିଶୁଙ୍କ ଭଳି ଏକ ସୁସ୍ଥ ଓ ନୀରୋଗ ଜୀବନ ଅତିବାହିତ
କରିପାରିବେ ।

ଏହି ଅବସରରେ କେୟାର ହସ୍ପିଟାଲ ଭୁବନେଶ୍ୱରର ଏସିଓଓ କିସଲେ ଆନନ୍ଦ କହିଥିଲେ କେୟାର ହସ୍ପିଟାଲରେ ପିଲାଙ୍କ
ହୃଦ୍ରୋଗ ପାଇଁ ସମସ୍ତ ଚିକିତ୍ସା ସୁବିଧା ଉପଲବ୍ଧ । କେୟାର ହସ୍ପିଟାଲ ବର୍ଷ ତମାମ ଏହି ଭଳି କାର୍ଯ୍ୟକ୍ରମ ରୋଗୀଙ୍କ ପାଇଁ
ଆୟୋଜନ କରିଥାଏ । ଉଇଜଋ ଉକ୍ଟଦ୍ଭଦ୍ଭରମଗ୍ଧ ଭଳି କର୍ମଶାଳା କରିବା ଦ୍ୱାରା ଡାକ୍ତର. ନର୍ସ , ହସ୍ପିଟାଲର କର୍ମଚାରୀଙ୍କ ସହିତ
ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ସୃଷ୍ଟି ହୋଇଥାଏ ।
କେୟାର ହସ୍ପିଟାଲର ଏଭିପି (ବିଡି) ଡକ୍ଟର ଲୋକନାଥ ଦାଶ, କହିଥିଲେ କେୟାର ହସ୍ପିଟାଲରେ ରାଜ୍ୟ ସରକାରଙ୍କ
ଈଝକଣ କାର୍ଡ ସେବା ଉପଲବ୍ଧ ଥିବାରୁ ଗରୀବ ବ୍ୟକ୍ତି ମାନେ ସମ୍ପୂର୍ଣ୍ଣ ମାଗଣାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱରା ଜନ୍ମଗତ ହୃଦ୍ରୋଗ
ଚିକିତ୍ସା କରିପାରିବେ । ଏହା ଛଡା ଏଠାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ବୀମାରେ ମଧ୍ୟ ଚିକିତ୍ସା ପ୍ରଦାନ କରାଯାଇଥାଏ ।