ଆର ଜି କର ମେଡିକାଲ କଲେଜରେ ଘଟିଯାଇଥିବା ଲୋମହର୍ଷଣ କାରି ଘଟଣାକୁ ପାଞ୍ଚପିଢ଼ ଉପଖଣ୍ଡ ଡାକ୍ତର ସମୁହଙ୍କ ନିନ୍ଦା ଓ ଦାବୀପତ୍ର ପ୍ରଦାନ

କରଞ୍ଜିଆ , ପ୍ରବାହ ନ୍ୟୁଜ୍- କଲିକତା ସ୍ଥିତ ଆର ଜି କର ମେଡ଼ିକାଲ କଲେଜ ରେ ନିକଟ ରେ ଜଣେ କର୍ତ୍ତବ୍ୟ ରତ ମହିଳା ଡାକ୍ତର ଙ୍କ ପ୍ରତି ଘଟିଯାଇଥିବା ଲୋମହର୍ଷଣ କାରୀ ଘଟଣା କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ର ସମସ୍ତ ଡାକ୍ତର ,କର୍ମଚାରୀ ଦୃଢ଼ ନିନ୍ଦା କରିବା ସହିତ ରାଜ୍ୟ ମୂଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପାଞ୍ଚପିଢ଼ ଉପଜିଲ୍ଲାପାଳ ଙ୍କ ନିକଟରେ ଦୁଇ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି। ଘଟଣା ଅନୁଯାୟୀ ନିକଟ ଅତୀତ ରେ ଆର ଜି କର ମେଡ଼ିକାଲ କଲେଜ, କଲିକତା ରେ ଘଟି ଯାଇଥିବା ଏକ ଲୋମ ହର୍ଷଣ କାରୀ ତଥା ନିନ୍ଦନୀୟ ଘଟଣା, ଯେଉଁଥିରେ ଜଣେ କର୍ତ୍ତବ୍ୟରତ ଯୁବତୀ ଡାକ୍ତର ଗଣ ଦୁଷ୍କର୍ମ ର ଶିକାର ହେବାସହିତ ମୃତ୍ୟୁ ର ଶିକାର ହୋଇଛନ୍ତି।
ଏହି ଅମାନବୀୟ ଘଟଣା କୁ ଆତ୍ମ ହତ୍ୟା ର ରୂପ ଦିଆ ଯିବା ସହିତ ସମସ୍ତ ତଥ୍ୟ ପ୍ରମାଣ କୁ ନଷ୍ଟ ମଧ୍ୟ କରିଦିଆଯାଇଛି |ଏହି ଘଟଣା କୁ ଓଡିଶା ମେଡ଼ିକାଲ ସର୍ଭିସ ଆସୋସିଏସନ୍, ମୟୂରଭଂଜ ଜିଲ୍ଲା କରଞ୍ଜିଆ ଶାଖା ପକ୍ଷରୁ ଦୃଢ ନିନ୍ଦା କରିବା ସହିତ ଡୋଷୀ ଵିରୁଦ୍ଧ ରେ କାର୍ଯ୍ୟାନୁଷ୍ଠନ ନେବାକୁ ଡୁଇ ଦଫା ଦାବୀପତ୍ର ରାଜ୍ୟ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପାଂଚପିଢ଼ ଉପଜିଲ୍ଲାପାଳ ପ୍ରେମଂ। ଶୁ ଚାନ୍ଦ ଙ୍କ ଜରିଆରେ ସଂଘ୍ ଶାଖା ପକ୍ଷରୁ ଶାଖା ସଭାପତି ଡାକ୍ତର ଅନିତା ସିଂ, ସମ୍ପଦକ ଡାକ୍ତର ଗୌରାଙ୍ଗ ଚରଣ ନାୟକ,ଡାକ୍ତର ଖୀରେନ୍ଦ୍ର ନାଥ ପତି,ଡାକ୍ତର ଦେବେନ୍ଦ୍ର ନାଥ ପରିଡା, ଡାକ୍ତର ବୀରେଶ୍ୱର ଜ୍ୟୋତିଷ଼ୀ, ଙ୍କ ସହିତ ଅନ୍ୟ ଡାକ୍ତର ମାନେ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ଓଆଜିଠାରୁ କଳା ବ୍ୟାଚ ପରିଧାନ କରିବାକୁ ନିଷ୍ପତି ନେଳେ। ଦାବି ଗୁଡ଼ିକ ହେଲା ପୀଡ଼ିତା ଡାକ୍ତର ଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ସହିତ ଦୋଷୀ ଵିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯାଇ ଓ ଡାକ୍ତରଖାନ। ପରିସର ରେ କେନ୍ଦ୍ର ଆଇନ ଅନୁଯାୟୀ ଡାକ୍ତର ମାନଙ୍କୁ ସୁରକ୍ଷା ଦିଆଯାଉ।